ରାୟଗଡା ଜିଲ୍ଲା କନିଷ୍ଠ ଶିକ୍ଷକ ସଂଘର କାର୍ଯ୍ୟକାରିଣୀ ବୈଠକ ଓ ସଂଘ ପୁନର୍ଗଠନ

ଜିଲ୍ଲା କନିଷ୍ଠ ଶିକ୍ଷକ ସଙ୍ଘ ସଭାପତି ଆଦିତ୍ୟନାରାୟଣ ସ୍ୱାଇଁ ଙ୍କ ଆହ୍ୱାନ କ୍ରମେ ରାୟଗଡା ଜିଲ୍ଲା ଜେକେପୁର ସ୍ଥିତ ଶ୍ରୀ ଅରବିନ୍ଦ ପୂର୍ଣାଙ୍ଗ ଶିକ୍ଷାକେନ୍ଦ୍ର ଠାରେ ଜିଲ୍ଲା ସ୍ତରୀୟ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ୧୧ଟି ବ୍ଲକ୍ ର ସଭାପତି ସଂପାଦକ ଓ ଜିଲ୍ଲା ସଂଘର କର୍ମକର୍ତ୍ତା ଉପସ୍ଥିତି ରେ ନିଜ ନିଜ ବ୍ଲକ୍ ର ସମସ୍ୟା ବିଷୟରେ ଜଣାଇବା ସହ କନିଷ୍ଠ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କର ନିୟମିତ ପାଇଁ ପ୍ରମାଣପତ୍ର ମଗେଇ ଅଗ୍ରୀମ ପ୍ରସ୍ତୁତ ରହିବା ସହ ସଠିକ ସମୟରେ ଦରମା ପ୍ରଦାନ କିପରି ହୋଇପାରିବ ପ୍ରସ୍ତାବ ରଖିଥିଲେ । ଜିଲ୍ଲା ସଂଘ ସମ୍ପାଦକ ଶିବପ୍ରସାଦ ବେହେରା ଉପରିସ୍ଥ ଅଧିକାରୀଙ୍କ ସହ ଆଲୋଚନା କରି ସମାଧାନ କରିବାପାଇଁ କହିଥିଲେ ।
ଏଥିସହିତ ସଙ୍ଘଗଠନକୁ ସୁଦୃଢ କରିବାପାଇଁ ସର୍ବ ସମ୍ମତି କ୍ରମେ ନୂତନ ଭାବେ ଉପସଭାପତି ନୀଳମାଧବ ପାଣିଗ୍ରାହୀ ଓ ପ୍ରଜ୍ଞା ପରମିତା ଦେବୀ ,ଯୁଗ୍ମ ସମ୍ପାଦକ ଭାବେ ପ୍ରିୟଙ୍କାରାଣୀ ପଣ୍ଡା,ଜିଲ୍ଲା ସଂଯୋଜକ ଭାବେ ହୃଦୟାନନ୍ଦ ଦାଶ ଅଧିକାରୀ ଓ ଉତ୍ତମ ପାତ୍ର , ଗଣମାଧ୍ୟମ ସଂଯୋଜକ ଭାବେ ଯୁଗଳ କିଶୋର ପଲାଇ, ରାଧାମୋହନ ପାଣିଗ୍ରାହୀ, ଅନିଲ କୁମାର ସାହୁ ,କୋଷାଧ୍ୟକ୍ଷ ସାଗର କୁମାର ପାତ୍ର ପ୍ରମୁଖ ନିର୍ବାଚିତ ହୋଇଥିଲେ ।
ନୀଳାମ୍ବର ମିଶ୍ରଙ୍କ ରିପୋର୍ଟ ରାୟଗଡା ।