କନ୍ଧମାଳ ହଳଦୀକୁ ମିଳିଛି ଜିଆଇ ମାନ୍ୟତା କିନ୍ତୁ ଚାଷୀକୁ ମିଳୁନାହିଁ ଲାଭ।

ହଳଦୀ ଅପେକ୍ଷା ଗଞ୍ଜେଇ ଚାଷ ବଢ଼ୁଛି।ହଳଦୀ ଚାଷ କନ୍ଧମାଳରୁ ଲୋପ ହୋଇଯିବ କି । ଫୁଲବାଣୀ:ନୀପ୍ର:-୨୨/୦୨ କନ୍ଧମାଳ ଜିଲ୍ଲାରେ ଧିରେ ଧିରେ କମିବାରେ ଲାଗିଲାଣି ହଳଦୀ ଚାଷ।ହଳଦୀ ଚାଷ ବଦଳରେ ବଢ଼ିବାରେ ଲାଗିଛି ଗଞ୍ଜେଇ ଚାଷ। ହେଲେ କନ୍ଧମାଳରୁ ଲୋପ ପାଇଯିବା କି ହଳଦୀ ଚାଷ ବୋଲି ଏବେ ଜାତୀୟ ଅନ୍ତର୍ଜାତୀୟ ବଜାରରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। କନ୍ଧମାଳର ହଳଦୀ ଜାତୀୟ ଓ ଅନ୍ତର୍ଜାତୀୟ ବଜାରରେ ଅଧିକା ଚାହିଦା ବଢ଼ିଥିବା ବେଳେ ଗତ ୨୦୧୯ ମସିହାରେ କନ୍ଧମାଳର ହଳଦୀକୁ ଜିଆଇ ମାନ୍ୟତା ମିଳିବାରୁ ଚାଷୀଙ୍କ ମନରେ ବହୁ ଉତ୍ସାହ ବୃଦ୍ଧି ପାଇଥିଲା କିନ୍ତୁ ଚାଷୀର ପରିଶ୍ରମ ଅନୁଯାୟୀ ଆଜିପର୍ଯ୍ୟନ୍ତ ବିକ୍ରୟରେ ଉଚିତ୍ ବଜାର ନ ପାଇ ଅଭାବୀ ବିକ୍ରି ହୋଇ କ୍ଷତି ସହିବାରୁ ହଳଦୀ ଚାଷକୁ ମନ ବଳାଉ ନ ଥିବା ଚାଷୀର ପାଟିରୁ ଶୁଣିବାକୁ ମିଳୁଛି। ଏକ ସର୍ଭେ ରିପୋର୍ଟ ରୁ ଜଣାପଡ଼ିଛି ଯେ ବିଗତ ଦୀନରେ ଜିଲ୍ଲାରେ ଯେତିକି ଚାଷୀ ସଂଖ୍ୟା ରହିଥିଲା ବର୍ତ୍ତମାନ ଶତକଡ଼ା ଶହେ ଭାଗରୁ ପାଖା ପାଖି ଷାଠିଏ ଭାଗ କମି ଯାଇଛି। ଗତ ଦୁଇ ତିନି ବର୍ଷ ଜିଲ୍ଲାରେ ଚାଷୀଙ୍କ ସଂଖ୍ୟା କମିବାରେ ଲାଗିଥିବା ଅନୁମାନ କରାଯାଉଛି। ସରକାରୀ ରିପୋର୍ଟ ଅନୁସାରେ ଜିଲ୍ଲାରେ ୪ବର୍ଷ ତଳେ ୭ ହଜାର ରୁ ଉର୍ଦ୍ଧ ହେକ୍ଟର ଜମିରେ ହଳଦୀ ଚାଷ କରିବା ପାଇଁ ପ୍ରୋତ୍ସାହନ ରଖାଯାଇ ଟାର୍ଗେଟ କରିଥିଲେ ମଧ୍ୟ ତାହା ୧ ହଜାରକୁ ମଧ୍ୟ ପୂରଣ ହୋଇ ପାରୁନାହିଁ। ଏଥିରୁ ନିଶ୍ଚିତ ଅନୁମାନ କରିପାରୁଥିବେ ଜିଲ୍ଲାରେ କେତେ ପରିମାଣରେ ହଳଦୀ ଚାଷ କମିବାରେ ଲାଗିଛି। ୨୪ ଓ ୨୫ ଆର୍ଥିକ ବର୍ଷରେ ଖରିବରେ ରାଷ୍ଟିୟ କୃଷି ବିକାଶ ଯୋଜନାରେ ୫୦୦ ହେକ୍ଟର ଜମିରେ ହଳଦୀ ଚାଷ କରିବାର ଟାର୍ଗେଟ ରହିଥିଲା ସମାନ ସେତିକିରେ ଚାଷ କରାଇଛି ବୋଲି ଜିଲ୍ଲା କୃଷି ଉଦ୍ୟାନ ବିଭାଗ ଅଧିକାରୀ ସାନ୍ତୁନ କୁମାର ନାଏକ କହିଥିବା ବେଳେ ଜିଲ୍ଲାର ଖଜୁରୀପଡ଼ା ବ୍ଲକରେ ୧୦୦ ଜମିରୁ ୪୪ ଏକର ଜମିରେ ବ୍ଲକ ଉଦ୍ୟାନ ସମ୍ପ୍ରସାରଣ କର୍ମଚାରୀ ରମେଶ ଚନ୍ଦ୍ର ମଙ୍ଗରାଜ ଓ ଆରତୀ ମେଡମ୍ ବହୁ ପରିଶ୍ରମ କରି ଲୋକଙ୍କୁ ବୁଝାଇ ସୁଝାଇ ଚାଷ କରାଇଥିବା ଜଣାପଡିଛି।ଏହି ଚିତ୍ର ଦେଖି ଆପଣ ମାନେ ନିଶ୍ଚିତ ବୁଝି ପାରୁଥିବେ ବର୍ତ୍ତମାନ ଚାଷୀ ହଳଦୀ ଖୋଳାରେ ଲାଗିଛନ୍ତି ଏହି ଜାଗା ହେଉଛି କନ୍ଧମାଳ ଜିଲ୍ଲାର ଖଜୁରୀପଡ଼ା ବ୍ଲକ ଅଧିନସ୍ଥ ସୁଡୁକୁମ୍ପା ପଞ୍ଚାୟତ ଅପହଞ୍ଚ ଅଞ୍ଚଳ ପାଣିଶାଳ ଗ୍ରାମ ହଳଦୀ ବାଡ଼ିରେ ପହଞ୍ଚି ଆମେ ଭେଟିଥିଲୁ ଜଣେ ବରିଷ୍ଠ ଉଦ୍ୟୋଗୀ ହଳଦୀ ଚାଷୀ ସତ୍ୟାନନ୍ଦ ନାୟକଙ୍କୁ ।

ସେ କହିଛନ୍ତି ଆମ ପରିଶ୍ରମ ଅନୁଯାୟୀ ଫଳ ମିଳୁନାହିଁ। କିଛି ଲାଭ ହେଉନାହିଁ। କ୍ଷତି ସହିବାକୁ ପଡୁଛି। ଯାହା ଚାଷ କରୁଛୁ ବାଜର ନଥିବା ଯୋଗୁଁ ଅଭାବୀ ବିକ୍ରି ହେବାକୁ ପଡୁଛି। ସରକାର ଦର ବଢ଼ାଇ କିଣିବାକୁ ବ୍ୟବସ୍ଥା କରନ୍ତେ ତା ହେଲେ ଅଧିକ ଚାଷ କରିବାକୁ ସମସ୍ତେ ଇଛା କରନ୍ତେ।ବିନା ସାରରେ ଆମେ ଚାଷ କରୁଛୁ ତେଣୁ ଜାତୀୟ ସ୍ତରରେ ଏହି ହଳଦୀର ଚାହିଦା ଅଧିକ ରହୁଛି। ଖାଇବା ପାଇଁ ସ୍ବାସ୍ଥ୍ୟ ପକ୍ଷେ ଭଲ ରହୁଥିବା ବେଳେ ଶରୀର ପକ୍ଷେ ଔଷଧ ଭଳି କାମ କରୁଛି। କିନ୍ତୁ ଏତେ ବର୍ଷ ପରେ ମଧ୍ୟ ସରକାରୀ ବିଭାଗ ପକ୍ଷରୁ କୌଣସି ଉତ୍ସାହ ଜଣାପଡୁନାହିଁ। ଅନ୍ୟ ପକ୍ଷରେ କନ୍ଧମାଳ ଜିଲ୍ଲା ପାହାଡ଼ିଆ ଅଞ୍ଚଳ ହୋଇଥିବାରୁ ବର୍ଷାଜଳ ସେଭଳି ଠିକ୍ ସମୟରେ ହେଉନାହିଁ। ଚାଷ ସମୟରେ ଓ ଅମଳ ସମୟରେ ବହୁ ବ୍ୟତିକ୍ରମ ହେଉଛି। ଅମଳ ସମୟରେ ପମ୍ପସେଟ୍ ଲଗାଇ ଚାଷ ଜାଗାରେ ପାଣି ମଡାଇ ଖୋଳିବାକୁ ପଡ଼ୁଛି। ତେଣୁ ସରକାର ଯଦି ହଳଦୀ ଚାଷକୁ ବଞ୍ଚାଇ ରଖିବାକୁ ଓ ଅଧିକ ଚାଷ ବୃଦ୍ଧି କରିବାକୁ ଚାହୁଛନ୍ତି ତାହେଲେ କିଲୋପିଛା ଦର ବୃଦ୍ଧି କରିବା ସହିତ କିଣିବା ବ୍ୟବସ୍ଥା କଲେ ନିଶ୍ଚିତ ହଳଦୀ ଚାଷର ଅଭିବୃଦ୍ଧି ଘଟିବା ସହିତ ବଞ୍ଚି ରହିବ। ନଚେତ୍ ଆଗକୁ ଲୋପ ପାଇଯିବ ବୋଲି ପ୍ରକାଶ କରିଛନ୍ତି। ହେଲେ ଏଦିଗରେ କେତେ ଶୀଘ୍ର ସରକାର ପଦକ୍ଷେପ ଗ୍ରହଣ କରୁଛନ୍ତି ତାହା ଦେଖିବାକୁ ରହିଲା। କନ୍ଧମାଳ ଜିଲ୍ଲାରୁ ବୈଦ୍ୟନାଥ ବେହେରା ଙ୍କ ରିପୋର୍ଟ କନ୍ଧମାଳ।୧-ଦୟାକରି ଦୁଇଟି ଫୋଟ ବସାଇବେ।