ଐତିହ୍ୟ ପ୍ରକଳ୍ପରେ ବିକଶିତ ହେବ କୋଣାର୍କ। ଖର୍ଚ୍ଚ ହେବ ୨୦୯କୋଟି ଟଙ୍କା

କୋଣାର୍କ,୦୧/୦୬- ରାଜ୍ୟ ସରକାରଙ୍କ କୋଣାର୍କ ହେରିଟେଜ୍ ଏରିଆ ଡେଭଲମେଣ୍ଟ ପ୍ଲାନ୍ (ଖଡ୍ପ) ପ୍ରକଳ୍ପ ତଥା ଐତିହ୍ୟ କରିଡ଼ର ପ୍ରକଳ୍ପରେ ବିକଶିତ ହେବ ବିଶ୍ୱ ପ୍ରସିଦ୍ଧ ଅର୍କକ୍ଷେତ୍ର କୋଣାର୍କ। ଏନେଇ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ଘୋଷଣା କରିଥିବା ବେଳେ ଗୁରୁବାର ସଂଧ୍ୟାରେ କୋଣାର୍କ ବିଜେଡ଼ି କାର୍ଯ୍ୟଳୟ ପରିସରରେ କାକଟପୁର ବିଜେଡ଼ି ପକ୍ଷରୁ କୃତଜ୍ଞତା ଜ୍ଞାପନ କରାଯାଇଛି। ସ୍ଥାନୀୟ ବିଧାୟକ ତଥା କ୍ରୀଡାମନ୍ତ୍ରୀ ତୁଷାରକାନ୍ତି ବେହେରାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ହୋଇଥିବା ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲାପରିଷଦ ଉପାଧକ୍ଷ ସ୍ବାଧିନ କୁମାର ନାୟକ, ପୂର୍ବତନ ଜିଲ୍ଲାପରିଷଦ ଅଧ୍ୟକ୍ଷ ଜ୍ୟୋତିର୍ମୟ ଦଳାଇ, କୋଣାର୍କ ଏନଏସି ଅଧକ୍ଷା ସଂଯୁକ୍ତା ତ୍ରିପାଠୀ, ଉପାଧକ୍ଷ ସୁରେଶ୍ ଚନ୍ଦ୍ର ରାଉତରାୟ, ବିଜେଡ଼ି ସଭାପତି ଗୋପାଳ ବେହେରା, ସାଂସଦ ପ୍ରତିନିଧି ପଦ୍ମ ଚରଣ ବେଉରା ପ୍ରମୁଖ ଉପସ୍ଥିତ ଥିଲେ। ୨୦୯କୋଟି ଟଙ୍କା ଖର୍ଚ୍ଚ ହେବାକୁ ଥିବା ଏହି ପ୍ରକଳ୍ପ ରେ କୋଣାର୍କ ସୁର୍ଯ୍ୟ ମନ୍ଦିର ଠାରୁ ୫୦୦ମିଟର ପରିଧି ମଧ୍ୟରେ ସୋନ୍ଦର୍ଯ୍ୟକରଣ କାର୍ଯ୍ୟ ଖୁବ୍ ଶୀଘ୍ର ଆରମ୍ଭ କରାଯିବ। ପାର୍କିଂ, ଆମୋଦ ପାର୍କ, କାଫେ, ପାନୀୟ ଜଳ ବ୍ୟବସ୍ତା, ମୁକ୍ତାକାଶ ରଙ୍ଗମଞ୍ଚ ଆଧୁନୀକରଣ ସହ ଜନ ସାଧାରଣ ଓ ବ୍ୟବସାୟୀ ମାନଙ୍କୁ ଥଇଥାନ ପ୍ୟାକେଜ ବ୍ୟବସ୍ତା କରାଯିବ ବୋଲି ମନ୍ତ୍ରୀ ତୁଷାରକାନ୍ତି ବେହେରା ସୂଚନା ଦେଇ ରାଜ୍ୟ ସରକାର ଓ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କୁ କୃତଜ୍ଞତା ଜଣାଇଛନ୍ତି।

Leave a Reply

Your email address will not be published. Required fields are marked *