ଖୋର୍ଦ୍ଧା ବ୍ଲକରେ ମିଳିତ ଜନଶୁଣାଣି ଶିବିର

ଖୋର୍ଦ୍ଧା :- ଖୋର୍ଦ୍ଧା ପଂଚାୟତ ସମିତି କାର୍ଯ୍ୟାଳୟ ପରିସରରେ ଆଜିର ପ୍ରତ୍ୟେକ୍ଷ ମିଳିତ ଜନଶୁଣାଣି ଶିବିର ଅନୁଷ୍ଠିତ ହୋଇ ଯାଇଛି ।ଆଜି ମୋଟ 65 ଗୋଟି ଆପତ୍ତି ଅଭିଯୋଗ ଦାଖଲ ହୋଇ ଥିବା ବେଳେ ସେଥିମଧ୍ୟରୁ 42 ଟି ଅଭିଯୋଗ ବ୍ୟକ୍ତିଗତ ଥିଲାବେଳେ 16 ଟି ବିଭିନ୍ନ ଗ୍ରାମର ସାମୁହିକ ସମସ୍ୟା ଥିଲା, 6 ଟି ଅଭିଯୋଗ ର ସ୍ଥଳ ବିଶେଷ ରେ ତତ୍କାଳ ସମାଧାନ କରାଯାଇଥିଲା ଏବଂ 1 ଜଣଙ୍କୁ ରେଡ଼କ୍ରସ ସହାୟତା ପାଣ୍ଠି ରୁ 5,000ଟଙ୍କା ର ଆର୍ଥିକ ସହାୟତା ରାଶି ପ୍ରଦାନ କରାଯାଇଥିଲା। ଆଜିର ମିଳିତ ଜନ ଶୁଣାଣି ଅବସରରେ ଜିଲ୍ଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀ ଅଧ୍ୟକ୍ଷତା କରିଥିବାବେଳେ ଆରକ୍ଷୀ ଅଧିକ୍ଷକ, ସିଦ୍ଧାର୍ଥ କାଟାରିଆ, ଅତିରିକ୍ତ ଜିଲ୍ଲପାଳ ସାଫଲ୍ୟ ମଣ୍ଡିତ ପ୍ରଧାନ, ଉପ -ଜିଲ୍ଲାପାଳ, ଦୀପ୍ତି ରଞ୍ଜନ ସେଠି, ତହସିଲଦାର, ଖୋର୍ଦ୍ଧା ବିଭାସ ରଞ୍ଜନ ପାଣିଗ୍ରାହୀ,ସି . ଡ଼ି ଏମ. ଓ., ଡ଼ ଆର୍ତ୍ତବନ୍ଧୁ ନାୟକ,ଆଶିଷ୍ଟାଣ୍ଟ କଲେକ୍ଟର, ଗ୍ରୀଭାନ୍ସ,ଵି. ଡ଼ି. ଓ, ଖୋର୍ଦ୍ଧା ଖିରାବ୍ଧି ତନୟା ସାହୁ ଅନ୍ୟ ବିଭାଗୀୟ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *