ଖଡ଼ିଆଳ ସ୍ଥିତ ଲୋକଦୃଷ୍ଟି କଲେଜରେ ମୋ ମାଟି ମୋ ଦେଶ କାର୍ଯ୍ୟକ୍ରମ

ଖଡ଼ିଆଳ ସ୍ଥିତ ଲୋକଦୃଷ୍ଟି କଲେଜ ଜାତୀୟ ସେବା ଯୋଜନା ଓ କଳାହାଣ୍ଡି ବିଶ୍ଵ ବିଦ୍ୟାଳୟ ତରଫରୁ ମୋ ମାଟି ମୋ ଦେଶ କାର୍ଯ୍ୟକ୍ରମରେ ବ୍ୟାପକ ବୃକ୍ଷ ରୋପଣ କରାଯାଇଥିଲା । ଏହାପରେ ଏକ ସଚେତନ ଶୋଭାଯାତ୍ରାକୁ ଅଧ୍ୟକ୍ଷ ତାପସ ପାଣିଗ୍ରାହୀ ଶୁଭାରମ୍ଭ କରିଥିଲେ ବହୁ ସଂଖ୍ୟକ ଛାତ୍ର ଛାତ୍ରୀ ଯୋଜନା ଅଧିକାରୀ ଅଧ୍ୟାପକ ଡ଼ଃ ଶୋଭିତ ମିଶ୍ର ଙ୍କ ନେତୃତ୍ୱରେ ନିକଟସ୍ଥ ଗଡରାମୁଣ୍ଡା ଗ୍ରାମକୁ ଯାଇ ମାଆ,ମାଟି,ଐତିହ୍ୟ,ସଂସ୍କୃତି ସୁରକ୍ଷା ,ଏକତା ବଜାୟ ରଖିବା ଓ ଦେଶର ବୀର ସୈନିକ ଓ ସହୀଦ ଙ୍କ ବନ୍ଦନା କରିଥିଲେ । ଏହି କାର୍ଯ୍ୟକ୍ରମରେ ସମସ୍ତ ଅଧ୍ୟାପକ,ଅଧ୍ୟାପିକା ଓ କର୍ମଚାରୀ ସହଯୋଗ କରିଥିଲେ । ଛାତ୍ର ଛାତ୍ରୀଙ୍କ ଏପରି ସେବା ମୂଳକ କାର୍ଯ୍ୟକ୍ରମକୁ ଗ୍ରାମବାସୀ ଓ ବୁଦ୍ଧିଜୀବୀ ପ୍ରଂଶସା କରିଥିଲେ ।

Leave a Reply

Your email address will not be published. Required fields are marked *