କର୍ଣ୍ଣାଟକ ବିଧାନସଭା ନିର୍ବାଚନ : ଏନସିପି ଷ୍ଟାର ପ୍ରଚାରକଙ୍କ ତାଲିକାରେ ନାହିଁ ଅଜିତ ପାୱାରଙ୍କ ନାମ

ମୁମ୍ବାଇ: କର୍ଣ୍ଣାଟକ ବିଧାନସଭା ନିର୍ବାଚନ ପାଇଁ ଏନସିପି ଷ୍ଟାର ପ୍ରଚାରକଙ୍କ ତାଲିକା ଜାରି କରିଛି। ଏହି ତାଲିକାରେ ଦଳର ସଭାପତି ଶରଦ ପାୱାରଙ୍କ ପୁତୁରା ତଥା ମହାରାଷ୍ଟ୍ରର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କ ନାମ ନାହିଁ। ଶରଦ ପାୱାରଙ୍କ ନାମ ଏନସିପି ଷ୍ଟାର ପ୍ରଚାରକ ତାଲିକାର ଶୀର୍ଷରେ ରହିଛି। ପାଓ୍ବାରଙ୍କ ସହ ଏହି ତାଲିକାରେ ପ୍ରଫୁଲ୍ଲ ପଟେଲ, ମହମ୍ମଦ ଫୈଜାଲ, ସୁପ୍ରିୟା ସୁଲେ, ଫୌଜିଆ ଖାନ, ଧୀରଜ ଶର୍ମା, ସୋନିଆ ଧୁନ, ସିରାଜ ମେହେନ୍ଦୀ, ଶିବାଜିରାଓ ଗାରଜେ, ଆର୍ ହରି, ପ୍ରଦୀପ କୁମାର, ଉମା ମହେଶ୍ୱରୀ ରେଡ୍ଡୀ, ରାମବାଉ ଯାଦବ, ବ୍ରଜ ମୋହନ ଶ୍ରୀବାସ୍ତବ ଏବଂ କ୍ଲାଇଡ କାଷ୍ଟ୍ରୋଙ୍କ ନାମ ରହିଛି |

ଏହାପୂର୍ବରୁ ଅଜିତ ପାୱାର ଶୁକ୍ରବାର ମୁମ୍ବାଇରେ ଦଳର ଏକ କାର୍ଯ୍ୟକ୍ରମରେ ଯୋଗ ଦେଇନଥିଲେ। ସେବେଠାରୁ ତାଙ୍କୁ ନେଇ ଚର୍ଚ୍ଚା ଜୋର ଧରିଛି | ପୁଣେରେ ସାମ୍ବାଦିକମାନଙ୍କ ସହ କଥାବାର୍ତ୍ତା କରି ସେ କହିଥିଲେ ଯେ ସେ ଏନସିପି ସମ୍ମିଳନୀରେ ଯୋଗ ଦେଇ ପାରିବେ ନାହିଁ କାରଣ ତାଙ୍କୁ ଅନ୍ୟ କିଛି କାର୍ଯ୍ୟକ୍ରମରେ ଯୋଗଦେବାକୁ ପଡିବ। ଏହି ପ୍ରସଙ୍ଗରେ ଅଧିକ ଚର୍ଚ୍ଚା ହେବା ଉଚିତ ନୁହେଁ ।

ଗତ ବର୍ଷ ଶିବସେନା ନେତା ଏକନାଥ ସିନ୍ଦେଙ୍କ ବିଦ୍ରୋହ ପରେ ମହା ବିକାଶ ଅଘାଡି (ଏମଭିଏ) ସରକାରର ପତନ ହୋଇଥିଲା। ଏହା ପରେ ଏକନାଥ ସିନ୍ଦେ ରାଜ୍ୟର ମୁଖ୍ୟମନ୍ତ୍ରୀ ହୋଇଥିଲେ। ସେ ବିଜେପି ସହିତ ସରକାର ଗଠନ କରିଥିଲେ। ବର୍ତ୍ତମାନ ମହାରାଷ୍ଟ୍ରର ରାଜନୈତିକ କରିଡରରେ ଶାସକ ବିଜେପି ଆଡ଼କୁ ଅଜିତ ପାୱାର ଢଳିବା ନେଇ କଳ୍ପନା ଜଳ୍ପନା ତୀବ୍ର ହୋଇଛି ।

Leave a Reply

Your email address will not be published. Required fields are marked *