ଲକ୍ଷ୍ମୀପତ ସିଙ୍ଘାଣିଆ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପକ୍ଷରୁ ଯୁବଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମ ଉଦଯାପିତ
ରାୟଗଡା ବ୍ଲକ ଅନ୍ତର୍ଗତ ଲକ୍ଷ୍ମୀପତ ସିଙ୍ଘାଣିଆ ଉଚ୍ଚମାଧ୍ୟମିକ ବିଦ୍ୟାଳୟପକ୍ଷରୁ ଯୁବଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମ ଅନୁଷ୍ଠିତହୋଇ ଯାଇଛି । ଉଦଯାପନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ବିଧାୟକ ମକରନ୍ଦ ମୁଦୁଲି ଯୋଗଦେଇଥିବା ବେଳେ ଅନୁଷ୍ଠାନର ଅଧ୍ୟକ୍ଷ ବଦ୍ରିନାଥମହାପାତ୍ର ଅଧ୍ୟକ୍ଷତା କରିଥିଲେ । ସମ୍ମାନୀୟ ଅତିଥି ଭାବେ ଯୁବ ଓଡ଼ିଶା ନବୀନ ଓଡ଼ିଶା ରାୟଗଡାଜିଲ୍ଲା ସଂଯୋଜକ ଶ୍ରୀ ପି ଗୌରୀ ଶଙ୍କର ରାଓ ଯୋଗ ଦେଇ ଛାତ୍ର ଛାତ୍ରୀ ମାନଙ୍କୁ ଉତ୍ସାହିତ କରିଥିଲେ । ବରିଷ୍ଠ ଅଧ୍ୟାପକ କାହ୍ନୁ ଚରଣ ସାହୁ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଏହି ଅବସରରେ ଛାତ୍ର ଛାତ୍ରୀ ମାନଙ୍କଦ୍ଵାରା ପରିବେଶ ସୁରକ୍ଷା , ଶିକ୍ଷା ,ସ୍ୱାସ୍ଥ୍ୟ ଓ ନିଶା ନିବାରଣ ସଚେତନତାକାର୍ଯ୍ୟ ଶୋଭାଯାତ୍ରା ମାଧ୍ୟମରେ କରାଯାଇଥିଲା । ଲୁକାୟିତ ପ୍ରତିଭାର ପରିପ୍ରକାଶ ନିମନ୍ତେ ଛାତ୍ର ଛାତ୍ରୀମାନଙ୍କ ମଧ୍ୟରେ କ୍ରୀଡ଼ା , ଅଭିନୟ, ନାଚ , ବକ୍ତୃତା , ଗୀତ ପ୍ରତିଯୋଗୀତାମାନ ଅନୁଷ୍ଠିତ ହୋଇଥିଲା । କୃତୀପ୍ରତିଯୋଗୀମାନଙ୍କୁ ମୁଖ୍ୟଅତିଥି ପ୍ରମାଣପତ୍ର ଓ ପୁରସ୍କାର ବିତରଣ କରିଥିଲେ । ଏହି ଅବସରରେ ବୃକ୍ଷ ରୋପଣ କରାଯାଇଥିଲା । ଅଧ୍ୟକ୍ଷ ଶ୍ରୀ ମହାପାତ୍ର ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଅନୁଷ୍ଠାନର ଅଧ୍ୟାପକ ଅଧ୍ୟାପିକା ଓ ସମସ୍ତ କର୍ମଚାରୀ ଏଥିରେ ସହଯୋଗ କରିଥିଲେ। ସାଂସ୍କୃତିକ କାର୍ଯୟକ୍ରମ କରାଯାଇଥିଲା ।
ନୀଳାମ୍ବର ମିଶ୍ରଙ୍କ ରିପୋର୍ଟ ରାୟଗଡା ।