ହୋଟେଲ ଓ କାଫେ ସହିତ କେ.ଏଫ୍.ସି. ଓ ଫିଜା ହଟ୍ ଉପରେ ଚଢ଼ାଉ

ହୋଟେଲ ଓ କାଫେ ସହିତ କେ.ଏଫ୍.ସି. ଓ ଫିଜା ହଟ୍ ଉପରେ ଚଢ଼ାଉ
ଯାଜପୁର ଜିଲ୍ଲାରେ କଲେରା ଓ ଝାଡ଼ାବାନ୍ତି ଘଟଣା ଜିଲ୍ଲା ପ୍ରଶାସନ ଏବଂ ରାଜ୍ୟ ସରକାରଙ୍କ ଚିନ୍ତା ବଢ଼ାଇଦେଇଛି । ତେବେ ବର୍ତ୍ତମାନର ପରିସ୍ଥିତି ନିୟନ୍ତ୍ରଣଧିନ ଥିଲେ ମଧ୍ୟ ଆଗକୁ କିଭଳି ଆକ୍ରାନ୍ତ ଙ୍କ ସଂଖ୍ୟା ନବଢ଼ିବ ଏବେଠୁ ଜିଲ୍ଲା ପ୍ରଶାସନ ସଜାଗ ରହିଛି । ଝାଡ଼ାବାନ୍ତି ଡାଇରିଆ ଭୟ ଭୟତା କୁ ଦୃଷ୍ଟିରେ ରଖି ବ୍ୟାସନଗର ପୌରପ୍ରଶାସନ ପକ୍ଷରୁ ବିଭିନ୍ନ ହୋଟେଲ ଓ ଜଳଖିଆ ଦୋକାନ ଉପରେ ଚଢ଼ାଉ କରିଛି ।ଏହି ପରିପ୍ରେକ୍ଷୀରେ ଆଜି ପୌରଣାଞ୍ଚଳ ସ୍ଥିତ ସମସ୍ତ ହୋଟେଲ ଓ କାଫେ ସହିତ କେ ଏଫ୍ ସି ଓ ଫିଜା ହଟ୍ ଉପରେ ଚଢ଼ାଉ କରିଥିଲେ । ସେମାନେ ବିକୁଥିବା ଖାଦ୍ୟ ଓ ପାନୀୟ ଜଳ ର ନମୁନା ନେବା ସହ ସେମାନଙ୍କୁ ମଧ୍ୟ ତାଗିତ କରାଯାଇଛି। ଜିଲ୍ଲାରେ ଧୀରେ ଧୀରେ ଝାଡାବାନ୍ତି ଓ ଡ଼ାଇରିଆ ସଂକ୍ରମଣ କମିବାକୁ ଲାଗିଛି l ଆଜି ଜିଲ୍ଲାର ବିଭିନ୍ନ ସ୍ୱାସ୍ଥ୍ୟକେନ୍ଦ୍ରରେ ୧୪୬ ଜଣ ରୋଗୀ ଚିକିତ୍ସିତ ହେଉଥିବା ବେଳେ ଯାଜପୁର ରୋଡ ସ୍ୱାସ୍ଥ୍ୟକେନ୍ଦ୍ରରେ ୧୦ ଜଣ ରୋଗୀ ଚିକିତ୍ସିତ ହେଉଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ମିଳିଛି l ସେପଟେ ବ୍ୟାସନଗର ପୌରାଞ୍ଚଳ କିଭଳି ଏହି ରୋଗ ମୂଳପୋଛ କରାଯିବ ପ୍ରୟାସ ଆରମ୍ଭ କରିଛି ଜିଲ୍ଲା ପ୍ରଶାସନ l ଏହି ପରିପେକ୍ଷିରେ ଆଜି ଅତିରିକ୍ତ ଜିଲ୍ଲାପାଳ ସପନ କୁମାର ନନ୍ଦଙ୍କ ଅଧ୍ୟକ୍ଷତାରେ ପୌର କାର୍ଯ୍ୟାଳୟରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହେଇଯାଇଛି l ଏହି ବୈଠକରେ ବିଭିନ୍ନ ୱାର୍ଡର କାଉନସିଲର, ନିର୍ବାହୀ ଅଧିକାରୀ ଙ୍କ ସମେତ ବିଭିନ୍ନ ବିଭାଗ ଅଧିକାରୀ ଉପସ୍ଥିତ ରହି ଅନେକ ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ l ତେବେ କର୍ମଚାରୀ ମାନେ ପ୍ରତେକ ୱାର୍ଡ କୁ ବୁଲି ଲୋକ ମାନେ କିଭଳି ସଫାସୁତରା ରହିବେ କୌଣସି ବାସି ଖାଦ୍ୟ ଖାଇବେନି ସଚେତନତା କରିବାକୁ ଅତିରିକ୍ତ ଜିଲ୍ଲାପାଳ ପରାମର୍ଶ ଦେଇଛନ୍ତି l
ଯାଜପୁର ବ୍ୟାସନଗର ରୁ ଜ୍ୟୋତି ପ୍ରକାଶ ଭୂୟାଁ ଙ୍କ ରିପୋର୍ଟ ତୀର୍ଥକ୍ଷେତ୍ର Live