ସରକାରୀ ନିର୍ଦ୍ଦେଶକୁ ପାଳନ କରିବାକୁ ପାଳିତ ହେଲା କାମଚଳା ଯୋଗ ଦିବସ

ସରକାରୀ ନିର୍ଦ୍ଦେଶକୁ ପାଳନ କରିବାକୁ ପାଳିତ ହେଲା କାମଚଳା ଯୋଗ ଦିବସ

ଗଣିଆ – ଗଣିଆରେ ଥିବା କିଶୋର ଚନ୍ଦ୍ର ନୋଡାଲ ବିଦ୍ୟାପୀଠରେ ଗଣିଆ ବ୍ଳକ ପ୍ରଶାସନ ତରଫରୁ ବ୍ଳକ ସ୍ତରୀୟ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ ହୋଇଯାଇଛି । ଶରୀର-ମନ ଓ ଆତ୍ମା ଏହି ତିନୋଟି ମଧ୍ୟରେ ସନ୍ତୁଳନ ରକ୍ଷା କରି ଯୋଗ ସକରାତ୍ମକ ଚିନ୍ତାଧାରାକୁ ବିକଶିତ କରିଥାଏ । ଯୋଗାଭ୍ୟାସ କରିବା ଦ୍ବାରା ମନୁଷ୍ୟ ଅନେକ ରୋଗରୁ ଆରୋଗ୍ୟ ଲାଭ କରିଥାଏ । ଚଳିତ ବର୍ଷ ଯୋଗ ଦିବସର ପ୍ରମୁଖ ଲକ୍ଷ୍ୟ ହେଉଛି” ନିଜ ପାଇଁ ଏବଂ ସମାଜ ପାଇଁ ଯୋଗ ” । ଆଜିର ଏହି କାର୍ଯ୍ୟକ୍ରମରେ କନ୍ଧମାଳ ସାଂସଦଙ୍କ ପ୍ରତିନିଧି ଶରତ କୁମାର କର,ଗଣିଆ ସରପଞ୍ଚ ଗିରିଧାରୀ ସେଠୀ, ସମିତି ସଭ୍ୟ ଫକୀର ମୋହନ ଡାକୁଆ, କିଶୋର ଚନ୍ଦ୍ର ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷୟତ୍ରୀ ନିହାର ବାଳା ରାଉତ ,ଡବ୍ଳ୍ୟୁଇଓ ଗୋବିନ୍ଦ ଚନ୍ଦ୍ର ମହାପାତ୍ର, କିଶୋର ଚନ୍ଦ୍ର ନୋଡାଲ ବିଦ୍ୟାପୀଠର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ତଥା ଛାତ୍ର ଛାତ୍ରୀ ଉପସ୍ଥିତ ଥିଲେ । ବ୍ଳକ ସ୍ତରୀୟ ଯୋଗ ଦିବସ ପାଳନ କରାଯାଉଥିବା ବ୍ଳକ ପ୍ରଶାସନ ତରଫରୁ ସମସ୍ତ ଲୋକପ୍ରତିନିଧି ମାନଙ୍କୁ ଚିଠି କରାଯାଇଥିବା ବେଳେ କେବଳ ଗଣିଆ ସରପଞ୍ଚ , ସମିତି ସଭ୍ୟ ଏବଂ ସାଂସଦଙ୍କ ପ୍ରତିନିଧିଙ୍କ ବ୍ୟତୀତ ଅନ୍ୟ କୈାଣସି ଲୋକପ୍ରତିନିଧି ତଥା ବ୍ଳକ ପ୍ରଶାସନିକ ଅଧିକାରୀ ଏଥିରେ ଯୋଗ ନଦେବାର କାରଣ ପ୍ରଚାର ପ୍ରସାର ଅଭାବ ଅଥବା “ସାହୁ କହିଚି ନା ପାକେଲା ଧାନରେ ମଇ ଦଉଚି” ନ୍ୟାୟରେ ଏହି କାର୍ଯ୍ୟକ୍ରମ ଚାଲିଛି ବୋଲି ସାଧାରଣରେ ଆଲୋଚନା ହେଉଛି । ନା କେବଳ ସରକାରୀ ନିର୍ଦ୍ଦେଶକୁ ପାଳନ କରିବାକୁ କାମଚଳା ଭାବେ ଯୋଗ ଦିବସ ଆୟୋଜନ କରାଯାଇଛି ତାହା ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ତେବେ କେବଳ ଯୋଗ ଦିବସ ଦିନ ଯୋଗାଭ୍ୟାସ ନକରି ବ୍ଳକ ପ୍ରଶାସନ ତରଫରୁ ଯଦି ଅନ୍ୟ ସମୟରେ ଯୋଗାଭ୍ୟାସ ହୁଅନ୍ତା ତେବେ ଏହା ଉପକାରରେ ଆସିପାରନ୍ତା ବୋଲି ବୁଦ୍ଧିଜୀବୀମାନେ ମତ ଦେଇଛନ୍ତି । ଗଣିଆ ରୁ ଜ୍ଞାନୀ ପ୍ରକାଶ ସେନାପତିଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *