କାମାକ୍ଷାନଗର ଉପଖଣ୍ଡ ସ୍ତରୀୟ ୭୪ ତମ ସାଧାରଣତନ୍ତ୍ର ଦିବସ ପାଳିତ
କାମାକ୍ଷାନଗର – ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଉପଖଣ୍ଡ ପ୍ରଶାସନ ପକ୍ଷରୁ ୭୪ ତମ ସାଧାରଣତନ୍ତ୍ର ଦିବସ ରେଙ୍ଗାଳୀ ପଡିଆ ଠାରେ ମହାଆଡମ୍ବରରେ ପାଳିତ ହୋଇଯାଇଛି । ଏ ଉପଲକ୍ଷେ ପୂର୍ବାହ୍ନ ରେ ଗାନ୍ଧୀ ମନ୍ଦିରରେ ମହାତ୍ମାଗାନ୍ଧୀ, ଗୋପବନ୍ଧୁ ପାର୍କ ରେ ଉତ୍କଳମଣି ଗୋପବନ୍ଧୁ, ବିଜୁ ପଟ୍ଟନାୟକ ବସ ଷ୍ଟାଣ୍ଡ ରେ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତିରେ ବିଶିଷ୍ଟ ବ୍ୟକ୍ତି ବିଶେଷଙ୍କ ଦ୍ୱାରା ମାଲ୍ୟାର୍ପଣ କରାଯାଇଥିଲା l କାମାକ୍ଷାନଗର ଉପଜିଲ୍ଲାପାଳ ଜ୍ୟୋତିଶଙ୍କର ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦାନ କରି ଜାତୀୟ ପତାକା ଉତ୍ତୋଳନ କରିଥିଲେ । ଏବଂ ପ୍ୟାରେଡ଼ ମାର୍ଚ୍ଚ କରିବା ସହ ସମ୍ବିଧାନ ଓ ଗଣତନ୍ତ୍ରର ଭୂମିକା ଉଦ୍ଦେଶ୍ୟରେ ଅଭିଭାଷଣ ପ୍ରଦାନ କରିଥିଲେ । ଏହି ଅବସରରେ କାମାକ୍ଷାନଗର ଉପଖଣ୍ଡର ୪୦ ଗୋଟି ବିଦ୍ୟାଳୟର ଛାତ୍ର ଛାତ୍ରୀ ମାନେ ଅଂଶଗ୍ରହଣ କରିଥିଲେ । ପରେ ବିଦ୍ୟାଳୟର କୁନି କୁନି ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ଦେଶାତ୍ମବୋଧକ ସାଂସ୍କୃତିକ ନୃତ୍ୟ ପରିବେଷଣ ହୋଇଥିଲା । ପରି ଶେଷରେ ଶିକ୍ଷା, କଳା, ସଂସ୍କୃତି ,କୃତିତ୍ୱ କ୍ଷେତ୍ରରେ ପ୍ରବୀଣ ବ୍ୟକ୍ତିତ୍ୱ ଓ ଛାତ୍ରଛାତ୍ରୀଙ୍କୁ ମାନପତ୍ର ଓ ଟ୍ରଫି ଦେଇ ସମ୍ମାନିତ କରାଯାଇଥିଲା । କାର୍ଯ୍ୟକ୍ରମରେ ଏସଡିପିଓ ରଞ୍ଜନ କୁମାର ଦେ ,ବିଡିଓ ବିକାଶ ମହାନ୍ତି ସମେତ ବିଭିନ୍ନ ପ୍ରଶାସନିକ ଅଧିକାରୀ ଉପସ୍ଥିତ ଥିଲେ । ଭାରପ୍ରାପ୍ତ ଉପଖଣ୍ଡ ସୂଚନା ଓ ଲୋକ ସଂମ୍ପର୍କ ଅଧିକାରୀ କିରଣ ନାୟକ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ l
ରିପୋର୍ଟ- ପ୍ରକାଶ କୁମାର ପାତ୍ର,କାମାକ୍ଷାନଗର।