ଗାଁ ଦାଣ୍ଡରେ କଙ୍ଗାରୁ କୋର୍ଟ l

Date – ୨୩/୦୬/୨୫Place – ସୋରଡ଼ା ଗାଁ ଦାଣ୍ଡରେ କଙ୍ଗାରୁ କୋର୍ଟ l ଦୁଇ ଜଣ ଦଳିତ ଲୋକକୁ ଅଧା ଲଣ୍ଡା କରି ଗାଁ ଦାଣ୍ଡରେ ଆଣ୍ଠେଇଲେ ଆଣ୍ଠେଇ ଦୁଇ କିଲୋ ମିଟର ଚଳେଇବା ସହ ନର୍ଦ୍ଦମା ର ମଇଳା ପାଣି ପିଆଇଲେ ଲୋକେ l ଏମିତି ଏକ ଅଭାବନିୟ ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲା ଧରାକୋଟ ଖାରିଗୁମ୍ମା ଗାଁରେ l ସୂଚନା ଅନୁସାରେ ଝିଅକୁ ଯୌତୁକ ଦେବା ପାଇଁ ଦୁଇ ଦଳିତ ବ୍ୟକ୍ତି ହରିପୁରରୁ ତିନୋଟି ଗାଈ ଧରି ସୀଙ୍ଗିପୁର ଯିବା ବେଳେ ଖାରିଗୁମ୍ମା ଠାରେ ତାଙ୍କୁ କିଛି ଲୋକ ଅଟକାଇବା ସହ ଗୋ ଚାଲାଣ କରୁଥିବା କହି ପଇସା ମାଗିଥିଲେ l ପଇସା ନଦେବାରୁ ଦୁଇ ନିରୀହ ଲୋକକୁ ମାଡ ମାରିବା ସହ l ସେଲୁନରେ ଅଧା ନଣ୍ଡା କରିଥିଲେ l ଅଧା ନଣ୍ଡା କରି ଦୁଇ ଦଳିତକୁ ଖାରିଗୁମ୍ମା ରୁ ଜହାଡା ଯାଏଁ ପାଖାପାଖି ଦୁଇ କିଲୋମିଟର ରାସ୍ତା ଗାଁ ଦାଣ୍ଡରେ ଆଣ୍ଠେଇ ଆଣ୍ଠେଇ ଚଲାଇଥିଲେ l ଦୁଇ ଦଳିତକୁ ଘାସ ଖାଇବାକୁ ଦେବା ସହ ନର୍ଦ୍ଦମାର ମଇଳା ପାଣି ପିଇବାକୁ ବାଧ୍ୟ କରାଇଥିଲେ l ତେବେ ସୁଯୋଗ ପାଇ ଦୁଇ ଦଳିତ ବ୍ୟକ୍ତି ସେଠାରୁ ଖସି ଆସିଥିବା ବେଳେ ଏନେଇ ଧରାକୋଟ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି l ମୁଣ୍ଡ ଆଉ ପିଠିରେ ଆଘାତ ଲାଗିଥିବା ବେଳେ ଧରାକୋଟ ପୋଲିସ ତାଙ୍କୁ ମେଡ଼ିକାଲରେ ଚିକିତ୍ସା ପାଇଁ ଭର୍ତ୍ତି କରିବା ସହ ଘଟଣାରେ ତଦନ୍ତ କରୁଛି l