ଖଡ଼ିଆଳ ଠାରେ ପାଚିକା ସଂଘର ଜିଲ୍ଲା ସ୍ତରୀୟ ବୈଠକ

ନୂଆପଡ଼ା ତରଫରୁ ଜିଲ୍ଲା ସ୍ତରୀୟପାଚିକା ସଂଘ ସମାବେଶ ଖଡ଼ିଆଳ ଅଗ୍ରସେନ ଭବନ ଠାରେ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ସଂଯୋଜକ ଅକ୍ଷୟ ମେହେରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଖଡ଼ିଆଳ ବିଧାୟକ ଅଧିରାଜ ପାଣିଗ୍ରାହୀ ପାଚିକା ମାନଙ୍କୁ ଦିଆଯାଉଥିବା ମାସିକ ପାରିତୋଷିକ ବହୁତ କମ ଥିବାରୁ କ୍ଷୋଭ ପ୍ରକାଶ ସହ ଅତି କମରେ ସର୍ବନିମ୍ନ ଦୈନିକ ମଜୁରୀ ଦୁଇ ଶହ ଅଶି ଟଙ୍କା ପ୍ରଦାନ ଓ ଅନ୍ୟାନ୍ୟ ଦାବି ପୁରଣ ପାଇଁ ଦାବି କରିଥିଲେ। ଏନେଇ ସେ ଆସନ୍ତା ବିଧାନସଭା ଅଧିବେଶନରେ ପ୍ରଶ୍ନ ଉଠାଇବେ କହିବା ସହ ଦାବି ପୁରଣ ନହେଲେ ରାଜଧାନୀରେ ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦେଇଥିଲେ। ପାଚିକା ମାନଙ୍କ ବକେୟା ରାଶି ପ୍ରଦାନ, ଦଶ ମାସ ବଦଳରେ ବାର ମାସର ପ୍ରାପ୍ୟ ପ୍ରଦାନ କରିବା, ବର୍ଷକୁ ଦୁଇ ଯୋଡ଼ା ଶାଢ଼ୀ ପ୍ରଦାନ,60 ବର୍ଷ ପରେ ଅବସର କାଳୀନ ଭତ୍ତା ପ୍ରଦାନ, ଛାତ୍ରଛାତ୍ରୀ ଅନୁପାତରେ ପାଚିକା ନିଯୁକ୍ତି, ବାର୍ଷିକ ସର୍ବନିମ୍ନ 15 ଦିନ ଛୁଟି ଦେବା ସହ ପ୍ରସୂତୀ କାଳୀନ ଛୁଟି ପ୍ରଦାନ, ପ୍ରତି ମାସରେ ପାଞ୍ଚ ରୁ ପନ୍ଦର ତାରିଖ ମଧ୍ୟରେ ଦରମା ପ୍ରଦାନ ଆଦି ଦାବି ହୋଇଥିଲା।
ନୂଆପଡା ଜିଲ୍ଲା ରୁ କାର୍ତ୍ତିକ ମହାନନ୍ଦ ଙ୍କ ରିପୋର୍ଟ ତୀର୍ଥକ୍ଷେତ୍ର