ମିଳିତ ପ୍ରାଥମିକ ଶିକ୍ଷକ ମଞ୍ଚର ଗଣଧାରଣା

.ଭୁବନେଶ୍ୱର, ଆଜି ଲୋୟର ପି ଏମ ଜି ଠାରେ ବିଧାନସଭା ସମ୍ମୁଖରେ ମିଳିତ ପ୍ରାଥମିକ ଶିକ୍ଷକ ମଞ୍ଚ ତରଫରୁ ଦୁଇ ଦଫା ସମ୍ବଳିତ ଦାବି ପୂରଣ ନେଇ ଗଣଧାରଣା ଆରମ୍ଭ ହୋଇଛି . ରାଜ୍ୟ ସରକାରଙ୍କୁ 2017ମସିହାରୁ ଦାବି ସମ୍ପର୍କରେ ବାରମ୍ବାର ଅବଗତ କରାଇଆସୁଥିଲେ ମଧ୍ୟ ଏବଂ ଅନେକ ସମୟରେ ଗଣଶିକ୍ଷା ମନ୍ତ୍ରୀ ଓ ମୁଖ୍ୟଶାସନ ସଚିବ ଦାବି ପୂରଣ ପାଇଁ ଲିଖିତ ପ୍ରତିଶୃତି ଦେଇଥିଲେ ମଧ୍ୟ ଅଦ୍ୟାବଧି କୌଣସି ସୁଫଳ ମିଳି ନ ଥିବାରୁ ଏଥର ଦାବି ପୂରଣ ହେବା ଯାଏ ଏହି ଆନ୍ଦୋଳନ ଅନିର୍ଦିଷ୍ଟ କାଳ ପର୍ଯ୍ୟନ୍ତ ଚାଲୁ ରହିବ ବୋଲି କହିଛନ୍ତି ମଞ୍ଚର ଆବାହକ ସୁନୀଲ କୁମାର ପ୍ରଧାନ.ଆମକୁ 2800ଗ୍ରେଡ଼ ପେ ପ୍ରଦାନ କରିବା ଓ ଛଅ ବର୍ଷର ଠିକା ଅବଧିକୁ ମୂଳ ଚାକିରୀରେ ଯୋଗଦେବା ସହ ଛଅଟି ନୋସନାଲ ଇନ୍କ୍ରିମେଣ୍ଟ ପ୍ରଦାନ କରାଯାଉ ବୋଲି ଦାବିକରିବା ସହ ପ୍ରାଥମିକ ଶିକ୍ଷକଙ୍କ ସର୍ବନିମ୍ନ ଶିକ୍ଷଗତ ଯୋଗ୍ୟତା ମାଟ୍ରିକ ସିଟିରୁ +2ସିଟିକୁ ବୃଦ୍ଧି କରିଥିବାବେଳେ ଦରମା ମଧ୍ୟ ସେହିପରି ବୃଦ୍ଧି କରିବା ପାଇଁ ଆମେ ଦାବି କରୁଛୁ ବୋଲି କହିଛନ୍ତି ମଞ୍ଚର ସମ୍ପାଦକ ରାଜେନ୍ଦ୍ର କୁମାର
reporter – Bijaya Nanda