କ୍ରୀଡ଼ା ଓ ନାରୀ ସଶକ୍ତିକରଣର ବାର୍ତ୍ତା ଦେଲେ ବାଲୁକାଶିଳ୍ପୀ

କୋଣାର୍କ ଉତ୍ସବ ଅବସରରେ ଚନ୍ଦ୍ରଭାଗା ସ୍ବର୍ଣ୍ଣାଭ ବେଳାଭୂମିରେ ଅନୁଷ୍ଠିତ ହେଉଥିବା ୧୩ତମ ଆନ୍ତର୍ଜାତୀୟ ବାଲୁକା କଳା ଉତ୍ସବର ତୃତୀୟ ଦିବସରେ ଲକ୍ଷାଧିକ ପର୍ଯ୍ୟଟକ ପରିଦର୍ଶନ କରିଥିବା ଜଣାପଡିଛି। ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ଙ୍କ ତତ୍ତ୍ଵାବଧାନରେ ଆୟୋଜିତ ହେଉଥିବା ଏହି ଉତ୍ସବରେ ଦେଶ ବିଦେଶର ୧୦୦ଜଣ ବାଲୁକା ଶିଳ୍ପୀ ମାନେ ନିଜର ଦକ୍ଷତା ପ୍ରତିପାଦନ କରିବା ସହ ବାଲୁକା କଳା ପ୍ରଦର୍ଶନ କରିଛନ୍ତି। ତୃତୀୟ ଦିନ ରବିବାର ବାଲୁକା ଶିଳ୍ପୀ ମାନେ କ୍ରୀଡା ଓ ନାରୀ ସଶକ୍ତିକରଣ ବିଷୟବସ୍ତୁ ଉପରେ ନିଖୁଣ ଭାବରେ ବାଲୁକା କଳା ପ୍ରଦର୍ଶନ କରିଥିଲେ। ଯାହା ବେଶ୍ ଆକର୍ଷଣ ପାଲଟିଥିଲା। ରବିବାର ଥିବାରୁ ଲକ୍ଷାଧିକ ପର୍ଯ୍ୟଟକ ମାନେ ପରିଦର୍ଶନ କରିଥିବା ଅନୁମାନ କରାଯାଉଛି। କ୍ରୀଡ଼ା ଓ ନାରୀ ସଶକ୍ତିକଣର ବାର୍ତ୍ତା ନେଇ ବାଲୁକା ଶିଳ୍ପୀ ମାନେ ନିଖୁଣ କଳାକୃତି ନିର୍ମାଣ କରିଥିଲେ। ଯାହା ଦର୍ଶକ ମାନଙ୍କୁ ବିମୋହିତ କରିଥିଲା।