କନକଦୁର୍ଗା ଙ୍କ ମନ୍ଦିରରେ ବାରୁଣୀ ଯାତ୍ରା ଅନୁଷ୍ଠିତ

ଜଗତସିଂହପୁର ଜିଲ୍ଲାର ପ୍ରସିଦ୍ଧ ମା କନକ ଦୁର୍ଗା ମନ୍ଦିରରେ ପ୍ରସିଦ୍ଧ ବାରୁଣୀ ଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଏହି ବାରୁଣୀ ଯାତ୍ରାରେ ପାରମ୍ପରିକ ରୀତି ନୀତି ଅନୁସାରେ ପ୍ରଭାତରେ ବାରୁଣୀ ସ୍ନାନ ଓ ପରେ ପରେ ମାନସିକ ଧାରୀଙ୍କ ଦ୍ଵାରା ଦାଣ୍ଡ ଓଳେଇବା ଓ କୁକୁଡ଼ା ଉଡ଼ାଇବା ଭଳି ବିରଳ କାର୍ଯ୍ୟକ୍ରମ ଦେଖିବାକୁ ମିଳିଛି। ଭିଓ – ଜଗତସିଂହପୁର ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ ପିତେଇପୁର ପଂଚାୟତର କନକ ଦୂର୍ଗାଙ୍କ ମନ୍ଦିରରେ ଦୀର୍ଘ ପାଞ୍ଚ ଶହ ବର୍ଷରୁ ଉର୍ଦ୍ଧ୍ବ ହେବ ପାଳନ ହେଉଛି ବାରୁଣୀ ଯାତ୍ରା । ଚୈତ୍ର ମାସ ଚତୁର୍ଦ୍ଦଶୀ ତିଥିରେ ମା ଙ୍କର ଏହି ବାରୁଣୀ ଯାତ୍ରା ଅନୁଷ୍ଠିତ ହୋଇଥାଏ । ମାନସିକ ଧାରିମାନେ ଏହି ପ୍ରସିଦ୍ଧ ପୀଠକୁ ଆସି ମାନସିକ କରି ନିଜର ଅଭିଳାସ ପୁରଣ କରିଥାନ୍ତି । ବିଶେଷ କରି ଏହି ପୀଠରେ ଅପୁତ୍ରିକ ନାରୀ ମାନେ ମାନସିକ ଧାରଣ କରି ମାତୃତ୍ୱ ଲାଭ କରିବା ପ୍ରମାଣ ରହିଛି । ଚଳିତ ବର୍ଷ ଏହି ବାରୁଣୀ ଯାତ୍ରା ମହାଆଡମ୍ବର ସହିତ ପାଳନ କରାଯାଉଥିବାର ଦେଖାଯାଇଛି । ସନ୍ଧ୍ୟାରେ ଝଙ୍କଡ଼ ଅଞ୍ଚଳର ପ୍ରସିଦ୍ଧ କୀର୍ତ୍ତନ ମଣ୍ଡଳୀ ମାନଙ୍କ ମଧ୍ୟରେ କୀର୍ତ୍ତନ ପ୍ରତିଯୋଗିତା ଆୟୋଜିତ ହୋଇଥାଏ। ପ୍ରତିଦିନ ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥାଏ। ମନ୍ଦିର ଟ୍ରଷ୍ଟ ର କାର୍ଯ୍ୟକାର୍ତ୍ତା ଓ ପ୍ରଶାସନ ସହାୟତାରେ ରେ ଏହି ଯାତ୍ରାକୁ ଶାନ୍ତି ଶୃଙ୍ଖଳା ସହ କରାଯାଉଛି । ଏହି ବାରୁଣୀ ଯାତ୍ରା ସ୍ଥାନୀୟ ଏକ ବୃହତ ପର୍ବ ଭାବେ ପରିଚିତ । ଆଜିର ଦିନରେ ଜିଲ୍ଲା ତଥା ଜିଲ୍ଲା ବାହାରୁ ବହୁ ଭକ୍ତ ଓ ଶ୍ରଦ୍ଧାଳୁ ମାନେ ଆସିଥାନ୍ତି । ଏହି ବାରୁଣୀ ଯାତ୍ରାରେ କୁନିକୁନି ପିଲା ଯେଉଁ ମାନଙ୍କର ଡେରିରେ କଥା କହୁଥିବା ପିଲାମାନଙ୍କ ମାଆ ଓ ମାନସିକ ଧାରୀ ମାନେ ଦାଣ୍ଡ ପହଂରିବା ସହ ମୁଣ୍ଡ ଉପରେ କୁକୁଡ଼ା ଉଡାଇଥାନ୍ତି । ଏହା ସହିତ ସର୍ପଘାତ ହୋଇ ଥିବା ଲୋକମାନେ ମାଆଙ୍କ ଆଶିଷରୁ ଆରୋଗ୍ୟ ଲାଭ କରିଥିବାର ନଜର ରହିଛି । କଥାରେ ଅଛି ବିଶ୍ୱାସେ ମିଳଇ ହରି, ତରକେ ବହୁ ଦୂର । ସେହି କ୍ରମରେ ଏଠାରେ ମାନସିକ ଧାରୀ ମାନଙ୍କର ଭିଡ଼ ପରିଲକ୍ଷିତ ହୋଇଥାଏ । ତେବେ ସ୍ଥାନୀୟ ଅଞ୍ଚଳର ବହୁ ଭକ୍ତ ଓ ଶ୍ରଦ୍ଧାଳୁ ମାନେ ଏହି ବାରୁଣୀ ଯାତ୍ରାରେ ସାମିଲ ହେଇ ସହଯୋଗ କରିଥାନ୍ତି ।

ଜଗତସିଂହପୁର ରୁ ରୀତା ସାହୁ ଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *