ଜଟଣୀ ବ୍ଲକରେ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ।

ଜଟଣୀ,୧୦/୦୩- ଜିଲ୍ଲାପାଳ ଖୋର୍ଦ୍ଧା ଙ୍କ ଦ୍ଵାରା ପଧାନ ସାହି ଗ୍ରାମପଞ୍ଚାୟତ, ଜଟଣୀ ବ୍ଳକ୍ ଠାରେ ଜିଲ୍ଲାପାଳ ଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିରରେ ସମୁଦାୟ ୪୪ ଟି ଲିଖିତ ଅଭିଯୋଗ ଗ୍ରହଣ କରାଯାଇଥିଲା। ଏହି ଶିବିରରେ ଜିଲ୍ଲାପାଳ, ଖୋର୍ଦ୍ଧା, ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ, ଅଧ୍ୟକ୍ଷା, ପଂଚାୟତ ସମିତି ଜଟଣୀ, ଉପ ଜଲ୍ଲାପାଳ, ଭୁବନେଶ୍ୱର, ତହସିଲଦାର, ଜଟଣୀ, ଗୋଷ୍ଠୀ ଉନ୍ନୟନ ଅଧିକାରୀ, ଜଟଣୀ ଏବଂ ସରପଞ୍ଚ ଙ୍କ ସମେତ ବିଭିନ୍ନ ବିଭାଗର ଜିଲ୍ଲା ଅଧିକାରୀ ମାନେ ଯୋଗ ଦେଇଥିଲେ।ଆଜି ୪୪ ଟି ଅଭିଯୋଗ ମଧ୍ୟ ରୁ ୧୬ ଟି ବ୍ୟକ୍ତିଗତ ଓ ୨୮ ଟି ସାମୁହିକ ଅଭିଯୋଗ ଥିଲା। ୨ ଟି ଅଭିଯୋଗ ସଙ୍ଗେ ସଙ୍ଗେ ସମାଧାନ ହୋଇଥିଲା।

Leave a Reply

Your email address will not be published. Required fields are marked *