କଲ୍ୟାଣପୁର ରାସ୍ତା ମରାମତି ନେଇ ସାଶକ ଦଳ ପକ୍ଷରୁ ଗଣଧାରଣା

ଦୀର୍ଘ ଦିନ ହେଲା ଡେଲାଙ୍ଗ ରୁ କଲ୍ୟାଣପୁର ୬କିମି ରାସ୍ତା ଅତ୍ୟନ୍ତ ଶୋଚନୀୟ ପଡିଛି | ଏହି ରାସ୍ତା ଦେଇ ସହସ୍ର ସଂଖ୍ୟାରେ ଭାରି ଯାନ, ମୋଟର ଗାଡ଼ି, ଜନସାଧାରଣ, ରୋଗୀ, ସରକାରୀ କର୍ମଚାରୀ, ସ୍କୁଲ, କଲେଜ ଛାତ୍ର ଛାତ୍ରୀ, ଜନପ୍ରତିନିଧି ଯାଇଥାନ୍ତି | ପୂର୍ତ୍ତ ବିଭାଗ ଅଧୀନରେ ଥିବା ଏହି ରାସ୍ତା ବନ୍ୟା ପରେ ଖାଲଖମା ରେ ମାରଣଯନ୍ତା ପାଲିଟିଛି ! ଯାତାୟତ ସମୟରେ ଛୋଟ ବଡ଼ ଦୁର୍ଘଟଣା ସହିତ ଜନସାଧାରଣ ନାହିଁ ନଥିବା ଅସୁବିଧା ରେ ସମ୍ମୁଖୀନ ହେଉଛନ୍ତି | ରାସ୍ତା ମରାମତି ନେଇ ବାରମ୍ବାର ଅଭିଯୋଗ ହେଈ ଆସୁଥିଲେ ମଧ୍ୟ କତୃପକ୍ଷ ଏଥିପ୍ରତି ଦୃଷ୍ଟି ଦେଉନଥିଲେ | ସରକାରୀ କର୍ମଚାରୀ ଅବହେଳା ରେ ଅତିଷ୍ଠ ହୋଇ ଶାଶକ ଦଳର ଜନ ପ୍ରତିନିଧି ଓ ନେତୃବୃନ୍ଦ ମାନେ ଡେଲାଙ୍ଗ ବାୟା ବଜାର ସନ୍ନିକଟ ଗୋଲାସାହି ଠାରେ ରାସ୍ତା ଉପରେ ଧାରଣା ଦେବାରୁ ଦୀର୍ଘ ତିନି ଘଣ୍ଟା ଧରି ଯାତାୟତ ଠପ ହୋଇଥିଲା | ଏହି ଗଣଧାରଣାରେ ସାଶକ ଦଳର ଜିଲ୍ଲା ପରିଷଦ ସଭ୍ୟ ପ୍ରସନ୍ନ କୁମାର ସାହୁ , ବ୍ଲକ ଅଧକ୍ଷା ବାସନ୍ତୀ ସାହୁ, ଉପାଧ୍ୟକ୍ଷ ଦୁର୍ବାଷା ନିଶଙ୍କ, ବିଜେଡି ବ୍ଲକ ସଭାପତି ବୈରାଗୀ ଜେନା, ସ୍ଥାନୀୟ ସମବାୟ ବ୍ୟାଙ୍କ ନିର୍ଦ୍ଦେଶକ ଚିତ୍ରସେନ ନିଶଙ୍କ, କଲ୍ୟାଣପୁର ସରପଞ୍ଚ ଗୋବର୍ଦ୍ଧନ ସେଠି, ପୂର୍ବତନ ସରପଞ୍ଚ ଦୁର୍ଯ୍ୟୋଧନ ସାହୁ, ବିପିନ ବିହାରୀ ନରେନ୍ଦ୍ର, ସନ୍ତୋଷ ଭଟ୍ଟ, ମହିଳା ମହାସଂଘ ସଭାନେତ୍ରୀ ବିଦୁଲତା ସ୍ୱାଇଁ, ସମ୍ପାଦିକା ପ୍ରତିମା ଦାସ, ଶୁଭଲଷ୍ମୀ ସ୍ୱାଇଁ , ନବଘନ ପ୍ରଧାନ, ସଞ୍ଜୟ ଜେନା, ଦୁଷ୍ମନ୍ତ ଦାସ, ପ୍ରମୁଖ ଦଳୀୟ କର୍ମୀ ସମର୍ଥକ ସମେତ ଶତାଧିକ ମହିଳା ପୁରୁଷ ସାମିଲ ହୋଇଥିଲେ | ଖବର ପାଇ ଡେଲାଙ୍ଗ ଥାନା ଆଇଆଇସି ଦେବାଶିଷ ମହାନ୍ତି ଓ ଫାଣ୍ଡି ଅଧିକାରୀ ଧନପତି ପିଙ୍ଗ, କେଳୁ ଚରଣ ଜେନା ସମେତ ସଦଳବଳ ଧାରଣା ସ୍ଥାନରେ ପହଂଚି ଧାରଣା ପ୍ରତ୍ୟାହାର କରିବାଜୁ କହିଥିଲେ | ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ଆସି ରାସ୍ତା ମରାମତି ପାଇଁ ପ୍ରତିଶୃତି ଦେଲ ଧାରଣା ଉଠାଯିବ ବୋଲି ଆନ୍ଦୋଳନ କାରୀମାନେ କହିଥିଲେ | ଜନସାଧାରଣଙ୍କ ଯାତାୟତ ସୁବିଧା ପାଇଁ ତୁରନ୍ତ ରାସ୍ତା ମରାମତି ପାଇଁ ଯିଦି ଧରି ବସିଥିଲେ !ସୂଚନା ପାଇ ପିପିଲି ପୂର୍ତ୍ତ ବିଭାଗ ର ସେଡ଼ିଓ ରାଜେନ୍ଦ୍ର ପ୍ରସାଦ ସାହୁ ଘଟଣାସ୍ଥଳରେ ୭ଦିନ ମଧ୍ୟରେ ରାସ୍ତା ନିର୍ମାଣ ହେବ ଓ ଧୂଳି ଉଡ଼ା ବନ୍ଦ ପାଇଁ ପ୍ରତିଦିନ ପାଣି ସିଞ୍ଚନ ହେବ ବୋଲି ପ୍ରତିଶୃତି ଦେଇଥିଲେ | ହାପରେ ଜିଲ୍ଲା ପରିଷଦ ସଭ୍ୟ ପ୍ରସନ୍ନ କୁମାର ସାହୁ ଧାରଣା ପ୍ରତ୍ୟାହାର କରାଗଲା ବୋଲି ଘୋଷଣା କରିଥିଲେ |