ସାମାନ୍ୟ ବର୍ଷାରେ ଧୋଇଗଲା କୋଦଳା ନବ ନିର୍ମିତ ଇନଡୋର ଷ୍ଟାଡିୟମ

ଗତକାଲି ହୋଇଥିବା ପ୍ରାକ ମୌସୁମୀ ପ୍ରଭାବର ସାମାନ୍ୟ ବର୍ଷା ଯୋଗୁଁ କୋଦଳା ଏନଏସିରେ ଚାଲିଥିବା ନବନିର୍ମିତ ଇନଡୋର ଷ୍ଟାଡିୟମର ଏକ ଅଂଶ ଧୋଇ ଯାଇଥିବା ଦେଖିବାକୁ ମିଳିଛି। ସାମାନ୍ୟ ବର୍ଷାରେ ଇନଡୋର ଷ୍ଟାଡିୟମର କିଛି ଅଂଶ ଭୁଷୁଡ଼ି ଯିବାକୁ ନେଇ ଏବେ ରାଜନୀତି ଜୋର୍ ଧରିଛି। ସୂଚନା ଅନୁସାରେ ଗତ ୧୬ ଡିସେମ୍ବର ୨୦୨୧ ରେ କୋଦଳା ତହସିଲ ପଡିଆରେ ବହୁମୁଖୀ ଇନଡୋର ଷ୍ଟାଡିୟମର ଭିତିପ୍ରସ୍ତର ସ୍ଥାପନ କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହାପରେ ଉକ୍ତ ଷ୍ଟାଡିୟମ୍ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିବା ବେଳେ ବର୍ତ୍ତମାନ ମଧ୍ଯ ଚାଲୁ ରହିଛି। ତେବେ ଠିକାଦାର ଓ ଯନ୍ତ୍ରୀଙ୍କ ମଧୁ ଚନ୍ଦ୍ରିକା ଯୋଗୁଁ ନିମ୍ନମାନର କାର୍ଯ୍ଯ ହୋଇଥିବା ଅଭିଯୋଗ ହୋଇଛି ।

ସାମାନ୍ୟ ବର୍ଷାରେ ଇନଡୋର ଷ୍ଟାଡିୟମର ଧୋଇ ଯିବାକୁ ନେଇ ସ୍ଥାନୀୟ ଅଞ୍ଚଳରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ୭ କୋଟି ବ୍ଯୟରେ ଏହାର ନିର୍ମାଣ କାର୍ଯ୍ୟ ଚାଲୁଥିବା ବେଳେ ଆଗକୁ ଆଉ କେଉଁ ଅଂଶ ଧସେଇ ଯିବ ତାହା ଏବେ ସନ୍ଦେହ ଘେରରେ ।

Leave a Reply

Your email address will not be published. Required fields are marked *