ସାମ୍ବାଦିକଙ୍କ ପିତୃ ବିୟୋଗ

ରାଇକିଆ : କନ୍ଧମାଳ ଜିଲ୍ଲା ରାଇକିଆ ବ୍ଲକରେ କାର୍ଯ୍ୟରତ ସାମ୍ବାଦିକ ନୃସିଂହ ଚରଣ ଦାଶ ଜଗଦୀଶ ଦାଶ ଙ୍କ ପିତା କିଶୋର ଚନ୍ଦ୍ର ଦାସଙ୍କ ୮୪ବର୍ଷ ବୟସରେ ପରଲୋକ ହୋଇଯାଇଛି । କିଛି ଦିନ ଧରି ସେ ବାର୍ଦ୍ଧକ୍ୟଜନିତ ରୋଗରେ ପିଡିତ ଥିବା ବେଳେ ଗୁରବାର ସେ ତାଙ୍କର ରାଇକିଆ ସ୍ଥିତ ବାସଭବନରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ସେ ସମଗ୍ର ଅଞ୍ଚଳରେ ଜଣେ କର୍ମଠ, ନିଷ୍ଠାବାନ, ପରୋପକାରୀ ଓ ଧର୍ମପରାୟଣ ବ୍ୟକ୍ତି ରୂପେ ବେଶ ସୁନାମ ଅର୍ଜନ କରିଥିଲେ । ତାଙ୍କ ବିୟୋଗ ଖବର ମିଳିବା ପରେ ଆତ୍ମୀୟ ସ୍ୱଜନଙ୍କ ସମେତ ଅଞ୍ଚଳର ଅନେକ ମାନ୍ୟଗଣ୍ୟ ବ୍ୟକ୍ତି ମାନେ ତାଙ୍କର ବାସଭବନରେ ପହଞ୍ଚି ଶେଷ ଦର୍ଶନ କରି ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ । ପୁରୀ ସ୍ଵର୍ଗଦ୍ଵାରରେ ବଡପୁତ୍ର ନୃସିଂହ ଦାସ ମୁଖାଗ୍ନି ଦେଇ ଶେଷକୃତ୍ୟ ସମ୍ପନ୍ନ କରିଥିଲେ ।