କେସିଙ୍ଗା ଜଗନ୍ନାଥ ପଡା ଠାରେ ୪୩ ତମ ଗଜ ଲକ୍ଷ୍ମୀ ପୂଜା

କେସିଙ୍ଗା ଜଗନ୍ନାଥ ପଡା ଠାରେ ୪୩ ତମ ଗଜ ଲକ୍ଷ୍ମୀ ପୂଜା ଆରମ୍ଭ ,ମନ ମୋହିଲା କଳସ ଯାତ୍ରା । କେସିଙ୍ଗା ୨୯/୧୦ କଳାହାଣ୍ଡି ଜିଲ୍ଲା କେସିଙ୍ଗା ଠାରେ ଜଗନ୍ନାଥ ପଡ଼ା ଗଜଲକ୍ଷ୍ମୀ ପୂଜା କମିଟି ପକ୍ଷରୁ ୪୩ ତମ ଗଜଲକ୍ଷ୍ମୀ ପୂଜା ଜଗନ୍ନାଥ ମନ୍ଦିର ପରିସରରେ ଏକ ଭକ୍ତି ମୟ ପରିବେଶ ସହିତ ମହା ଆଡ଼ମ୍ବରରେ କଳସ ଯାତ୍ରା ସହିତ ଗଜଲକ୍ଷ୍ମୀ ପୂଜା ଆରମ୍ଭ ହୋଇ ଯାଇଛି।ପୂଜା ପାଇଁ କେସିଙ୍ଗା ସହିତ ଆଖ ପାଖ ଅଞ୍ଚଳ ଉତ୍ସବ ମୁଖର ହୋଇଉଠିଛି। ଶହ ଶହ ସଂଖ୍ୟା ରେ ମହିଳା ମାନେ ସ୍ଥାନୀୟ ମା ଅମ୍ୱେ ମନ୍ଦିରରୁ ପାଣି ଆଣି କଳସ ସ୍ଥାପନ କରିବା ପରେ ପୂଜା ଆରମ୍ଭ ହୋଇ ଥିଲା।୯ ଦିନ ଧରି ଚାଲିବାକୁ ଥିବା ଏହି ଗଜଲକ୍ଷ୍ମୀ ପୂଜା ର ମୂଖ୍ୟ ଆକର୍ଷଣ ମୀନା ବଜାର ଓ ରାତିର ସାଂସ୍କୃତିକ କାର୍ଯ୍ୟକ୍ରମ ବୋଲି କମିଟି ପକ୍ଷରୁ କୁହାଯାଇଛି ଏବଂ ପଶ୍ଚିମ ଓଡିଶା ର ସୁନାମଧନ୍ୟ ସମ୍ବଲପୁରୀ ଗାୟକ ରୁକୁ ସୁନା ଙ୍କ ଅର୍କେଷ୍ଟ୍ରା କାର୍ଯ୍ୟକ୍ରମ ମଧ୍ୟ ଅନୁଷ୍ଠିତ ହେବ ବୋଲି ଗଜଲକ୍ଷ୍ମୀ ପୂଜା କମିଟି ପକ୍ଷରୁ ପ୍ରକାଶ ପାଇଛି।ଆକର୍ଷଣୀୟ ମା ଙ୍କ ମୂର୍ତ୍ତି ସାଙ୍ଗକୁ ତୋରଣ ଓ ଲାଇଟ୍ ସାଜସଯ୍ୟା ବେଶ୍ ଆକର୍ଷଣୀୟ ହୋଇଥିବା ବେଳେ ଚଳିତ ବର୍ଷ କେସିଙ୍ଗା ଗଜଲକ୍ଷ୍ମୀ ପୂଜା କମିଟି ର ସଭାପତି ଭାବରେ ଶିଲୁ ପରିଡ଼ା ଙ୍କୁ ଦାଇତ୍ୱ ଦିଆଯାଇ ଥିବା ବେଳେ ସମ୍ପାଦକ ଭାବରେ ସନ୍ତୋଷ କୁମାର ଦାସ ଓ ପ୍ରସନ୍ନ ମହାନ୍ତି ଙ୍କୁ ଦାଇତ୍ୱ ଦିଆଯାଇଛି ଓ କୋଷାଧ୍ୟକ୍ଷ ଭାବରେ ପ୍ରଦୁମ୍ନ ରାଏ ଙ୍କୁ ଦାଇତ୍ୱ ତୁଲାଉଛନ୍ତି।ସେହିପରି ପ୍ରତି ବର୍ଷ ପରି ଚଳିତ ବର୍ଷ ମଧ୍ୟ ନଳୀନ ପଟ୍ଟନାୟକ ଓ ତାଙ୍କ ଧର୍ମପତ୍ନୀ କର୍ତ୍ତା ଭାବରେ ଦାଇତ୍ୱ ବହନ କରିଥିବା ବେଳେ ମୂଖ୍ୟ ପୂଜକ ଭାବରେ ଉମାକାନ୍ତ ଦାସ ଦାଇତ୍ୱ ନେଇଛନ୍ତି।