କୈବଲ୍ୟ କଣ୍ଠ ସ୍ଵର୍ଗତଃ ଅର୍ଜୁନ ଚରଣ ସାମଲ ସଙ୍ଗୀତ ସନ୍ଧ୍ୟା ଆୟୋଜିତ

ତା ୦୮|୦୬|୨୦୨୫ , ଓଡ଼ିଶାର ପ୍ରଥିତଯଶା ସଙ୍ଗୀତଜ୍ଞ ସ୍ଵରସାଧକ ଏକାଧାରରେ ଗାୟକ, ସଙ୍ଗୀତ ନିର୍ଦ୍ଦେଶକ କୈବଲ୍ୟ କଣ୍ଠ ସ୍ଵର୍ଗତଃ ଅର୍ଜୁନ ଚରଣ ସାମଲଙ୍କ ୮୨ ତମ ଜନ୍ମ ଜୟନ୍ତୀ ଅବସରରେ ଭୁବନେଶ୍ଵର ସ୍ଥିତ ଗୀତ ଗୋବିନ୍ଦ ସଦନ ଠାରେ ଏକ ସଙ୍ଗୀତ ସନ୍ଧ୍ୟାର ଆୟୋଜନ କରାଯାଇଥିଲା। ସୁନାମଧନ୍ୟ କଣ୍ଠଶିଳ୍ପୀ ବର୍ଷିୟାନ୍ ସଙ୍ଗୀତ ସାଧକ ଶ୍ରୀ ଦିବାକର ମହାନ୍ତି ଙ୍କୁ କୈବଲ୍ୟ କଣ୍ଠ ଅର୍ଜୁନ ଚରଣ ସାମଲ ସ୍ମୃତି ସମ୍ମାନ ରେ ସମ୍ମାନିତ କରାଯାଇଥିଲା। କାର୍ଯ୍ୟକ୍ରମରେ ଓଡ଼ିଶାର ସାହିତ୍ୟ ତଥା ସଙ୍ଗୀତ ଜଗତର ଅନେକ୍ ମାନ୍ୟଗଣ୍ୟ ବ୍ୟକ୍ତି ଙ୍କ ଉପସ୍ଥିତିରେ କୈବଲ୍ୟ କଣ୍ଠ ଅର୍ଜୁନ ସାମଲ ଓଡିଆ ସଙ୍ଗୀତ ଜଗତକୁ ଭେଟିଦେଇଥିବା ଅନେକ ଚିରସବୁଜ ତଥା କାଳଜୟୀ ସୃଜନୀ ଗୁଡିକୁ ଲବ୍ଧ ପ୍ରତିଷ୍ଠିତ କଣ୍ଠଶିଳ୍ପୀ ମାନେ ଚମତ୍କାର ଢଙ୍ଗରେ ପରିବେଷଣ କରିଥିଲେ।

ଓଡିଶୀ ଏବଂ ହିନ୍ଦୁସ୍ଥାନୀ ଶାସ୍ତ୍ରୀୟ ସଙ୍ଗୀତ ଜଗତର ସୁନାମଧନ୍ୟ ଗୁରୁ ଶ୍ରୀ ବାଳକୃଷ୍ଣ ବେହେରା, ରୂପକ କୁମାର ପରିଡା, ପ୍ରତିମା ରାଣୀ ପଣ୍ଡା, ସୋମା କର୍ମକାର, ଚନ୍ଦ୍ରିକା ଦାସ, ଚିତ୍ତରଞ୍ଜନ ସାହୁ, ଦିବ୍ୟଜ୍ୟୋତି ବେହେରା ପ୍ରମୁଖ ସଙ୍ଗୀତ ପରିବେଷଣ କରିଥିଲେ। ନିଜ ଚମତ୍କାରୀ ସଙ୍ଗୀତ ସଂରଚନା ମାଧ୍ୟମରେ ସୃଷ୍ଟି କରିଥିବା ଅନେକ୍ ସଙ୍ଗୀତ ଶିଳ୍ପୀ ଙ୍କ ବ୍ୟତୀତ ତାଙ୍କ ପରିବାରରେ ତାଙ୍କ ଜ୍ୟୋଷ୍ଠ ପୁତ୍ର ଦେବାଶିଷ ସାମଲ, କନିଷ୍ଠା ପୁତ୍ରବଧୁ ମାନସୀ ସୁନ୍ଦର ରାୟ , ଦୁଇ ପୌତ୍ରୀଶୃତି ସାମଲ ଓ ରିଦିମ। ରାୟ ସ୍ଵର୍ଗତ ସାମଲଙ୍କ ଅମର ସଙ୍ଗୀତ ଗୁଡକିର ପୁନଃ ପରିବେଷଣ କରିଥିଲେ।

ଇଂ ଶ୍ରୀନିବାସ ଘଟୁଆରୀ କାର୍ଯ୍ୟକ୍ରମ ପରିଚାଳନା କରିବା ସହିତ ବାଦ୍ୟ ଯନ୍ତ୍ରରେ ଓଡ଼ିଶାର ଅନେକ ପ୍ରତିଷ୍ଠିତ ବାଦ୍ୟ ଶିଳ୍ପୀ ଯଥା ଦୁଷ୍ମନ୍ତ ପରିଡା, ଅଭିରାମ ନନ୍ଦ, ସୌମ୍ୟଜିତ ପରିଡା, ସଚ୍ଚିଦାନନ୍ଦ, ଦେବାଶିଷ କର, କ୍ରିଷ୍ଣା ଧ୍ୱନି ସମ୍ଭାରକୁ ଅନେକ ଭାବରେ ରସୋସିକ୍ତ କରିପାରିଥିଲେ। ସୁମନ କିଶନ ରାୟ, ପ୍ରୀତିନନ୍ଦା ରାୟ, ଏବଂ ମନସ୍ଵିନୀ ପ୍ରଧାନ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ।

Leave a Reply

Your email address will not be published. Required fields are marked *