ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଓ ସମାଧାନ ଶିବିର ଆୟୋଜନ

ହିଞ୍ଜିଳିକାଟୁ :-ଗଞ୍ଜାମ ଜିଲ୍ଲାର ହିଞ୍ଜିଳିକାଟୁ ଠାରେ ଗଞ୍ଜାମ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ସୋମବାର ଦିନ ପଞ୍ଚାୟତ ସମିତି କାର୍ଯ୍ଯାଳୟ ପରିସରରେ ହୋଇଯାଇଛି । ଏହି ଅଭିଯୋଗ ଶୁଣାଣି ପୂର୍ବାହ୍ନ ସାଢେ଼ ୧୧ଟା ଆରମ୍ଭ ହୋଇଥିଲା । ସାଧାରଣଜନତାଙ୍କ ସମସ୍ୟାକୁ ସମାଧାନ କରିବାକୁ ପ୍ରଶାସନିକ ଅଧିକାରୀଙ୍କ ଏହା ଏକ ପ୍ରାୟସ ଏବଂ ପଦକ୍ଷେପ ଅଟେ । ବ୍ଳକର ବିଭିନ୍ନ ଅଞ୍ଚଳରୁ ବହୁସଂଖ୍ୟାରେ ଆଜି ଏଠାରେ ଦେଖିବା ମିଳିଛି । ଜନତାଙ୍କ ସମସ୍ୟା ସମ୍ପର୍କରେ ସମାଧାନ ପାଇଁ ଅଭିଯୋଗ ପତ୍ର ମଧ୍ୟ ଦିଆଯାଇଛି । ନିଜର ସମ୍ପୂର୍ଣ୍ଣ ଠିକଣା ସହ ପଞ୍ଜିକୃତ କରି ଗଞ୍ଜାମ ଜିଲ୍ଲାର ପ୍ରମୁଖ ପ୍ରଶାସନିକ ଅଧିକାରୀଙ୍କ ନଜରକୁ ଆଣିଥିଲେ ଅଭିଯୋଗକାରୀ ଉକ୍ତ କାର୍ଯ୍ୟକ୍ରମରେ ତୃଣମୂଳରୁ ଥିବା ବିଭିନ୍ନ ସମସ୍ୟା ଉପରେ ସମାଧାନ କରିବା ନେଇ ସମସ୍ତ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ । କୌଣସି ଗୁରୁତ୍ତ୍ୱପୂର୍ଣ୍ଣ କାରଣରୁ ଅଭିଯୋଗକାରୀଙ୍କ ଅଭିଯୋଗକୁ ସମାଧାନ କରିବାକୁ ଚେଷ୍ଟା କିମ୍ବା କୋୖଣସି ପଦକ୍ଷେପ ନିଆଯାଇନଥିବା ବେଳେ ଲୋକଙ୍କ ଅଭିଯୋଗକୁ ସମାଧାନ ନେଇ ଏହି ଯୁଗ୍ମ ଅଭିଯୋଗ ଶୁଣାଣି ହୋଇଥିଲା । ହିଞ୍ଜିଳିକାଟୁ ବିଡ଼ିଓ ସୁବ୍ରତ କୁମାର ଜେନା ଓ ତହସିଲଦାର ପ୍ରଭାତ କୁମାର ପରିଡା ପରିଚାଳନା କରିଥିବା ବେଳେ ଗଞ୍ଜାମ ଜିଲ୍ଲାପାଳ ଦିବ୍ଯଜ୍ୟୋତି ପରିଡା ,ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଜଗମୋହନ ମୀନା ଜନତାଙ୍କ ଅଭିଯୋଗ କୁ ଶୁଣାଣି କରିଥିଲେ । ଛତ୍ରପୁର ଜିଲ୍ଲା ଉପଜିଲ୍ଲାପାଳ ପ୍ରଶନ୍ନ କୁମାର ପାତ୍ର , ଅତିରିକ୍ତ ଜିଲ୍ଲାପାଳ ସାଧାରଣ ଲିନା କୁମାରୀ ଖେସ ,ସହକାରୀ ଜିଲ୍ଲାପାଳ ଓମ ପ୍ରକାଶ ପରିଡ଼ା ଏବଂ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ହିଞ୍ଜିଳି ପ୍ରତିନିଧି ଶରତଚନ୍ଦ୍ର ମହାପାତ୍ର ଉପସ୍ଥିତ ଥିଲେ ମୋଟରେ ୨୧୨ ଅଭିଯୋଗ ପତ୍ର ପଞ୍ଜିକୃତ ,ବ୍ଯକ୍ତିଗତ ମୋଟ ଅଭିଯୋଗ ୧୮୭ଟି ଏବଂ ସାମୁହିକ ଅଭିଯୋଗ ୨୫ଟି ଥିବା ବେଳେ ସେଥିମଧ୍ୟରୁ ୧୩ଟି ଅଭିଯୋଗ ସମାଧାନ ହେବା ସହିତ ଦିବ୍ଯାଙ୍ଗଙ୍କୁ ୪ଟି ଆଶାବାଡି ଏବଂ ହ୍ଯୁଲ ଚେୟାର ବଣ୍ଟନ କରାଯାଇଥିବା ଗଣମାଧ୍ୟମକୁ ସୁଚନା ଦେଇଛନ୍ତି । ଆସନ୍ତା ସାତ ଦିନ ମଧ୍ୟରେ ସମସ୍ତ ଅଭିଯୋଗ କୁ ସମଧାନ କରିବା ପାଇଁ ମଧ୍ୟ କହିଛନ୍ତି ସେମାନେ । ଅନ୍ୟ ମାନଙ୍କ ମଧ୍ୟରେ ସମସ୍ତ ବିଭାଗୀୟ ଅଧିକାରୀ , ଅଞ୍ଚଳର ସମସ୍ତ ସରପଞ୍ଚ /ସମିତିସଭ୍ଯା ସଭ୍ଯ ,ଜିଲ୍ଲା ପରିଷଦ ସଭ୍ୟ /ସଭ୍ଯା ସହିତ ହିଞ୍ଜିଳିକାଟୁ ପୌରପରିଷଦ କାଉନସିଲର ,ଅଧ୍ୟକ୍ଷ /ଉପାଧ୍ୟକ୍ଷା ଙ୍କ ସମତେ ହିଞ୍ଜିଳିକାଟୁ ପଞ୍ଚାୟତ ସମିତିର କର୍ମଚାରୀ , ପୋଲିସ କର୍ମଚାରୀମାନଙ୍କ ସହିତ ଆସିକା ଉପଖଣ୍ଡ ଆରକ୍ଷୀ ଅଧିକାରୀ ଉମଶଙ୍କର ସିଂ ଏବଂ ହିଞ୍ଜିଳି ଆଇଆଇସି ଅଭିମନ୍ୟୁ ଦାସ ମଧ୍ୟ ସହଯୋଗ କରିଥିଲେ ।

ରିପୋର୍ଟ :- ରଂଜିତ କୁମାର ପୋଲାଇ ହିଞ୍ଜିଳିକାଟୁ, ଗଞ୍ଜାମ।

Leave a Reply

Your email address will not be published. Required fields are marked *