କେ ସି ପବ୍ଲିକ ସ୍କୁଲରେ ସାଉଥ୍ ଓଡ଼ିଶା ସହୋଦୟ ସ୍କୁଲ କାର୍ଯ୍ୟକ୍ରମ ଅନୁଷ୍ଠିତ

ବ୍ରହ୍ମପୁର,ସ୍ଥାନୀୟ ଟାଟା ବେଞ୍ଜା ଛକ ନିକଟସ୍ଥ କେ ସି ପବ୍ଲିକ ସ୍କୁଲରେ ସାଉଥ୍ ଓଡ଼ିଶା ସହୋଦୟ ସ୍କୁଲ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଆଇଜର ର ପ୍ରଫେସର ଶ୍ରୀଯୁକ୍ତ ଅଶୋକ କୁମାର ଗାଙ୍ଗୁଲି ଯୋଗ ଦେଇ ଦ୍ଵୀପ ପ୍ରଜ୍ବଳନ କରି ଥିଲେ।ଏଥିରେ ବିଭିନ୍ନ ସ୍ଥାନର ବିଦ୍ୟାଳୟ ର ଦଶମ ଓ ଦ୍ଵାଦଶ ଶ୍ରେଣୀ ରେ ଉତ୍ତୀର୍ଣ୍ଣ ହୋଇଥିବା ଛାତ୍ର ଛାତ୍ରୀ ମାନଙ୍କୁ ମୁଖ୍ୟ ଅତିଥି ଙ୍କ ଦ୍ଵାରା ସାର୍ଟିପିକେଟ , ଟଫି,ଓ ଉପଢ଼ୌକନ ଦେଇ ସମ୍ମାନିତ କରାଯାଇଥିଲା।ପ୍ରାୟ 26 ଜଣ ଛାତ୍ର ଛାତ୍ରୀ ମାନଙ୍କୁ ସମ୍ମାନୀତ କରାଯାଇଥିଲା। ଟପ୍ପର ହୋଇଥିବା ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରୁ ସଂକଳ୍ପ ସ୍କୁଲ ବ୍ରହ୍ମପୁର ହରିପ୍ରିୟା ପଣ୍ଡା,ଆୟୁଷ ବେହେରା, ଡିଏ ଭି ପିଟି ଏସ ଆର ପବ୍ଲିକ ସ୍କୁଲ ଭଞ୍ଜନଗର ସିମିରନ୍ ପଟ୍ଟନାୟକ, ଆର୍ମି ପବ୍ଲିକ ସ୍କୁଲ ଗୋପାଳପୁର ହର୍ଷିଟ ଭିନୟ,ସ୍ୱୟଂ ଶିବମ, ଡି ପ୍ଲ ସ୍କୁଲ ଆସ୍କା ଶ୍ରୀନିବାସ ପାଢ଼ୀ, ଗୁରୁକୁଳ ଇଣ୍ଟରନ୍ୟାସନାଲ ପବ୍ଲିକ ସ୍କୁଲ ବ୍ରହ୍ମପୁର ସ୍ୱାଗତିକା ପାଢ଼ୀ, ସୁଭଲକ୍ଷ୍ମୀ ପାଢ଼ୀ, ନ୍ୟୁ ଡି ପ୍ଳ ସ୍କୁଲ ବ୍ରହ୍ମପୁର ଦେବାଶିଷ ମହାନ୍ତି, ଆର୍ଯ୍ୟାନ୍ ପ୍ଳବିକ ସ୍କୁଲ ଆସ୍କା କୌଶିକ ସାହୁ,ଦିଲ୍ଲୀ ପବ୍ଲିକ ସିନିଅର ସେକେଣ୍ଡାରୀ ସ୍କୁଲ ବ୍ରହ୍ମପୁର ସାଇ ସ୍ଵତିକ,ଗାନ୍ଧୀ ପବ୍ଲିକ ସ୍କୁଲ ଗୁଣୁପୁର ୟଶ ରାଜ ବିଶ୍ଵାଳ, ଡି ଏ ଭି ପବ୍ଲିକ ସ୍କୁଲ ବ୍ରହ୍ମପୁର ଅନୁଷ୍କା ରଥ,ଆୟୁଷ ପାଢ଼ୀ, ତକ୍ଷଶିଳା residential school ଆଙ୍କୁସପୁର ପି ପ୍ରବୀଣ କୁମାର,ପ୍ରଭାତ କିରଣ ପାତ୍ର, କେ ସି ପବ୍ଲିକ ସ୍କୁଲ ବ୍ରହ୍ମପୁର ସାର୍ଥକ ଦାସ,ସୌମ୍ୟା ସେହାଂଶୁ ଜେନା,। ଉକ୍ତ କାର୍ଯ୍ୟକ୍ରମକୁ କେ ସି ପବ୍ଲିକ ସ୍କୁଲ ର ପ୍ରିନ୍ସିପାଲ ଓ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ପରିଚାଳନା କରିଥଲେ।ପରିଶେଷରେ ଛାତ୍ର ଛାତ୍ରୀ ମାନେ ସାଂସ୍କୃତିକ ନୃତ୍ୟ ପରିବେଷଣ ସହ ରାଷ୍ଟ୍ରୀୟ ସଙ୍ଗୀତ ଗାନ କରିଥିଲେ।
ଜ୍ୟୋତି ରଞ୍ଜନ ଗୌଡ଼ ଙ୍କ ରିପୋର୍ଟ ବ୍ରହ୍ମପୁର।
