୨୦୨୪ ନିର୍ବାଚନ ଲଢ଼ିବେ ଜୋ ବାଇଡେନ

ଓ୍ୱାଶିଂଟନ: ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ୍ ୨୦୨୪ ନିର୍ବାଚନ ମଧ୍ୟ ଲଢ଼ିବେ‌‌ । ଏକ ପ୍ରମୋସନାଲ ଭିଡିଓରେ ସେ ଏହା ସ୍ପଷ୍ଟ କରିଛନ୍ତି।

ଏହି ତିନି ମିନିଟର ଭିଡିଓରେ ଦ୍ବିତୀୟ ଥର ରାଷ୍ଟ୍ରପତି ନିର୍ବାଚନ ଲଢ଼ିବାକୁ ବାଇଡେନଙ୍କ ନିଷ୍ପତ୍ତି ସମ୍ପର୍କରେ ଆନୁଷ୍ଠାନିକ ଭାବେ ଘୋଷଣା କରାଯାଇଛି । ଏହି ଭିଡିଓରେ ଗୋଟିଏ ଶବ୍ଦ ‘ସ୍ୱାଧୀନତା’ ଉପରେ ବିଶେଷ ଗୁରୁତ୍ୱ ଦିଆଯାଇଛି |

ଆମେରିକାର ୪୬ତମ ରାଷ୍ଟ୍ରପତି ଜୋ ବାଇଡେନ୍ ଭିଡିଓରେ କହିଛନ୍ତି ଯେ ୨୦୨୪ରେ ଗର୍ଭପାତ ଅଧିକାର, ଗଣତନ୍ତ୍ରର ସୁରକ୍ଷା, ଭୋଟ୍ ଅଧିକାର ଏବଂ ସାମାଜିକ ସୁରକ୍ଷା ତାଙ୍କର ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ହେବ।

Leave a Reply

Your email address will not be published. Required fields are marked *