ଦୂର୍ଘଟଣାରେ ଯୁବ କାଉନସିଲରଙ୍କ ମୃତ୍ୟୁ

-ସଡକ ଦୁର୍ଘଟଣାରେ କାମାକ୍ଷାନଗର ଏନଏସିର କାଉନସିଲରଙ୍କ ମୃତ୍ୟୁ ହୋଇଛି। ମୃତକ ହେଲେ ୫ନଂ ଓ୍ବାଡର ଯୁବ କାଉଁନସିଲର ସରୋଜ ମହାଳିକ।ଜିରିଡାମାଳି ନିକଟରେ ରାସ୍ତା କଡରେ ଛିଡା ହୋଇଥିବା ବେଳେ, ଦୃତ ବେଗରେ ଆସି ଏକ ବାଇକ ତାଙ୍କୁ ଧକାଦେଇଥିଲା।

ଗୁରୁତର ଭାବେ ସ୍ଥାନିୟ ଲୋକଙ୍କ ସହାୟତାରେ ସରୋଜଙ୍କୁ ଉଧାର କରାଯାଇ ଚିକିତ୍ସା ପାଇଁ କାମାକ୍ଷାନଗର ମେଡିକାଲରେ ଭର୍ତି କରାଯାଇଥିବା ବେଳେ, ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି।ତାଙ୍କ ମୁଣ୍ଡରେ ଗଭିର ଆଘାତ ଲାଗିଥିବା ଜଣାପଡିଛି।ସରୋଜ ଚଳିତ ଥର ପ୍ରଥମଥର ପାଇଁ ଏନଏସି ନିର୍ବାଚନରେ ବିଜେଡି ଦଳ ତରଫରୁ ପ୍ରାର୍ଥି ହୋଇ ବିଜୟି ମଧ୍ୟ ହୋଇଥିଲେ ସରୋଜ। ତାଙ୍କ ମୃତ୍ୟୁର ଖବର ଜଣା ପଡିବାପରେ ମେଡିକାଲରେ ଶୋକର ଛାୟା ଖଳିଯାଇଛି।

Prakash Kumar Patra reporter

Leave a Reply

Your email address will not be published. Required fields are marked *