ମତଦାନ ପୂର୍ବରୁ ବଜରଙ୍ଗବାଲୀଙ୍କୁ ଦର୍ଶନ କଲେ କର୍ନାଟକ କଂଗ୍ରେସ ଅଧ୍ୟକ୍ଷ

ବେଙ୍ଗାଲୁରୁ,୯।୫: କର୍ନାଟକ ବିଧାନସଭା ନିର୍ବାଚନ ପାଇଁ ଜାରି କରାଯାଇଥିବା ମନିଫେଷ୍ଟୋରେ ବଜରଙ୍ଗ ଦଳକୁ ନିଷିଦ୍ଧ କରିବାକୁ ପ୍ରତିଶ୍ରୁତି ଦେଇ କଂଗ୍ରେସ ଅଡୁଆରେ ପଡିଛି। ଏହାକୁ ନେଇ ଦଳର ନେତାମାନେ ନିଜର ସ୍ପଷ୍ଟୀକରଣ ଉପସ୍ଥାପନ କରୁଛନ୍ତି। ଅନ୍ୟପକ୍ଷରେ, ଏହାକୁ ଏକ ପ୍ରସଙ୍ଗ କରି ଭାଜପା ଏହାକୁ ରାଜ୍ୟ ନିର୍ବାଚନରେ ହିନ୍ଦୁମାନଙ୍କ ପରିଚୟ ସହ ଯୋଡିଛି। ଏସବୁ ମଧ୍ୟରେ କର୍ନାଟକର କଂଗ୍ରେସ ଅଧ୍ୟକ୍ଷ ଡି.କେ ଶିବକୁମାର ମଙ୍ଗଳବାର ପ୍ରଭୁ ବଜରଙ୍ଗବାଲୀଙ୍କୁ ଭେଟିଛନ୍ତି। ଶିବକୁମାର ମଧ୍ୟ ଏହାର ଫଟୋ ନିଜ ଟୁଇଟରରେ ଶେୟାର କରିଛନ୍ତି।

Leave a Reply

Your email address will not be published. Required fields are marked *