ବାମୁଣି ଗାଁ ନଦୀ ଉପରେ ଯଥା ଶୀଘ୍ର ବ୍ରିଜ ନିର୍ମାଣ ପାଇଁ ଦାବୀ କଲେ କୁମ୍ଭାରୀଗାଁ ଗ୍ରାମପଞ୍ଚାୟତ ବାସୀ।

ଫୁଲବାଣୀ:-୧୯/୦୭ ଆଜି ବି ଅବହେଳିତ କନ୍ଧମାଳ ଜିଲ୍ଲା ଅଧିନସ୍ଥ ବାରିଙ୍ଗବାଡ଼ି ବ୍ଲକ କୁମ୍ଭାରୀଗାଁ ଗ୍ରାମପଞ୍ଚାୟତର ଲମ୍ୱକିଆରୀ, ମୁଣ୍ଡାପଦର, ଦେରେଙ୍ଗ, ବାଲଗୁଡ଼ି, ଜିରିକୁଆ, ବିଜୟ ନଗର, ଗୁଡ଼ିପଦର ଗାଁ । ପ୍ରଶାସନର ଅବହେଳା ଯୋଗୁଁ ଏହି ଅଞ୍ଚଳର ବାସୀନ୍ଧାଙ୍କ ଗମନାଗମନ ନିମନ୍ତେ ଭଲ ରାସ୍ତା ନ ଥିବାରୁ ବହୁ ସମସ୍ୟାର ସମ୍ମୁଖୀନ ହେଉ ଥିବା ଅଭିଯୋଗ କରିଛନ୍ତି ।କେବଳ ଏତିକି ନୁହେଁ ଏହି ଗାଁ ଗୁଡ଼ିକୁ ଯିବାକୁ ହେଲେ ନଦୀ ପାର ହୋଇ ଯିବାକୁ ପଡ଼ିଥାଏ ।ସରକାରଙ୍କ ତରଫରୁ ଏକ ନୂତନ ବ୍ରିଜ ପାଇଁ ଅର୍ଥ ମଜୁର ହୋଇଥିଲା ।କିନ୍ତୁ ଠିକା ଦାରଙ୍କ ଦ୍ୱାରା ବ୍ରିଜ ନିର୍ମାଣ ନିମନ୍ତେ ଗୁଡ଼ି ପଥର ପକାଗଲା । କିନ୍ତୁ ବର୍ତ୍ତମାନ ସୁଦ୍ଧା ବ୍ରିଜ ନିର୍ମାଣ କାମ ଆରମ୍ଭ ହୋଇନ ଥିବାରୁ ସ୍ଥାନୀୟ ବାସୀନ୍ଧାଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଛି । ବାମୁଣୀଗାଁରୁ ଆସୁଥିବା ନଦୀ ପାର ହେଲେ ଅନେକ ଗ୍ରାମ ଯଥା ମୁଣ୍ଡାପଦର, ଦେରେଙ୍ଗ, ବାଲଗୁଡ଼ି, ଜୀରୀକୁଆ, ବିଜୟନଗର, ଗୁଡିପଦର ଇତ୍ୟାଦି ଗ୍ରାମ ରହି ଅଛି । ଏହି ନଦୀକୁ ଅତିକ୍ରମ କରି ୯୫ ପରିବାରରୁ ଅଧିକ ଜନସାଧାରଣ ଯାତାୟାତ କରିଥାନ୍ତି । ବର୍ତ୍ତମାନ ଲମ୍ବକିଆରୀ ଗ୍ରାମରେ ପୁରୁଷ ୭୫ ଓ ମହିଳା ୮୦, ମୁଣ୍ଡାପଦର ପୁରୁଷ ୬୦ ଓ ମହିଳା ୬୨ ଏବଂ ଗଜପତି ଜିଲ୍ଲାର କଜୁରିପଦା ଗାଁ ପୁରୁଷ ୬୦ ଓ ମିହିଳା ୬୫ ବସବାସ କରନ୍ତି । ନଦୀରେ ବ୍ରିଜ ନିର୍ମାଣ ହୋଇନ ଥିବାରୁ ଏହି ଅଞ୍ଚଳର ବାସୀନ୍ଧା ବହୁ ସମସ୍ୟାର ସମ୍ମୁଖୀନ ହେଉ ଥିବା କହିଛନ୍ତି ।ଏହି ବ୍ରିଜର ନିର୍ମାଣ କାମ ଦୁଇ ବର୍ଷ ପୂର୍ବେ ଆରମ୍ଭ ହୋଇ ଥିଲା । କିନ୍ତୁ ବ୍ରିଜ କାମ ନେଇ ଥିବା ଠିକାଦାରଙ୍କ ମୃତ୍ୟୁ ପରେ ଅନ୍ୟ ଜଣେ ଠିକାଦାରଙ୍କୁ ନିର୍ମାଣ କାମ ହସ୍ତାନ୍ତର କରାଯାଇଥିଲା ।ଠିକାଦାର ଜଣକ ବ୍ରିଜ ନିର୍ମାଣ ପାଇଁ ଗୋଡ଼ି ବାଲି ଇତ୍ୟାଦି ଜନସାଧାରଣଙ୍କ ଯାତାୟାତ ରାସ୍ତାରେ ପକାଇ ଥିବାରୁ ଯାତାୟାତରେ ବାଧା ଉପୁଜୁ ଥିବା ଅଞ୍ଚଳର ବାସୀନ୍ଧା ଆନ୍ଦ୍ରୀୟ ଶବର, ମାର୍କ ବଡ଼ରଇତ, ସାମୁଏଲ ଶବର, ଆଶାକର୍ମୀ ଲାଇନି ଶବର, ଇଷାକ ଶବର, ରୁପେଣ୍ଡା ମଣ୍ଡଳ ଅଭିଯୋଗ କରିବା ସହ ରୋଗୀ ଏବଂ ଗର୍ଭବତୀ ମହିଳାଙ୍କୁ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେବା ବେଳେ ଓ ସ୍କୁଲ ଛାତ୍ରଛାତ୍ରୀ ବିଦ୍ୟାଳୟକୁ ଯିବାରେ ବହୁ ସମସ୍ୟା ହେଉଥିବା ମଧ୍ୟ ଗ୍ରାମବାସୀ ପ୍ରକାଶ କରିଛନ୍ତି।

Leave a Reply

Your email address will not be published. Required fields are marked *