ଜଗତସିଂହପୁର ଜିଲ୍ଲାର ବିଶିଷ୍ଟ ଆୟୁର୍ବେଦ ଚିକିତ୍ସକ କବିରାଜ ବିଭୁତି ଭୂଷଣ ଦାସଙ୍କ ଙ୍କ ଏକାଦଶାହ ପାଳିତ

ଜଗତସିଂହପୁର ଜିଲ୍ଲା ବିରିଡି ବ୍ଳକ ମଇଁନ୍ଦିପୁର ଗ୍ରାମର ବିଶିଷ୍ଟ ଆୟୁର୍ବେଦ ଚିକିତ୍ସକ କବିରାଜ ସ୍ଵର୍ଗତ ବିଭୂତି ଭୂଷଣ ଦାଶଙ୍କ ଏକାଦଶାହ ତଥା ସ୍ମୃତି ସଭା ଅନୁଷ୍ଠିତ ହୋଇ ଯାଇଛି । ସେ ଜଣେ ଦକ୍ଷ ଆୟୁର୍ବେଦ ଚିକିତ୍ସକ, ରାଜନୀତିଜ୍ଞ ଓ ସମାଜସେବୀ ହିଦାବରେ ବହୁ ସୁନାମ ଅର୍ଜନ କରିଥିଲେ । କବିରାଜ ବିଭୂତି ଭୂଷଣ ଦାଶ ଜଣେ ମିଷ୍ଟଭାଷୀ ଓ ସରଳ ପ୍ରକୃତିର ମଣିଷ ହୋଇ ଥିବାରୁ ସ୍ଥାନୀୟ ଅଞ୍ଚଳରେ ସେ ଲୋକପ୍ରିୟ ହୋଇ ପାରିଥିଲେ । ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କର ଦାସ ଙ୍କ ସଭାପତିତ୍ୱ ରେ ଆୟୋଜିତ ଏହି ସ୍ମୃତି ସଭାରେ ଜିଲ୍ଲା ତଥା ରାଜ୍ୟର ବହୁ ବିଶିଷ୍ଟ ବ୍ୟକ୍ତି ମାନେ ଯୋଗଦେଇ ତାଙ୍କର ବିୟୋଗ ରେ ଦୁଃଖ ପ୍ରକାଶ କରିବା ସହିତ ତାଙ୍କର ଫୋଟୋ ଚିତ୍ର ରେ ପୁଷ୍ପମାଲ୍ୟ ଅର୍ପଣ କରିବା ସହିତ ଶ୍ରଦ୍ଧାଞ୍ଜଳି ଅର୍ପଣ କରି ଶୋକସନ୍ତପ୍ତ ପରିବାର ବର୍ଗଙ୍କୁ ସମବେଦନା ଜଣାଇଛନ୍ତି ।

ଜଗତସିଂହପୁର ରୁ Rita ସାହୁ reporter

Leave a Reply

Your email address will not be published. Required fields are marked *