ବ୍ରହ୍ମପୁର ରେ ପହଞ୍ଚିଲା ରେଜଙ୍ଗଲା ରାଜ କଳସ ଯାତ୍ରା

ବ୍ରହ୍ମପୁର ରେ ପହଞ୍ଚିଲା ରେଜଙ୍ଗଲା ରାଜ କଳସ ଯାତ୍ରା । ଅହିର ଯାଦବ ରେଜୀମେଣ୍ଟ ପାଇଁ କେନ୍ଦ୍ର ସରକାର ପାଖରେ ଦାବି ।
ବ୍ରହ୍ମପୁର ଉତ୍କଳ ଯାଦବ ମହାସଭା ନେତୃତ୍ୱରେ 34 ସାଙ୍ଘଟନିକ ଜିଲ୍ଲା ର ରେଜଙ୍ଗଲା ରାଜ କଳସ ଯାତ୍ରା 2025 ବାହାରି ଆଜି ଗଞ୍ଜାମ ଜିଲ୍ଲାରେ ପହଞ୍ଚି ଥିଲା । ପ୍ରଥମେ ଖଲ୍ଲିକୋଟ,ରମ୍ଭା,ଛତ୍ରପୁର, ଠାରେ ବିପୁଳ ସମର୍ଦ୍ଧନା କରାଯାଇଥିଲା ପରେ ଆଜି ଜଗନ୍ନାଥପୁର ପୁର ଠାରେ କଳସ ରଥ କୁ ମୁଖ୍ୟ ଅତିଥି ଭାବେ ବ୍ରହ୍ମପୁର ବିଧାୟକ କେ ଅନିଲ କୁମାର ପତାକା ଦେଖେଇ ଯାତ୍ରା ଆରମ୍ଭ କରିଥିଲେ ।ସମ୍ମାନିତ ଅତିଥି ଭାବେ ଉତ୍କଳ ଯୁବ ଯାଦବ ସଂଘଟନ ର ରାଜ୍ୟ ସଭାପତି ଅମର ନାୟକ ଯାଦବ, ଏନ ୟୁ ବି ସି ର ସଭାପତି ଦୀପକ ଗୌଡ଼, ପଦ୍ମନାଭ ଗୌଡ଼,ଉପସ୍ଥିତ ଥିଲେ ଗଞ୍ଜାମ ଯାଦବ ସଙ୍ଗ ର ମୁଖ୍ୟ କର୍ମକର୍ତ୍ତା ଯୋଗ ଦେଇଥିଲେ ।ଗଞ୍ଜାମ ଜିଲ୍ଲା ଷୋହଳଖଣ୍ଡ ଗୋପାଳ ସମାଜ ର ଏହି କଳସ ଯାତ୍ରା କୁ ପୂର୍ଣ୍ଣ ସହଯୋଗ କରି ବ୍ରହ୍ମପୁର ଠାରେ ଶତାଧିକ ମଟର ସାଇକେଲ ରାଲି କରି କଳସ ରଥ ସ୍ବାଗତ କରି ନଗର ପରିକ୍ରମା କରିଥିଲେ ।ପରେ ଯାଦବ କୂଳ ଘରେ ଏକ ସଭା ଅନୁଷ୍ଠିତ ହୋଇଥିଲା ଏହି କାର୍ଯ୍ୟକ୍ରମ କୁ ତିନି ତାଳୁକା ସଭାପତି ମନୋରଞ୍ଜନ ଗୌଡ଼ ଙ୍କ ନେତୃତ୍ୱରେ ପରିଚାଳନା କରାଯାଇଥିଲା,ଏଥିରେ ଜିଲ୍ଲା ସମ୍ପାଦକ ନାରାୟଣ ମହାଙ୍କୁଡ଼,ଜିଲ୍ଲା କାର୍ଯ୍ୟକାରୀ ସଭାପତି ପର୍ଶୁରାମ ଗୌଡ଼ ,ରାମ ଚନ୍ଦ୍ର ଗୌଡ଼,ଧୁବା ଗୌଡ଼ ଯାଦବ ଜିଲ୍ଲା ସଂଘଟନ ର ମୁଖ୍ୟ କର୍ମକର୍ତ୍ତା ମାନେ ମଧ୍ୟ ଯୋଗଦେଇଥିଲେ ଏମାନଙ୍କର ମଧ୍ୟରେ କେ ଅନିଲ କୁମାର ଯାଦବ,ଭେଙ୍କଟ ଯାଦବ,ବି ରାମ ବାବୁ ଯାଦବ, ଜେ ହରିବାବୁ,ଜି ଶଙ୍କର ରାଓ,ବି ଆଦି ନାରାୟଣ,ଏ ଶିବ କୁମାର ଯାଦବ,ବି ରାଜୁ ଯାଦବ,ଏମ ରାଜା ରାଓ,ଏମ,ରାମ ଗୋପାଳ,ଏମ ହରି,କେ ବିଜୟ,ବି କ୍ରୀଷ୍ଣା,ସିବା ଉପସ୍ଥିତ ଥିଲେ। ପରେ ମହୁରୀ ତାଳୁକା ର ସଭାପତି ବାଲୁକା ଗୌଡ଼ ,ଉପସଭାପତି ସାରଥୀ ଗୌଡ଼, ତେରସ୍ଥାନ ସଭାପତି ରାଧାମାଧବ ଗୌଡ଼, ଙ୍କ ନେତୃତ୍ୱରେ ଲାଞ୍ଜିଆ କୂଳ ଘରେ ଏକ ସମର୍ଦ୍ଧନା ସଭା ହୋଇଥିଲା ପ୍ରକାଶ ଥାଉକି ୧୯୬୨ ମସିହା ଭାରତ – ଚୀନ
ଯୁଦ୍ଧରେ ଲଦାଖ ସ୍ତିତ ରେଜଙ୍ଗଲା ଘାଟି (ବର୍ଷ ସାରା ବରଫ ଦ୍ଵାରା ଆଚ୍ଛାଦିତ ଅଞ୍ଚଳ)କୁ ଚୀନର ସୈନ୍ୟମାନେ ନିଜ ଅକ୍ତିଆର କରିବାକୁ ଚେଷ୍ଟା କରୁଥିଲେ। ଠିକ୍ ସେହି ସମୟରେ ଭାରତର ୧୨୦ ଜଣ ଗୌଡ଼(ଗୋପାଳ) ସୈନ୍ୟ ଚୀନର ୧୪୦୦ ସୈନ୍ୟ ମଧ୍ୟରୁ ଅନେକଙ୍କୁ ବଧ କରି ଉକ୍ତ ଘାଟିକୁ ଭାରତର ଅକ୍ତିଆରକୁ ଆଣିଥିଲେ। ଉକ୍ତ ଲଢେଇରେ ଭାରତର ୧୨୦ ଜଣ ଗୌଡ଼ ସୈନ୍ୟଙ୍କ ମଧ୍ୟରୁ ୧୧୪ ଜଣ ସହିଦ ହୋଇଥିଲେ। ସହିଦ ହୋଇଥିବା ବୀର ଯବାନଙ୍କ ସ୍ମୃତି ଉଦ୍ଧେଶ୍ୟରେ ସେହି ସହିଦ ବୀର ମାଟିରୁ କଳସ ଦ୍ଵାରା ମାଟି ଅଣାଯାଇ ଓଡ଼ିଶା ସାରା ଏକ କଳସ ଯାତ୍ରା ଭ୍ରମଣ କରୁଛି । ଏହି କାର୍ଯ୍ୟକ୍ରମ ଲାଞ୍ଜିଆ ପରେ ଦିଗପହଣ୍ଡି ଠାରେ ପହଞ୍ଚିଥିଲା ବଦଖେମୁଣ୍ଡି ନଗର ପଦ ଯାତ୍ରା କରି ତିନି ତାଳୁକା କୋଠ ଘରେ ପହଞ୍ଚି ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା ଏଥିରେ ତିନି ତାଳୁକା ର ମୁଖ୍ୟ କର୍ମକର୍ତ୍ତା ପିତାମ୍ବର ଗୌଡ଼,ରାଧାକନ୍ତ ମହାକୁଡ଼,ରବି ଚନ୍ଦ୍ର ଗୌଡ଼,ଅର୍ଜୁନ ଗୌଡ଼,ବାଇନାଥ ଗୌଡ଼,ରାଜେନ୍ଦ୍ର ଗୌଡ଼,ଶିବରାମ ଗୌଡ଼,କୃଷ୍ଣ ଗୌଡ଼,ନୀଳ ମାଧବ ଗୌଡ଼,କିଶୋର ଗୌଡ଼,ରାମ ହରି ଗୌଡ଼, ଯୋଗ ଦେଇଥିଲେ ଏବଂ ବହୁ ମାତ୍ରାରେ ଉକ୍ତ କଳସ ଯାତ୍ରାରେ ଗୋପାଳ ଭାଇମାନେ ଉପସ୍ଥିତ ରହି ଏହାକୁ ସାଫଲ୍ୟ ମଣ୍ଡିତ କରି ଥିଲେ। ପରିଶେଷରେ ଉପ ସଭାପତି ପିତାମ୍ବର ଗୌଡ଼ ଧନ୍ୟବାଦ୍ ଦେଇଥଲେ ।

Leave a Reply

Your email address will not be published. Required fields are marked *