୧୩ ବର୍ଷିୟ ଯୁବକ ଖଟିଆରେ ସରକାରୀ ସହାୟତାରୁ ବଞ୍ଚିତ
କନ୍ଧମାଳ ଜିଲ୍ଲା ଅନ୍ତର୍ଗତ ଫିରିଙ୍ଗିଆ ବ୍ଲକ ଅଧିନସ୍ଥ ଗୋଚ୍ଛାପୋଡା ଥାନା ପକାରି ଗ୍ରାମ ପଞ୍ଚାୟତ ସାମ୍ନାଗୁଡି ଗ୍ରାମ ର ହରିଜନ ସାହି ର ବାସ କରୁଥିବା ଦୀପକ ଦିଗାଲ ୧୩ ବର୍ଷ ପିତା- ମତ୍ସ ଦିଗାଲ ପରିବାର ୮ ଜଣ ସଦସ୍ୟ ରହୁଛନ୍ତି। ଆଜକୁ ୧୩ ବର୍ଷ ବିକାର ଗ୍ରସ୍ତ ବିକଳାଙ୍ଗ ଭିନ୍ନ କ୍ଷମ ହୋଇ ଖଟରେ ପୋଡ଼ି ଥିବା ଦେଖିବାକୁ ମିଳିଛି। ସୂଚନାଯୋଗ୍ୟ ଦୀପକ ର ବାପା ମତ୍ସ ଦିଗାଲ କହିବା ଅନୁସାରେ ପୁଅର ଉପଯୁକ୍ତ ଚିକିତ୍ସା କରିବା ନିମନ୍ତେ ସ୍ଥାନୀୟ ଫୁଲବାଣୀ ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ପୁଅ ଦୀପକ କୁ ଫୁଲବାଣୀ ଡାକ୍ତର ମାନେ ବଡ଼ ମେଡିକାଲ୍ କୁ ନିଅ ବୋଲି କହିଥିଲେ। କିନ୍ତୁ ମୁଁ ଗରିବ କୁଲି ଖଟି ପ୍ରତିଦିନ କାମକରି ୮ ଜଣ ପରିବାର କୁ ଚଳଉଛି । ଏଣୁ ଅର୍ଥ ଅଭାବ ଯୋଗୁଁ ପୁଅ ର ଚିକିତ୍ସା ନିମନ୍ତେ କରିପାରୁନାହିଁ। ଯଦି ସରକାର ମୋ ପିଲା ପ୍ରତି ସାହାଯ୍ୟ ସହଯୋଗ କରି ଉନ୍ନତ ମାନର ଚିକିତ୍ସା କଲେ ମୋର ପୁଅ ଦୀପକ ଚଲାବୁଲା କରି ପାରିତାନ୍ତା ଏଣୁ ସରକାରୀ କର୍ମଚାରୀ ଙ୍କୁ ନିବେଦନ କରା ଯାଇଥିଲା। କନ୍ଧମାଳ ଜିଲ୍ଲା ମାଓ ଅଧ୍ୟୁଷିତ ଉପାନ୍ତ ଇଲାକା ଗୋଚ୍ଛାପଡା ରେ ରହୁଥିବା ଗରିବ କାମ ଧନ୍ଦା ନମିଳିବା ନିଜେ ବଞ୍ଚିବା ଦୁରର କଥା ଏବଂ ରୋଗ ରେ ପଡ଼ିଥିବା ମେଡିକାଲ୍ କୁ ନେବା ପାଇଁ ପାଖରେ ଅର୍ଥ ଅଭାବ ଦେଖା ଯାଇଥାଏ। ଏହି କ୍ଷେତ୍ରରେ ବର୍ଷେ କି ୨ ବର୍ଷ ନୁହଁ ଦୀର୍ଘ ୧୩ ବର୍ଷ ଖଟରେ ଶୋଇ ବିତି ଯାଇଥିବା ଯୁବକ ଚିକିତ୍ସା ପାଇଁ ଅର୍ଥ ବାଧକ ସାଜିଛି ଓଡ଼ିଶା ର ପଛୁଆ ଜିଲ୍ଲା ଭାବେ ପରିଚିତ। ଏହି ଦିଗରେ ଓଡ଼ିଶା ସରକାର ବିଜୁ ସ୍ବାସ୍ଥ୍ୟ ବିମା ଯୋଜନା ଜିଲ୍ଲା ର ଆଦିବାସୀ ହରିଜନ ଗରିବ ନିରୀହ କୁଲି ମଜୁରିଆ ଉପକୃତ ହେବା ପାଇଁ ନିର୍ଦ୍ଦେଶ ରହିଥିବାବେଳେ। ଜିଲ୍ଲା ର କାର୍ଯ୍ୟ ରତ ପ୍ରଶାସକ ଦ୍ବାୟିତ ରେ ଥିବା ପ୍ରତ୍ୟେକ ବ୍ଲକରେ ବିକଳାଙ୍ଗ ଭିନ୍ନ କ୍ଷମ ମାନସିକ ବିକାର ଗ୍ରସ୍ତ ଅବସ୍ଥାରେ କାଟୁ ଥିବା ବ୍ୟକ୍ତି ମାନଙ୍କ ପାଇଁ ଆବଶ୍ୟକ ସରକାରୀ ସୁବିଧା ସୁଯୋଗ ପାଇ ପାରୁନାହାନ୍ତି ।