ଆସିକା ବିଜ୍ଞାନ ମହାବିଦ୍ୟାଳୟରେ ଯୁବଓଡ଼ିଶା ଏବଂ ନବୀନ ଓଡ଼ିଶା କାର୍ଯ୍ୟକ୍ରମ ଉଦଯାପିତ

ଆସିକା ବିଜ୍ଞାନ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ. ଜୀବାନନ୍ଦ ତ୍ରିପାଠୀଙ୍କ ପୌରହିତ୍ୟରେ ଏବଂ ସମନ୍ବିତ ଯୁବ ବିକାଶ ଯୋଜନା ନବୀନ ଓଡ଼ିଶାର ନୋଡ଼ାଲ ଅଫିସର ଡ.ଏସ୍ ବସନ୍ତ କୁମାର ଆଚାରୀଙ୍କ ସଂଯୋଜନାରେ ନୂଆ-ଓ, ଯୁବ ଓଡ଼ିଶା ଏବଂ ନବୀନ ଓଡ଼ିଶାର ପ୍ରାୟ ଏକମାସର ପ୍ରାୟୋଜିତ କାର୍ଯ୍ୟକ୍ରମ ଶନିବାର ଉଦ୍ଜାପିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ରୂପେ ଆସିକା ବିଧାୟିକା ଶ୍ରୀମତି ମଞ୍ଜୁଳା ସ୍ବାଇଁ ଯୋଗ ଦେଇଥିଲେ। ସମ୍ମାନିତ ଅତିଥି ରୂପେ ଉକ୍ତ ମହାବିଦ୍ୟାଳୟ ପରିଚାଳନା କମିଟିର ସଭାପତି ଅବସର ପ୍ରାପ୍ତ ପ୍ରଫେସର ପ୍ରସନ୍ନ କୁମାର ପ୍ରାଧାନ, ଆସିକା ବ୍ଳକର ଚେୟାରମ୍ୟାନ୍ ତ୍ରିବେଣୀ ନାହାକ, ଭାଏସ୍ ଚେୟାର ମ୍ୟାନ୍ ଏସ୍. ରେସମା ଦୋରା, ସମାଜସେବୀ ଦିଲ୍ଲୀପ କୁମାର ପାଣିଗ୍ରାହୀ, ଭଗବାନ ସାହୁ, ଅଭିମନ୍ୟୁ ନାହାକ, ସୂର୍ଯ୍ୟକାନ୍ତ ପରିଡ଼ା, ରାଜେଶ କୁମାର ପଟ୍ଟନାୟକ, ଆସିକା ବ୍ଳକର ସରପଞ୍ଚ, ସମିତି ସଭ୍ୟ ଓ ସଭ୍ୟା ଏବଂ ଜିଲ୍ଲା ପରିଷଦ ସଦସ୍ୟ ତନ୍ମୟୀ ନାହାକ, ବି ମନୋଜ କୁ ଦୋରା, ସୌଦାମିନି ନାହାକ, ସୌଦାମିନି ନାୟକ, ଜୟନ୍ତି ବେହେରା, ତ୍ରିନାଥ ବେହେରା, ସନ୍ତୋଷ କୁମାର ଜେନା, ଜ୍ୟୋତିର୍ମୟୀ ନାହାକ, ମମତା ମଲ୍ଲିକ ଏବଂ ଉକ୍ତ କଲେଜ ପରିଚାଳନା କମିଟିର ସଦସ୍ୟ ବୃନ୍ଦାବନ ବେହେରା, ସାଇରାଜ ଦଳାଇ, ସ୍ନେହଲତା ପାଣିଗ୍ରାହୀ ଇତ୍ୟାଦି ମାନ୍ୟଗଣ୍ୟ ବ୍ୟକ୍ତି ସମ୍ମାନିତ ଅତିଥି ରୂପେ ଉପସ୍ଥିତ ଥିଲେ। ବେଦମନ୍ତ୍ର ଗବୈୟା ଧନଞ୍ଜୟ ମହାପାତ୍ରଙ୍କ ବେଦମନ୍ତ୍ର ଧ୍ବନୀରେ ସମସ୍ତ ଅତିଥି ଦେବ ବିଗ୍ରହରେ ପୁଷ୍ପାମାଲ୍ୟାର୍ପଣ କରିଥିଲେ। ଅତିଥି ବୃନ୍ଦଙ୍କୁ ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ସହକାରେ ସମ୍ବର୍ଦ୍ଧିତ କରାଯାଇଥିଲା। ଛାତ୍ରୀମାନଙ୍କ ଦ୍ବାରା ଅତିଥିମାନଙ୍କ ସ୍ବାଗତରେ ଏକ ପ୍ରାରମ୍ଭିକ ସଙ୍ଗୀତ ପରିବେଷଣ କରାଯାଇଥିଲା। ସମସ୍ତେ ମହାବିଦ୍ୟାଳୟର ସୁନାମ ବଜାୟ ରଖିବା ସହିତ ରାଜ୍ୟ, ଦେଶ ଓ ମାଟି ମାତୃକାର ଉନ୍ନତି କରିବା ପାଇଁ ଛାତ୍ରଛାତ୍ରୀମାନଙ୍କୁ ଆହ୍ବାନ କରିଥିଲେ। ସମସ୍ତ କାର୍ଯ୍ୟକ୍ରମ ପ୍ରଚ୍ଛଦପଟର ନାୟକ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ନୂଆ- ଓ, ଯୁବ ଓଡ଼ିଶା ତଥା ନବୀନ ଓଡ଼ିଶାର ପରିକଳ୍ପନାକୁ ସମସ୍ତେ ଭୂୟଷୀ ପ୍ରସଂଶା କରିଥିଲେ ଏବଂ ବିକାଶ ପୁରୁଷର ସଂଜ୍ଞାରେ ବିବେଚିତ କରିଥିଲେ। ମୁୁଖ୍ୟଅତିଥିଙ୍କ ଦ୍ବାରା ମହାବିଦ୍ୟାଳୟର ତିନୋଟି ଅତିରିକ୍ତ ଗୃହର ଉଦ୍ଘାଟନ କରାଯାଇଥିଲା। କଲେଜ ପରିଚାଳନା କମିଟିର ସଭାପତି ଡ. ପ୍ରଧାନ ବ୍ୟକ୍ତବ୍ୟରେ କଲେଜର କ୍ରୀଡ଼ା ପ୍ରାଙ୍ଗଣର ଅଭାବକୁ ବିଧାୟିକାଙ୍କ ନିକଟରେ ଉପସ୍ଥାପନ କରିଥିଲେ। ନୋଡାଲ ଅଫିସର ଡ. ଆଚାରୀ କାର୍ଯ୍ୟକ୍ରମର ବିବରଣୀ ପାଠ କରିଥିଲେ। ଦୀର୍ଘ ଏକ ମାସ ଧରି ଚାଲିଥିବା କ୍ରୀଡା, ସାହିତ୍ୟ ଏବଂ ସାସ୍କୃତିକ କାର୍ଯ୍ୟକ୍ରମର କୃତି ଛାତ୍ରଛାତ୍ରୀମାନଙ୍କୁ ଅତିଥିଙ୍କ କରକମଳରେ ମାନପତ୍ର ସହ ପୁରସ୍କାର ବିତରଣ କରାଯାଇଥିଲା। କାର୍ଯ୍ୟକ୍ରମର କାର୍ଯ୍ୟକାରିଣି ସଦସ୍ୟ ଏବଂ ସଦସ୍ୟା ଡ. ସ୍ମିତାରାଣୀ ପଣ୍ଡା, ସରୋଜ କୁମାର ପଣ୍ଡା, ରାଜେଶ୍ କୁମାର ସାହୁ, ଡ.ଅଜିତ୍ କୁମାର ମୁନୀ, ପ୍ରିୟବ୍ରତ ପ୍ରଧାନ, ଚିତ୍ରସେନ ବେହେରା, ଚନ୍ଦନ ମାରାଣ୍ଡି, ଶୈଲ କୁମାରୀ ଝା, ପିଇଟି ସନ୍ତୋଷ କୁମାର ପ୍ରଧାନ, ମିନତି ବେହେରା, ସ୍ବେଚ୍ଛାସେବୀ କମଳ, ବିଶ୍ବଜିତ୍, ହୃଷିକେଶ, ଦୀପକ, ସନାତନ, ସୁବ୍ରତ, ହିମାଂଶୁ, ଶୁଭମ୍, ବିକାଶ, ଅନିଲ୍, ହିମାଂଶୁଶେଖର, ପବନ, ରୁଦ୍ର ପ୍ରସାଦ, ମୁକେଶ, ଶୁଭମ ରଣା, ଅମନ, ସ୍ମୃତିରଞ୍ଜନ, ସ୍ମୃତିରାଣୀ, ଅର୍ଚ୍ଚନା, ସଞ୍ଚିତାଙ୍କ ସହିତ କଲେଜର ଦୁଇ ହଜାରରୁ ଅଧିକ ଛାତ୍ରଛାତ୍ରୀ ସମସ୍ତ ଅଧ୍ୟାପକ, ଅଧ୍ୟାପିକା ଏବଂ କର୍ମଚାରୀ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସାଫଲ୍ୟ ମଣ୍ଡିତ କରିଥିଲେ। ପରିଶେଷରେ ଡ. ଅଜିତ୍ କୁମାର ମୁନୀ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।
