ମୁନିଗୁଡା ବ୍ଲକରେ ଯୁଗ୍ମ ଅଭିଯୋଗ ଶୁଣାଣୀ ଶିବିର

ମୁନିଗୁଡା/ରାୟଗଡ-୨୭/୫- ମୁନିଗୁଡା ବ୍ଲକ କାର୍ଯ୍ୟାଳୟ ସଭାଗୃହରେ ଜିଲ୍ଲାସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣୀ ଶିବିର ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ ପାରୁଲ ପଟlୱରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଶିବିରରେ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଶ୍ରୀ ବିଷ୍ଣୁ ପ୍ରସାଦ ପାତ୍ର, ଗୁଣୁପୁର ଉପ ଜିଲ୍ଲାପାଳ କିରନଦୀପ କୌର ସହତା, ଗୁଣପୁର ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା ପ୍ରକଳ୍ପ ପ୍ରଶାସକ ଅଜୟ କୁମାର ପ୍ରଧାନ, ସିଡିଏମଓ ପ୍ରଫୁଲ୍ଲ କୁମାର ପାଢ଼ୀ ଯୋଗଦେଇ ଅଭିଯୋଗର ଶୁଣାଣୀ କରିଥିଲେ। ଗୋଷ୍ଠୀ ଉନ୍ନୟନ ଅଧିକାରୀ ମୁନିଗୁଡାଙ୍କ ତତ୍ୱାବଧାନରେ ପରିଚାଳିତ ଏହି କାର୍ଯ୍ୟକ୍ରମରେ ମୋଟ ୪୪ଟି ଅଭିଯୋଗର ଶୁଣାଣୀ ହୋଇଥିବା ବେଳେ ସେଥିରୁ ୩୦ଟି ବ୍ୟକ୍ତିଗତ, ୧୨ଟି ସାମୁହିକ, ଦୁଇଟି ସ୍ବାସ୍ଥ୍ୟଗତ ଦରଖାସ୍ତ ପଞ୍ଜିକରଣ ହୋଇଥିଲା । ଜଣଙ୍କୁ ୫୦୦୦ ହିସାବରେ ଦୁଇ ଜଣଙ୍କୁ ଦଶ ହଜାର ଟଙ୍କା ଆର୍ଥିକ ସାହାଯ୍ୟ ପ୍ରଦାନ କରାଯାଇଥିଲା ।

ପାଞ୍ଚଟି ଦରଖାସ୍ତର ଅଭିଯୋଗ ତୁରନ୍ତ ସମାଧାନ କରାଯାଇଥିଲା ।ଏହି ଅଭିଯୋଗ ଶିବିରରେ ଜିଲ୍ଲା ସ୍ତରୀୟ ଅଧିକାରୀ, ଉପଖଣ୍ଡ ସ୍ତରୀୟ ଅଧିକାରୀ ଓ ମୁନିଗୁଡା ବ୍ଲକର ବିଭିନ୍ନ ବିଭାଗର ଅଧିକାରୀଙ୍କ ସମେତ ଅନ୍ୟାନ୍ୟ ଅଧିକାରୀମାନେ ଯୋଗଦାନ କରି ଅଭିଯୋଗମାନ ଶୁଣାଣୀ କରିଥିଲେ। ସହକାରି ଜିଲ୍ଲାପାଳ ତଥା ଅଭିଯୋଗ ଶୁଣାଣି ଅଧିକାରୀ ସସ୍ମିତା ପଟ୍ଟନାୟକ, ଅଭିଯୋଗ ଶୁଣାଣି ସହାୟକ ଅଚ୍ୟୁତାନନ୍ଦ ଲିମା ଶିବିର ପରିଚାଳନା କରିଥିବା ବେଳେ ମୁନିଗୁଡା ଥାନା ଅଧିକାରୀ ଆଇନ ଶୃଙ୍ଖଳା ରକ୍ଷା କରିଥିଲେ ।

ରାୟଗଡ଼ାରୁ ନୃସିଂହ ଚରଣ ବାରିକଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *