ନିଆଳିରେ ଏସ‌ୟୂଜେ‌ ପକ୍ଷରୁ ସାମ୍ବାଦିକ ସମ୍ମାନିତ

ନିଆଳିରେ ଏସ‌ୟୂଜେ‌ ପକ୍ଷରୁ ସାମ୍ବାଦିକ ସମ୍ମାନିତ କୁଜଙ୍ଗ-୧/୬-ରବିବାର ଅପରାହ୍ନ ୧୨ଟା ୧୫ମିନିଟ ସମୟରେ ପୁରୀ ଜିଲ୍ଲା ନିଆଳି ବ୍ଳକର ପହଙ୍ଗାସ୍ଥିତ କୁତାମଚଣ୍ଡୀ ମନ୍ଦିର ପ୍ରାଙ୍ଗଣରେ ଏସୟୁଜେ ପକ୍ଷରୁ ବରିଷ୍ଠ ସାମ୍ବାଦିକ ନୃସିଂହ ଚରଣ ବାରିକ, ପ୍ରମୋଦ ମଲ୍ଲିକ, ସୁବାସ ବେହୁରା, ମଳୟ କୁମାର ପାଣି, ନଳୀନିକାନ୍ତ‌ ମଲ୍ଲିକ, ଅରକ୍ଷିତ ସ୍ବାଇଁଙ୍କୁ ଶ୍ରେଷ୍ଠ ସାମ୍ବାଦିକ ଭାବେ ସମ୍ମାନିତ କରାଯାଇଛି। ନିଆଳି ଆଞ୍ଚଳିକ ବିକାଶ ପରିଷଦ, ଉପକୂଳ ଓଡ଼ିଶା ବିକାଶ ପରିଷଦ ଓ ରାଜ୍ୟ ସାମ୍ବାଦିକ ସଂଘ(ଏସୟୁଜେ)ର ଜଳ ଭଣ୍ଡାର ନିର୍ମାଣ ଦାବୀ ସମାବେଶରେ ଏହି ସାମ୍ବାଦିକମାନଙ୍କୁ ମୂଲ୍ୟବୋଧ ଭିତ୍ତିକ ସମ୍ବାଦ ପରିବେଷଣ ପାଇଁ ବିଶେଷ ଭାବେ ସମ୍ମାନିତ କରାଯାଇଥିବାର ସୂଚନା ମିଳିଛି।

ଏହି ସମାବେଶର ତିନୋଟି ଅନୁଷ୍ଠାନର ପ୍ରମୁଖ କର୍ମକର୍ତ୍ତା ଓ ସ୍ଥାନୀୟ ଜନସାଧାରଣ ଉପସ୍ଥିତ ଥିଲେ। ଦେବୀ ନଦୀରେ ଚେକ ଡ଼୍ୟାମ ନିର୍ମାଣ ଦାବୀରେ ତିନୋଟି ଅନୁଷ୍ଠାନ ପକ୍ଷରୁ ମିଳିତ ସମାବେଶର ଆୟୋଜନ କରାଯାଇ ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କ ଜରିଆରେ ଦାବୀପତ୍ର ପ୍ରଦାନ ପାଇଁ ସର୍ବସମତ ପ୍ରସ୍ତାବ ଗୃହୀତ ହୋଇଥିଲା। ଏଥିପାଇଁ ଏକ କମିଟି ଗଠନ କରାଯାଇଥିବା ଉପକୂଳ ଓଡ଼ିଶା ବିକାଶ ପରିଷଦର ଆବାହକ ସରୋଜ ନାୟକ ପ୍ରକାଶ କରିଛନ୍ତି।

Leave a Reply

Your email address will not be published. Required fields are marked *