ମହିଳା ମହାବିଦ୍ୟାଳୟରେ ଯୁବ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମ ଉଦଯାପିତ

ପୁରୀ ନରେନ୍ଦ୍ର କୋଣ ସ୍ଥିତ ମହିଳା ମହାବିଦ୍ୟାଳୟରେ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ କ୍ରମେ ସମନ୍ଵିତ ଯୁବ ବିକାଶ ନୂଆ ଓ ଯୁବ ଓଡିଶା ଓ ନବୀନ ଓଡିଶା କାର୍ଯ୍ୟକ୍ରମ ଉଦଯାପିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ ସଦରବ୍ଲକ ଚେୟାରମ୍ଯାନ ଦିବାକର ପାତ୍ର ଯୋଗଦେଇ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପ୍ରତିମୂର୍ତ୍ତି ନିକଟରେ ପ୍ରଦୀପ ପ୍ରଜ୍ୱଳନ କରି ଆନୁଷ୍ଠାନିକ ଭାବେ ଉଦଯାପନୀ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ପ୍ରଦୀପ କୁମାର ସାହୁ ଓ ସମ୍ମାନିତ ଅତିଥ ଭାବେ ପୁରୀଜିଲ୍ଲାର ଯୁବ ଉପସଭାପତି ତଥା ପୂର୍ବତନ କାଉନସିଲର ଭକ୍ତ ଚରଣ ଦାସ, ମହାବିଦ୍ୟାଳୟର ଅଧ୍ୟକ୍ଷ ବିଶ୍ୱନାଥ ବଳିୟାରସିଂହ, ସୂରଜମଲ ସାହା ମହାବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷ ଡ ରବୀନ୍ଦ୍ର ନାଥ ମିଶ୍ର ଓ ସମାଜସେବୀ ସଚ୍ଚିକାନ୍ତ ଶତପଥୀ ଉପସ୍ଥିତ ରହି ଛାତ୍ରୀମାନଙ୍କ ଅନ୍ତର୍ନିହିତ ପ୍ରତିଭା ପରିପ୍ରକାଶ ପାଇଁ ରାଜ୍ୟ ସରକାରଙ୍କ ଉଦ୍ୟମକୁ ଉଚ୍ଚ ପ୍ରଶଂସା କରିଥିଲେ । ମହାବିଦ୍ୟାଳୟର ଅଧ୍ୟକ୍ଷ ବିଶ୍ୱନାଥ ବଳିୟାରସିଂହ କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରିଥିଲେ । ପ୍ରାରମ୍ଭରେ ବେଦପାଠ ଓ ଛାତ୍ରୀମାନଙ୍କ ଦ୍ୱାରା ସ୍ୱାଗତ ସଙ୍ଗୀତ ପରିବେଷଣ କରାଯାଇଥିଲା । ଅଧ୍ୟାପକ ଲକ୍ଷ୍ମୀଧର ଦାଶ ଅତିଥ ପରିଚୟ ପ୍ରଦାନ କରିଥିବା ବେଳେ ଛାତ୍ରୀମାନେ ଅତିଥି ମାନଙ୍କୁ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରିଥିଲେ । ଡିସେମ୍ବର ୧ତାରିଖ ଠାରୁ ହୋଇଥିବା କାର୍ଯ୍ୟକ୍ରମ ନାଚ ଗୀତ, କ୍ରୀଡା ଓ ସମାଜସେବା ପ୍ରତିଯୋଗିତାର କୃତିତ୍ୱ ଅର୍ଜନ କରିଥିବା ଛାତ୍ରୀମାନଙ୍କୁ ଅତିଥି ମାନଙ୍କ ଦ୍ୱାରା ମାନପତ୍ର ପ୍ରଦାନ କରାଯାଇଥିଲା । ନୋଡାଲ ଅଫିସର କମଲ ଲୋଚନ ପ୍ରଧାନ ଓ ତୃପ୍ତିବାଳା ପାଇକରାୟ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । କ୍ରୀଡା ଶିକ୍ଷକ ସରୋଜ କୁମାର ରଣସିଂହ, କନିଷ୍ଠ ଶିକ୍ଷକ ନରେନ୍ଦ୍ର କୁମାର ଦଳାଇ, ଓ ଅଶୋକ କୁମାର ପ୍ରଧାନଙ୍କ ତତ୍ତ୍ବାବଧାନରେ କବାଡି, ବ୍ୟାଡମିଣ୍ଟନ, ନାଚ,ଗୀତ ସହିତ ନରେନ୍ଦ୍ର ପୁଷ୍କରିଣୀ ପରିଷ୍କାର, ପ୍ଲାଷ୍ଟିକ ବର୍ଜନ ଓ ଯୋଗ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଅଧ୍ୟାପିକା ନମିତା ନାୟକ, ଦେବଯାନୀ ପଟ୍ଟନାୟକ, ରୋଜାଲିନ ସାହୁ, ମୋନାଲିସା ପାତ୍ର, ଅର୍ଚ୍ଚନା ଆଚାର୍ଯ୍ୟ, ବିସ୍ମିତା ମିଶ୍ର, ପ୍ରଦ୍ୱତି ଦାଶ, ମନିଷା ଦାଶ ଅଧ୍ୟାପକ ବିଜୟ କୁମାର ଛାଟୋଇ,ଅଧିକାରୀ ପ୍ରଧାନ, ରଶ୍ମିରଞ୍ଜନ ବିଶ୍ୱାଳ, ରଘୁନାଥ ଜେନାଙ୍କ ସମେତ ସମସ୍ତ ଅଧ୍ୟାପକ ଅଧ୍ୟାପିକା ଓ ମହାବିଦ୍ୟାଳୟର କର୍ମଚାରୀ ମାନେ ସହଯୋଗ କରିଥିଲେ ।