କେବିଇଏମ କିଡସ୍ ପବ୍ଲିକ ସ୍କୁଲର ବାର୍ଷିକ ଉତ୍ସବ

କାକଟପୁର କେବିଇଏମ ପବ୍ଲିକ ସ୍କୁଲର ପ୍ରଥମ ବାର୍ଷିକ ଉତ୍ସବ ‘କାଞ୍ଚନ- ୦.୧ ,ସ୍କୁଲ ପରିସରରେ ଅନୁଷ୍ଠାନର ନିର୍ଦ୍ଧେଶକ ଦିବ୍ୟରଞ୍ଜନ ସାହୁଙ୍କ ସଭାପତିତ୍ବରେ  ପାଳିତ ହୋଇଯାଇଛି।ପ୍ରଥମେ କବିତା ସେନ ଆମ୍ବୁଲାନ୍ସ ସେବା ମୁଖ୍ୟ ଅତିଥି ରାଜ୍ୟ କ୍ରିଡା,ଯୁବ ବ୍ୟାପାର ଓ ଗୃହ ରାଷ୍ଟ୍ରମନ୍ତ୍ରୀ  ତୁଷାରକାନ୍ତି ବେହେରାଙ୍କ ଦ୍ଵାରା ଉନ୍ମୋଚନ କରାଯାଇଥିଲା।ମୁଖ୍ୟ ବକ୍ତା ବ୍ଳକ ଶିକ୍ଷା ଅଧିକାରୀ ଦିଲ୍ଲିପ କୁମାର ଜେନା,ପୁରୀ ଅତିରିକ୍ତ ଏସପି ବିଷ୍ଣୁ ପ୍ରସାଦ ପତି ,ନିମାପଡ଼ା ଏସ ଡି ପି ଓ ପ୍ରଭାତ କୁମାର ମଲ୍ଲିକ, ଅତିରିକ୍ତ ଶିକ୍ଷାଧିକାରୀ ପଙ୍କଜିନୀ ଦେଇ, ପ୍ରମୁଖ ଯୋଗଦେଇ ଗ୍ରାମାଞ୍ଚଳର କିଡସ୍ ଛାତ୍ରଛାତ୍ରୀ ମାନଙ୍କ ଶିକ୍ଷା ଉପରେ କେବିଇଏମ ସ୍କୁଲର ଆବଶ୍ୟକତା ଉପରେ ଆଲୋକପାତ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ କାକଟପୁର ଆଇଆଇସି ଉମେଶ କୁମାର ସାହୁ,ଅସ୍ତରଙ୍ଗ ଆଇଆଇସି ରାଜେଶ ବଳିୟାର ସିଂ ଶିକ୍ଷାବିତ୍ ପ୍ରଶାନ୍ତ କୁମାର ସାହୁ ପ୍ରମୁଖ ଉପସ୍ଥିତ ଥିଲେ।ଏହି ଉତ୍ସବରେ ବାର୍ଷିକ କ୍ରିଡା ଉପରେ ପାରଦର୍ଶିତା ଲାଭକରିବା କୃତି ଶିକ୍ଷାର୍ଥୀମାନଙ୍କୁ ପୁରସ୍କାର ବିବରଣ କରାଯାଇଥିଲା। ଅନୁଷ୍ଠାନର ଅଧ୍ୟକ୍ଷା ଲକ୍ଷ୍ମୀ ପ୍ରିୟା ବିଶ୍ଵାଳ ଉପସ୍ଥିତ ଅତିଥି  ଶିକ୍ଷାର୍ଥୀମାନଙ୍କ ଅବିଭାବକ ଓ ଦର୍ଶକ ମାନଙ୍କୁ  ଧନ୍ୟବାଦ୍ ଅର୍ପଣ କରିଥିଲେ।ଶେଷରେ କୁନିକୁନି ଶିକ୍ଷାର୍ଥୀଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

Leave a Reply

Your email address will not be published. Required fields are marked *