ରଘୁନାଥପୁର ରେ ଯୁଗ୍ମ ଜନଶୁଣାଣୀ ଶିବିର

ଊରଘୁନାଥପୁର ରେ ଯୁଗ୍ମ ଜନଶୁଣାଣୀ ଶିବିର।
ଶିବିର କୁ ଜିଲ୍ଲାପାଳ ଆସୁନଥିବାରୁ ଅଭିଯୋଗ ହାର କମ।
ଭିଷଣ ଗୁଳୁଗୁଳିରେ ମୁର୍ଚ୍ଛା ଗଲେ ଜିଲ୍ଲା ଶିକ୍ଷାଅଧିକାରୀ।
ରଘୁନାଥପୁର ତା ୯/୬ଜଗତସିଂହପୁରଜିଲ୍ଲା ରଘୁନାଥପୁର ବ୍ଲକରେ ସୋମବାର ମିଶନଶକ୍ତି ସଭାଗୣହରେ ଜିଲ୍ଲା ପାଳଙ୍କ ଯୁଗ୍ମ ଜନସୁଣାଣୀ ଶିବିର ଅନୁଷ୍ଠିତ ହୋଇଯାଇଛି।ଏହିଶିବିରଟି ସକାଳ ୭ଟାରୁ ଆରମ୍ଭହୋଇ ୧୦ଟାରେ ଶେଷହୋଇଥିଲା।ଏଥିରେ ଜିଲ୍ଲା ପ୍ରକଳ୍ପ ନିର୍ଦେଶକ ରବିନାରାୟଣ ଜେଠୀ, ଉପଜିଲ୍ଲାପା ପ୍ରଶାନ୍ତ କୁମାର ତରାଇ,ଏଡିଏମ୍ ଜ୍ୟେତିଶଙ୍କର ରାୟ,ଆରକ୍ଷୀ ଅଧିକ୍ଷକ ଭବାନୀ ଶଙ୍କର ଉଦଘାତା,ଜିଲ୍ଲା ଶିକ୍ଷାଅଧିକ୍ଷକ ନିରଞନ ବେହେରା, ଭାରପ୍ରାପ୍ତ ତହସିଲଦାର ସଞୟ କୁମାର ବେହେରା,ବିଡ଼ିଓ ବିରଞ୍ଚି ନାରାୟଣ ବେହେରା,ଜିଲ୍ଲାସ୍ତରୀୟ ଅଧିକାରୀ ଓ କ୍ଷତ୍ରୀୟ ଅଧିକାରୀ ମାନେ ଉପସ୍ଥିତରହି ଲୋକମାନଙ୍କ ଆପତ୍ତି ଅଭିଯୋଗ ଗୁଡିକୁ ଶୁଣାଣି କରିଥିଲେ।ଶିବିର ଚାଲୁଥିବା ସମୟରେ ଅସହ୍ୟୟ ଗୁଳୁଗୁଳି ଯୋଗୁ ଜିଲ୍ଲା ଶିକ୍ଷା ଅଧିକାରୀ ନିରଞନ ବେହେରା ହଠାତ ଅସୁସ୍ଥ ହୋଇ ମୁର୍ଚ୍ଛା ହୋଇପଡିବାରୁ ତାଙ୍କୁ ତୁରିତ ରଘୁନାଥପୁର ଗୋଷ୍ଠିସ୍ଵାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଥିଲା।ତେବେ ଏହି ଶିବିର ରେ ମୋଟ୫୩ଟି ଅଭିଯୋଗ ମଧ୍ୟରୁ ଭତ୍ତା, ରାସନକାର୍ଡ,ଜମିଜମା ଓ ଅନ୍ତଦୋୟ ଆବାସ ଯୋଜନା ସମ୍ବନ୍ଧୀୟ ହୋଇଥିବା ଜଣାଯାଇଛି।ଏଥିରେ ଆଇନସୣଙ୍ଖଳା ରକ୍ଷାପାଇଁ ଆଇଆଇସି ସୁଶାନ୍ତ କୁମାର ସେଠୀ, ଏସଆଇ ଯୋଗେଶ ବେହେରା ଓ ପୋଲି କର୍ମଚାରୀ ମାନେ ଉପସ୍ଥିତ ଥିଲେ। ବ୍ଲକର ସମସ୍ତ କର୍ମଚାରୀ ମାନେ ସହଯୋଗ ପ୍ରଦାନ କରିଥିଲେ।ଅପରପକ୍ଷରେ ଜନସୁଣାଣୀ ଶିବିର କୁ ଜିଲ୍ଲାପାଳ ଆସୁନଥିବା ଓ ଅଧିକାଂଶ ଅଭିଯୋଗ ସମାଧାନ ହୋଇପାରୁ ନଥିବାରୁ ଅଭିଯୋଗ କାରୀମାନେ ପ୍ରକୋଷ୍ଠକୁ ଆସିବାକୁ ଇଛାକରୁନାହାଁନ୍ତି।ସେଥିପାଇଁ ଶିବିର ରେ ଅଭିଯୋଗ ସଂଖ୍ୟା ହ୍ରାସ ପାଉଛି ବୋଲି କିଛି ଅଭିଯୋଗ କାରୀ ଗଣମାଧ୍ୟମ କୁ କହିଛନ୍ତି।

Leave a Reply

Your email address will not be published. Required fields are marked *