କାମାକ୍ଷାନଗର ରେ ସ୍ବଛତା ହିଁ ସେବା କାର୍ଯ୍ୟକ୍ରମ ଅନୁଷ୍ଠିତ

ଜସ୍ୱଶି ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦି ଙ୍କ ଆହ୍ବାନ କ୍ରମେ ସାରା ଦେଶରେ ଆଜି ସ୍ବଚ୍ଛତା କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଅଛି। ଏହି ସ୍ବଚ୍ଛତା କାର୍ଯକ୍ରମ ଅବସରରେ ଆଜି ଢ଼େଙ୍କାନାଳ ଜିଲ୍ଲା କାମାକ୍ଷାନଗର ରେ ଥିବା ବିଭିନ୍ନ ଅନୁଷ୍ଠାନ ଯଥା – ଉପଖଣ୍ଡ ସାମ୍ବାଦିକ ସଂଘ, କଳ୍ପନା କ୍ଲବ, ସମାଜ ପାଠକ, ବିଚାର ମଞ୍ଚ, ଉପଖଣ୍ଡ ଚିକିତ୍ସାଳୟ ର ଚିକିତ୍ସକ ଏବଂ କର୍ମଚାରି ବୃନ୍ଦ ତଥା ଡ, ଆମ୍ବେଦକର ମୂଳ ନିବାସୀ ଦଳିତ ସେବାସଙ୍ଘ ର ସମସ୍ତ ସଦସ୍ୟ ସଦସ୍ୟା ମାନେ କାମାକ୍ଷାନଗର ସ୍ଥିତ ଉପଖଣ୍ଡ ସ୍ତରୀୟ ଚିକିତ୍ସାଳୟରେ ପହଞ୍ଚି ମିଳିତ ଭାବରେ ସ୍ବଛତାହିଁ ସେବା କାର୍ଯ୍ୟକ୍ରମ ପାଳନ କରିଥିଲେ। ଆଜି ସକାଳ ୧୦ ଟା ସମୟରେ ଡାକ୍ତଖାନା ପରିଷରେ ଥିବା ରକ୍ତ ଭଣ୍ଡାର,ନିରାମୟ, ବିଭିନ୍ନ ୱାର୍ଡ ସମେତ ସମ୍ପୂର୍ଣ୍ଣ ପରିସର କୁ ସଫସୂତରା କରିଥିଲେ। ଏହା ସହିତ ସଦସ୍ୟ ତଥା କର୍ମଚାରୀ ମାନେ ନିଜ ନିଜ ଘର, ପରିବେଶ କିପରି ସ୍ୱଚ୍ଛ ରହି ପାରିବ ସେ ସମ୍ବଧରେ ଡାକ୍ତରଖାନା ପରିସରରେ ଉପସ୍ଥିତ ଥିବା ସମସ୍ତ ରୋଗୀ ଏବଂ ଜନ ସାଧାରଣ ଙ୍କୁ ସଚେତନ କରାଇଥିଲେ।

Leave a Reply

Your email address will not be published. Required fields are marked *