କୋଣାର୍କ କପ୍ ଟି୨୦

କୋଣାର୍କ କପ୍ ଟି୨୦
ରାମେଶ୍ବର ସ୍ପୋଟିଂ ଚମ୍ପିୟାନ
କୋଣାର୍କ,୨୮-୦୪()-
Anchor
କୋଣାର୍କ ସ୍ପୋର୍ଟସ ଏକାଡେମୀ ପକ୍ଷରୁ କୋଣାର୍କ ଭଗବତୀ ମହାବିଦ୍ୟାଳୟ ଖେଳ ପଡିଆରେ ଆୟୋଜିତ ପ୍ରଥମ ରାଜ୍ୟ ସ୍ତରୀୟ କୋଣାର୍କ କପ ଟିଟ୍ୱେଣ୍ଟି କ୍ରିକେଟ ଟୁର୍ଣ୍ଣାମେଂଟର ଫାଇନାଲ ମ୍ୟାଚରେ ଭାରତ ଭୁଷଣ କ୍ରିକେଟ ଏକାଡ଼େମୀକୁ ହରାଇ ରାମେଶ୍ବର ସ୍ପୋଟିଂ ଚମ୍ପିୟାନ ହୋଇଛି । ପ୍ରଥମେ ବ୍ୟାଟିଂ କରି ଭୁବନେଶ୍ୱର ଭାରତ ଭୁଷଣ କ୍ରିକେଟ ଏକାଡ଼େମୀ ନିର୍ଦ୍ଧାରିତ ୨୦ ଓଭର ମ୍ୟାଚରେ ୭ ୱିକେଟ ହରାଇ ୧୩୨ରନ ସଂଗ୍ରହ କରିଥିଲେ । ଦଳ ପକ୍ଷରୁ ସିଦ୍ଧାର୍ଥ ଜେନା ସର୍ବାଧିକ ୨୭ବଳରେ ୨୩ ରନ , ଶିଶିର ପଟ୍ଟନାୟକ ୨୩ ବଲ୍ ରେ ୨୩ ରନ ସଂଗ୍ରହ କରିଥିଲେ । ରାମେଶ୍ବର ପକ୍ଷରୁ ଆଶୁତୋଷ ନାୟକ ୪ ଓଭର ବୋଲିଂ କରି ୨୩ ରନ ଦେଇ ଦୁଇ ୱିକେଟ ଅକ୍ତିଆର କରିଥିଲେ । ଗୌତମ ଗୋପାଳ ଦୁଇ ୱିକେଟ ଅକ୍ତିଆର କରିଥିଲେ ।

ଜବାବରେ ଭୁବନେଶ୍ୱର ରାମେଶ୍ବର ସ୍ପୋର୍ଟିଂ ୧୮ .୪ ଓଭରରେ ୫ ୱିକେଟ ହରାଇ ୧୩୮ ରନ କରି ବିଜୟ ଲକ୍ଷ ହାସଲ କରିଥିଲେ । ରାମେଶ୍ବର ପକ୍ଷରୁ ଗୌତମ ଗୋପାଳ ୩୫ବଲ ଖେଳି ଅପରାଜିତ ୫୨ରନ ସଂଗ୍ରହ କରିଥିଲେ । ବିବିସିଏ ର ଆଶିଷ ଭୂୟାଁ ଓ ଚିରାଗ ସୋନି ଉଭୟ ଦୁଇଟି ଲେଖାଏଁ ୱିକେଟ ଅକ୍ତିଆର କରିଥିଲେ । ରାମେଶ୍ବର ସ୍ପୋଟିଂର ଗୌତମ ଗୋପାଳ ମ୍ୟାନ ଅଫ ଦି ମ୍ୟାଚ ଓ ମ୍ୟାନ ଅଫ ସିରିଜ୍ ଭାବେ ପୁରସ୍କୃତ ହୋଇଥିଲେ । ଫାଇନାଲ ମ୍ୟାଚରେ ମୁଖ୍ୟ ଅତିଥି ଭାବେ ରାଜ୍ୟ କ୍ରୀଡ଼ା ,ଯୁବ ବ୍ୟାପାର ଓ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ଯୋଗ ଦେଇ ଚମ୍ପିୟାନ ଦଳକୁ ୩୫ ହଜାର ଟଙ୍କା ଓ ଟ୍ରଫି ପ୍ରଦାନ କରିଥିଲେ । ଏହି ଅବସରରେ କୋଣାର୍କ ଭଳି ଏକ ଆନ୍ତର୍ଜାତୀୟ ପର୍ଯ୍ୟଟନ ସ୍ଥଳୀରେ କ୍ରୀଡା ଭିତ୍ତିଭୂମିର ବିକାଶ ପାଇଁ ସରକାର ପ୍ରତିବଦ୍ଧ ବୋଲି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ କହିଥିଲେ। ଉଦଯାପନୀ ସମାରୋହରେ ଅନ୍ୟତମ ଅତିଥି ଭାବେ ପୂର୍ବତନ ବିଧାୟକ ବାଇଧର ମଲ୍ଲିକ , ପୁରୀ ଅଲମ୍ପିକ୍ସ ଆସୋସିଏସନ୍ କୋଷାଧ୍ୟକ୍ଷ ରବି ପ୍ରତିହାରୀ ,କୋଣାର୍କ ଭଗବତୀ ମହାବିଦ୍ୟାଳୟ ଅଧକ୍ଷ ଅବତାର ମିଶ୍ର , ରମାଦେବୀ ମହିଳା ମହାବିଦ୍ୟାଳୟ ପ୍ରଫେସର ସୁଚିସ୍ମିତା ସରଦାର ଯୋଗ ଦେଇଥିଲେ । ରନର୍ସ ଅପ ଦଳକୁ ୨୫ ହଜାର ଟଙ୍କା ଓ ରନର୍ସ ଅପ ଟ୍ରଫି ପ୍ରଦାନ କରାଯାଇଥିଲା । ଓସିଏ ପ୍ୟାନେଲ ଆମ୍ପେୟାର ଆୟସକାନ୍ତ ମିଶ୍ର ଓ ସତ୍ୟବ୍ରତ ମହାପାତ୍ର ଫାଇନାଲ ମ୍ୟାଚ ପରିଚାଳନା କରିଥିଲେ ।
Byte
କୋଣାର୍କରୁ ଜ୍ଞାନ ରଞ୍ଜନ ବିଶ୍ଵାଳ