ଜୁନ୍ ୩୦ “ସୋସିଆଲ ମିଡ଼ିଆ ଡେ”

ଜୁନ୍ ୩୦ “ସୋସିଆଲ ମିଡ଼ିଆ ଡେ” ଆଜି ଆସୋସିଏସନ୍ ଅଫ୍ ଟ୍ୱିଟର ଆକ୍ଟିଭିଷ୍ଟସ୍ ପକ୍ଷରୁ ପାଳନ କରାଯାଇଛି। ଅନୁଷ୍ଠାନର ସଦସ୍ୟମାନେ ଉପସ୍ଥିତ ରହି ସାମାଜିକ ଗଣମାଧ୍ୟମର ସମାଜ ପ୍ରତି ଥିବା ଉପକାରିତା ସମ୍ବନ୍ଧରେ ଆଲୋଚନା କରିଥିଲେ। ବିଶେଷ କରି ଟ୍ୱିଟର ପରି ସାମାଜିକ ଗଣମାଧ୍ୟମ ବର୍ତ୍ତମାନ ସ୍ଥିତିରେ ସମାଜରେ କିପରି ଏକ ବୈପ୍ଳବିକ ପରିବର୍ତ୍ତନ ଆଣିପାରିଛି ଏବଂ ଏହା ମାଧ୍ୟମରେ କିପରି ସମାଜର ବିଭିନ୍ନ ସମସ୍ୟା ମଧ୍ୟ ସହଜରେ ସମାଧାନ ହୋଇପାରୁଛି ସେ ସମ୍ବନ୍ଧରେ ନିଜ ନିଜ ଅନୁଭୂତି ଉପସ୍ଥାପନ କରିଥିଲେ। ଆଜିର ଦିନରେ ସୋସିଆଲ ମିଡିଆ ପ୍ରାୟତଃ ଯୁବପିଢୀଙ୍କ ମଧ୍ୟରେ ଆମୋଦ ପ୍ରମୋଦରେ ସୀମିତ ରହି ଯାଉଥିବା ବେଳେ, ଆଗାମୀ ଦିନରେ ଏହାର କିପରି ଉପଯୁକ୍ତ ବ୍ୟବହାର ଏବଂ ସମସ୍ୟା ସମାଧାନ କ୍ଷେତ୍ରରେ ଏକ ଅସ୍ତ୍ର ସଦୃଶ ହୋଇପାରିବ, ଆଗାମୀ ଦିନରେ ପ୍ରତ୍ୟେକ ବର୍ଗର ବ୍ୟକ୍ତିଙ୍କୁ ନେଇ ବୈଠକ ମଧ୍ୟ କରାଯିବାର ନିଷ୍ପତି ନିଆଯାଇଥିଲା। ଏହି କାର୍ଯ୍ୟକ୍ରମ ରେ ଶିଶୁ ସମାଚାର ସମ୍ପାଦକ ସୁକାନ୍ତ ପଣ୍ଡା, ଅବସରପ୍ରାପ୍ତ ବ୍ୟାଙ୍କ୍ ଅଧିକାରୀ ରମେଶ ଚନ୍ଦ୍ର ନାୟକ ଏବଂ ଛାତ୍ରଛାତ୍ରୀ ଓ ଯୁବପିଢୀ ମାନେ ଯୋଗଦେଇଥିଲେ।ଅନୁଷ୍ଠାନ ର ସମ୍ପାଦିକା ଶୁଭଶ୍ରୀ ବେହେରାଙ୍କ ସମେତ ସତ୍ୟନାରାୟଣ ସାହୁ, ବିପିନ୍ ମହାନ୍ତି, ଦେବେନ୍ଦ୍ର ସୁବୁଦ୍ଧି, ହରିଶ୍ଚନ୍ଦ୍ର ନାୟକ, ନିରାକାର ମହାରଣା, ଗୀତା ଜେନା ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

Leave a Reply

Your email address will not be published. Required fields are marked *