ଜଗନ୍ନାଥ ଙ୍କ ଆଜ୍ଞାମାଳ ରେ ଆରମ୍ଭ ହେଲା କଣ୍ଟାପିଡା ଯାତ୍ରା

ସୋରଡା : ଗଞ୍ଜାମ ଜିଲ୍ଲା ସୋରଡା ର ଆରାଧ୍ୟା ଶ୍ରୀ ଶ୍ରୀ ମାଁକନ୍ଧୁଣିଦେବୀ ଙ୍କ ପବିତ୍ର କଣ୍ଟାପୀଡା ଯାତ୍ରା ଆରମ୍ଭ ହୋଇଛି। ଏହି ଯାତ୍ରା ପ୍ରଭୁ ଜଗନ୍ନାଥ ଙ୍କ ଆଙ୍ଗ୍ଯାମାଳ ରେ ଆରମ୍ଭ ହେବା ସହ ଶେଷ ହୋଇଥାଏ। କନ୍ଧୁଣିଦେବୀ ଙ୍କ ଏହି କଣ୍ଟାପୀଡା ଯାତ୍ରା ପ୍ରକୃତି ର ଏକ ବିରଳ ଉଦାହରଣ ସହ ସୋରଡା ର ପ୍ରାଚୀନ ଗୌରବ କୁ ବହନ କରିଆସୁଅଛି। ଏହି ଯାତ୍ରା ସୋରଡା ର ସବୁଠାରୁ ପ୍ରାଚୀନ ପରମ୍ପରା ଅଟେ। ଏହି ଅଞ୍ଚଳ ର ଭକ୍ତ ମାନେ ବର୍ଷ ତମାମ ମାଁ କନ୍ଧୁଣିଦେବୀ ଙ୍କ ଆଗମନ କୁ ଅପେକ୍ଷା କରି ରହିଥାନ୍ତି। କନ୍ଧ ରାଜା ପାଟମଳିକ ଙ୍କ ଆରାଧ୍ୟା ମାଁ କନ୍ଧୁଣିଦେବୀ ଙ୍କ ଏହି ଯାତ୍ରା କନ୍ଧ ସଂପ୍ରଦାୟ ର ପରମ୍ପରା ଅଟେ। ଶତାଧିକ ବର୍ଷ ର ଏହି ପରମ୍ପରା ଆଜି ମଧ୍ୟ ଜନମାନସ ରେ ବେସ ଆଦୃତ ଅଟେ। ପ୍ରଥମ ଦିନ ରେ ହୋଇଥାଏ ବାଲି ଯାତ୍ରା। ବାଲି ଯାତ୍ରା ର ସ୍ଵତନ୍ତ୍ରତା ପ୍ରକୃତି ଉପାସନା ସହ ଜଡିତ ହୋଇ ରହିଛି। ପ୍ରାଚୀନ କାଳ ରେ ସୋରଡା ଅଞ୍ଚଳ ରେ ବର୍ଷା ଅଭାବ ରୁ କନ୍ଧ ସମ୍ପ୍ରଦାୟ ଲୋକେ ନିଜ ଆରାଧ୍ୟା ମାଁ କନ୍ଧୁଣିଦେବୀ ଙ୍କ ଶରଣାପନ୍ନ ହୋଇଥିଲେ। ମାଁ ଙ୍କୁ ଭକ୍ତି ରେ ପ୍ରସନ୍ନ କରିଲେ ଉତମ ଫସଲ ହେବା ର ଆଶା ସମସ୍ତଙ୍କ ପାଖରେ ରହିଥିଲା। ମାଁ କନ୍ଧୁଣିଦେବୀ ଙ୍କ ସ୍ଵପ୍ନାଦେଶ ପ୍ରକାରେ ଭାଦ୍ରବ ଶୁକ୍ଲ ଦ୍ଵାଦଶୀ ତିଥି ରେ ଋଷିକୁଲ୍ୟା ନଦୀ ରୁ ବାଲି ସଂଗ୍ରହ କରି ଗୁପ୍ତ ପୂଜାର୍ଚନା କରିବ। ଭଜାଯାଇଥିବା ପଞ୍ଚ ଶସ୍ୟ (ଧାନ,ବିରି,ମଣ୍ଡିଆ,ମୁଗ,ସୋରିଷ) ଆଦି ସେଥିରେ ପକାଇବା ପରେ ଅନ୍ଧାର କୋଠରି ରେ ରଖି ମାଁ କୁ ଦୈନନ୍ଦିନ ପୂଜା କଲାପରି ସେହି ବାଲି କୁ ମଧ୍ୟ ପୂଜା କରିବ, ଯଦି ଭକ୍ତି ରେ ମାଁ ପ୍ରସନ୍ନ ହୁଅନ୍ତି ତେବେ ବାଲି ରେ ପକାଯାଇଥିବା ଭଜା ପାଞ୍ଚ ଶସ୍ୟ ଗଯା ହୋଇଯିବ ଏବ ତାହା ବିଲ ରେ ବୁଣିବା ଦ୍ଵାରା ଉତମ ଫସଲ ହେବ। ଏହି ଆଦେଶ ମିଳିବା ପରେ ସମସ୍ତେ ଠିକ ସେହିପରି କରିଥିଲେ ଏବଂ ଅଲୌକିକ ଭାବେ ସବୁ ଶସ୍ଯ ଗଜା ହୋଇଯାଇଥିଲା। କଣ୍ଟାଦୋଳି ରେ ମାଁ ବିଜେ କରିବା ବେଳେ ତାହା ଭୋଗ ସ୍ୱରୂପ ଅର୍ପଣ କରଯାଇଥିଲା। ପ୍ରକୃତି ରେ ବିପରୀତ ରେ ଏହି ପରମ୍ପରା ଆଜି ମଧ୍ୟ ଏହି ଯାତ୍ରା ରେ ପ୍ରଚଳିତ। ପ୍ରଥମ ଦିନ ରେ ପ୍ରଭୁ ଜଗନ୍ନାଥ ଙ୍କ ଆଙ୍ଗ୍ଯାମାଳ ନେବା ପରେ ମନ୍ଦିର ର ଦେହୁରି ସେବାୟତ ମାନେ ଋଷିକୁଲ୍ୟ ନଦୀ ରୁ ବାଲି ଆଣିବା ପାଇଁ ଯାଇଥିଲେ। ସେଠାରେ ସ୍ଵତନ୍ତ୍ର ପୂଜାର୍ଚନା ପରେ ମାଁ ଙ୍କ ମନ୍ଦିର ରେ ପହଞ୍ଚି ଥିଲେ। ଏହା ହେଉଛି ମାଁ କନ୍ଧୁଣିଦେବୀ ଙ୍କ କଣ୍ଟାପିଡା ଯାତ୍ରା ର ସ୍ଵତନ୍ତ୍ରତା।
ଦେହୁରି ସେବାୟତ ମାନେ ଏହି ଦିନ ଜଗନ୍ନାଥ ଙ୍କ ଶରଣାପନ୍ନ ହୋଇଥାନ୍ତି । ଜଗନ୍ନାଥ ଙ୍କ ଆଙ୍ଗ୍ଯାମାଳ କୁ ଆଣିବା ପରେ ଦୁଇଟି ନୂଆ ତାଟ ରେ ଧରି ବାଦ୍ୟବାଜଣା ରେ ଋଷିକୁଲ୍ୟା ନଦୀ ରେ ପହଞ୍ଚିଥାନ୍ତି। ଏହାପରେ ଗୁପ୍ତ ପୂଜା ଆରମ୍ଭ ହେବା ଆରେ ମନ୍ଦିର ରେ ପହଞ୍ଚିଥାନ୍ତି ଏହାପରେ ଆରମ୍ଭ ହୋଇଥାଏ କଣ୍ଟାପୀଡା ଯାତ୍ରା।
ସୋରଡ଼ା ରୁ ନାରାୟଣ ଡାକୁଆ