କାମାକ୍ଷାନଗର ମହୋତ୍ସବ ପ୍ରସ୍ତୁତି ବୈଠକ
କାମାକ୍ଷାନଗର -କାମାକ୍ଷାନଗର ମହୋତ୍ସବ ସକାଶେ ଏକ ପ୍ରସ୍ତୁତି ବୈଠକ ବ୍ଲକ ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି।କାମାକ୍ଷାନଗର ଉପଜିଲ୍ଲାପାଳ ଜ୍ୟୋତିଶଙ୍କର ସାହୁଙ୍କ ଆବାହକତ୍ୱରେ ଅନୁଷ୍ଠିତ ପ୍ରସ୍ତୁତି ବୈଠକରେ ସ୍ଥାନୀୟ ବିଧାୟକ ତଥା ଖଣି ଇସ୍ପାତ ଓ ପୂର୍ତ୍ତମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିଜ ଅଧ୍ୟକ୍ଷତା କରି କାମାକ୍ଷାନଗର ମହୋତ୍ସବର ଲକ୍ଷ୍ୟ ଓ ଉଦେଶ୍ୟ ଉପରେ ଆଲୋକପାତ କରି ସାଂସ୍କୃତିକ କ୍ଷେତ୍ରରେ କାମାକ୍ଷାନଗର ର ଭୂମିକା ଉପରେ ସୂଚନା ଦେଇଥିଲେ। ଏତଦ ବ୍ୟତୀତ ଏହି କାର୍ଯ୍ୟକ୍ରମ ମଧ୍ୟରେ ଲୁକାୟିତ ପ୍ରତିଭାର ପରିପ୍ରକାଶ ଘଟିପାରିବ ବୋଲି ପ୍ରକାଶ କରିଥିଲେ। ଢେଙ୍କାନାଳ ସାଂସଦ ମହେଶ ସାହୁ ଯୋଗଦେଇ ଏଭଳି କାର୍ଯ୍ୟକ୍ରମରେ ସମସ୍ତଙ୍କର ସହଯୋଗ ରେ କିପରି ସୁଚାରୁରୂପେ ସଂପାଦନ ହୋଇ ପାରିବ ସେ ଉପରେ ଆଲୋଚନା କରିଥିଲେ। ଏଥିରେ ଉପଖଣ୍ଡ ର ଚାରିଗୋଟି ବ୍ଲକର ପଞ୍ଚାୟତ ସମିତି ର ଅଧ୍ୟକ୍ଷା, ଅଧ୍ୟକ୍ଷ, କାମାକ୍ଷାନଗର ଓ ଭୁବନ ଏନଏସି ଅଧ୍ୟକ୍ଷ କାମାକ୍ଷାନଗର, ପରଜଙ୍ଗ, ଭୁବନ, କଙ୍କଡ଼ାହାଡ଼ ବ୍ଲକ ର ବିଡ଼ିଓ, ତାସିଲଦାର ଏବଂ ବିଭିନ୍ନ ବିଭାଗୀୟ ଅଧିକାରୀ, ଓକିଲ ସଙ୍ଘର କର୍ମକର୍ତା, ସିଭିଲ ସୋସାଇଟି ର କର୍ମକର୍ତା, ଉପଖଣ୍ଡ ସାମ୍ବାଦିକ ସଙ୍ଘର କର୍ମକର୍ତା, ବହୁ ବୁଦ୍ଧିଜୀବୀ ଉପସ୍ଥିତ ଥିଲେ l
ରିପୋର୍ଟ – ପ୍ରକାଶ କୁମାର ପାତ୍ର, କାମାକ୍ଷାନଗର।