ଲକ୍ଷ୍ମୀପୁର ବ୍ଲକରେ ଜିଲ୍ଲାପାଳଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ

ଲକ୍ଷ୍ମୀପୁର ବ୍ଲକରେ ଜିଲ୍ଲାପାଳଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ।
ଲଷ୍ମୀପୁର: ୨୩/୬ ( ତୀର୍ଥେକ୍ଷେତ୍ର
କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ବ୍ଲକ ଭାର ପ୍ରାପ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ମିଲନ ଝା ଙ୍କ ପ୍ରତ୍ୟେକ୍ଷ ତତ୍ତ୍ଵାବଧାନରେ ଆଜି ପଞ୍ଚାୟତ ସମିତି ସଭା ଗୃହ ଠାରେ ଜିଲ୍ଲାପାଳଙ୍କ ବ୍ଲକ ସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି।ଜିଲ୍ଲାପାଳ ଭି.କୀର୍ତିଭାସନ ଉପସ୍ଥିତ ରହି ସମୁଦାୟ ୪୫ ଟି ଅଭିଯୋଗର ଶୁଣାଣି କରିଥିଲେ।ସେଥି ମଧ୍ୟରେ ୨୩ ଟି ଗୋଷ୍ଠୀ ଗତ ଅଭିଯୋଗ ରହିଥିବା ବେଳେ ୨୨ ଗୋଟି ବ୍ୟକ୍ତିଗତ ଅଭିଯୋଗ ରହିଥିଲା। ଏଥିରେ ଅଧିକାଂଶ ଶିକ୍ଷା, ରାସ୍ତା, ସ୍ୱାସ୍ଥ୍ୟ, ଶିଶୁ କଲ୍ୟାଣ, ଅବକାରୀ, ଆଡ଼ିଡିବନ୍ଧ ନିର୍ମାଣ,ବିଜୁଳି ଓ ପାନୀୟ ଜଳ ସମସ୍ୟାକୁ ନେଇ ଅଭିଯୋଗ ହୋଇଥିଲା। ଅଭଯୋଗ ଶୁଣାଣି କାର୍ଯ୍ୟକ୍ରମରେ କୋରାପୁଟ ଆରକ୍ଷୀ ଅଧିକ୍ଷକ ରୋହିତ ବର୍ମା,ପ୍ରବେସନାର ଆଇଏସ୍ ସନ୍ତୋଷ କୁମାର ପାତ୍ର, ଉପ ଜିଲ୍ଲା ପାଳ ପ୍ରେମ ଲାଲ୍ ହିଆଲ, ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ ରବି ନାରାୟଣ ମିଶ୍ର, ଜିଲ୍ଲା ଉନ୍ନୟନ ଅଧିକାରୀ ବେଣୁଧର ଶବର, ଲକ୍ଷ୍ମୀପୁର ପଞ୍ଚାୟତ ସମିତି ଅଧ୍ୟକ୍ଷା ସୁଆଇ କୁଲେଶିକା ଓ ଉପାଧ୍ୟକ୍ଷା ଆରତୀ କୂଳଦୀପ, ତହସିଲଦାର ନୈବେଦ୍ୟ ଭୋଇ, ଏଇ. ଏମ ପବନ କୁମାର୍ ଉପସ୍ଥିତ ଥିଲେ। ଏହି ଯୁଗ୍ମ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ରେ ଜିଲ୍ଲା ସ୍ତରୀୟ ଓ ବ୍ଲକ ସ୍ତରୀୟ ସମସ୍ତ ଅଧିକାରୀଙ୍କ ସମେତ ବ୍ଲକର ସମସ୍ତ ଲୋକ ପ୍ରତିନିଧି ମାନେ ଯୋଗ ଦେଇଥିଲେ। ଶିବିର ଶେଷରେ ବ୍ଲକର ପାଞ୍ଚଟି ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ପଞ୍ଚାୟତ ସମିତି ତରଫରୁ ପାଞ୍ଚ ଲକ୍ଷ୍ୟ ଟଙ୍କାର ସିଆଇଏଫ ଋଣ ଜିଲ୍ଲାପାଳଙ୍କ ଦ୍ୱାରା ପ୍ରଦାନ କରାଯାଇଥିଲା।
ଲକ୍ଷ୍ମୀପୁର ଜିପିଓ ସୁଧୀର ବେହେରା ଏହି କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ବ୍ଲକ କାର୍ଯ୍ୟାଳୟର ସମସ୍ତ କର୍ମଚାରୀ ଏଥିରେ ସହଯୋଗ କରିଥିଲେ।
ଲଷ୍ମୀପୁର ରୁ ରଞ୍ଜନ କୁମାର ବିଡ଼ିକା ଙ୍କ ରିପୋର୍ଟ ତୀର୍ଥେକ୍ଷେତ୍ର