ଆଜି ଖୋଲିବ କେଦାରନାଥ ଧାମ, ରବିବାର ପର୍ଯ୍ୟନ୍ତ ତୀର୍ଥଯାତ୍ରୀଙ୍କ ଯାତ୍ରା ସ୍ଥଗିତ

ଡେରାଡୁନ୍: ଭକ୍ତଙ୍କ ପାଇଁ ଖୋଲିବ ଉତ୍ତରାଖଣ୍ଡର ପ୍ରସିଦ୍ଧ କେଦାରନାଥ ଧାମ । ଆଜି ସକାଳ ୬ଟା ୨୦ ମିନିଟରେ ବାବାଙ୍କ ମନ୍ଦିର ପାହୁଡ଼ ଖୋଲିବ । ଦୀର୍ଘ ୬ ମାସ ପରେ ପାହାଡ଼ ଉପର ବାବାକୁ ଦର୍ଶନ କରିବେ ଶ୍ରଦ୍ଧାଳୁ । ସମସ୍ତ ପାରମ୍ପରିକ ରୀତିନୀତି ଅନୁସାରେ ମନ୍ଦିରର ଦ୍ଵାର ଖୋଲିବ। ତେବେ କେଦାରନାଥ ମନ୍ଦିରର କବାଟ ଖୋଲିବା ସହ ଭକ୍ତଙ୍କ ଦର୍ଶନ ମଧ୍ୟ ଆରମ୍ଭ ହେବ ।

ମାତ୍ର ହରିଦ୍ଵାର ଏବଂ ଋଷିକେଶରେ ପ୍ରବଳ ତୁଷାରପାତ ଯୋଗୁଁ ତୀର୍ଥଯାତ୍ରୀଙ୍କ ପାଇଁ କେଦାରନାଥ ଯାତ୍ରା ରବିବାର ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଛି। କେଦାରନାଥ ଏବଂ ଯାତ୍ରା ରୁଟ୍‌ରେ ଆସନ୍ତା ସପ୍ତାହେ ଯାଏଁ ପ୍ରବଳ ତୁଷାରପାତ ହେବା ନେଇ ପାଣିପାଗ ବିଭାଗ ତରଫରୁ ସତର୍କ ସୂଚନା ଜାରି କରାଯାଇଛି। ପରିସ୍ଥିତିକୁ ଦୃଷ୍ଟିରେ ରଖି ଏପ୍ରିଲ ୩୦ ପର୍ଯ୍ୟନ୍ତ ଋଷିକେଶ ଏବଂ ହରିଦ୍ଵାରରେ କେଦାରନାଥ ଯାତ୍ରା ସ୍ଥଗିତ ରଖାଯାଇଥିବା ଚାରି ଧାମ ଯାତ୍ରା ପ୍ରଶାସନର ଅତିରିକ୍ତ ମୁଖ୍ୟ କାର୍ଯ୍ୟକାରୀ ଅଧିକାରୀ ନରେନ୍ଦ୍ର ସିଂ କଭିରିୟାଲ କହିଛନ୍ତି।

ଉତ୍ତରାଖଣ୍ଡ ପର୍ଯ୍ୟଟନ ବିଭାଗ ଅଧିକାରୀଙ୍କ ସୂଚନା ମୁତାବକ, ଭକ୍ତମାନେ ଏଥର ପାଦରେ ଚାଲି ଆସିବା ସହିତ ହେଲିକପ୍ଟର ମାଧ୍ୟମରେ ବି ଆସିପାରିବେ । ହେଲିକପ୍ଟର ସୁବିଧା ପାଇଁ ଭାରତୀୟ ରେଳବିଭାଗ କ୍ୟାଟରିଙ୍ଗ ଏବଂ ଟୁରିଜିମ୍ କର୍ପୋରେସନ ତଥା IRCTCରୁ ଆନଲାଇନରେ ଟିକେଟ୍ ବୁକିଂ କରିପାରିବେ ।

Leave a Reply

Your email address will not be published. Required fields are marked *