କୁନି ପ୍ରବଚକ କେଶବ ଦାସ ଦ୍ଵିତୀ କୃଷ୍ଣଙ୍କ ଯାଦୁ
![](https://teerthkhetra.com/wp-content/uploads/2023/12/WhatsApp-Image-2023-12-25-at-6.05.14-PM.jpeg)
ଆଜି ଟିଟିଲାଗଡ଼ ବ୍ଳକ୍ ଅନ୍ତର୍ଗତ ଲୁଥୁର୍ ବନ୍ଦ୍ ଗ୍ରାମରେ ପବିତ୍ର ମାଣବସା ପୂଜା ତଥା ମାଁ ମହାଲକ୍ଷ୍ମୀଙ୍କ ପୂଜା ଭବ୍ୟ ଭାବେ ଅନୁଷ୍ଠିତ ହୋଇଛି । ଆଜିର ଏହି ଆଧୁନିକ ଯୁଗରେ ଲୋକେ ବ୍ୟସ୍ତ ବହୁଳ ସମୟ ଅତିବାହିତ କରୁଥିବା ସମୟରେ କାହା ପାଖରେ ମଧ୍ୟ ଆଧ୍ୟାତ୍ମିକ ଭକ୍ତିଭାବ ର ଅଭାବ ଦେଖାଦେଇଛି । ଆଜି ମଧ୍ୟ ଭକ୍ତ ଏବଂ ଭକ୍ତି ବଞ୍ଚିରହିଥିବାର ଉଦାହରଣ ଦେଇଛନ୍ତି ଲୁଥୁର୍ ବନ୍ଦ୍ ଗାଁ ର ଗ୍ରାମବାସୀ । ସାରା ରାଜ୍ୟ ତଥା ରାଜ୍ୟ ବାହାରେ ଖ୍ୟାତି ଅର୍ଜନ କରିଥିବା ଜଣେ ଶିଶୁ ପ୍ରବଚକ କେଶବ ଦାସ ଦ୍ବିତି କୃଷ୍ଣ ଙ୍କୁ ଉକ୍ତ ଗ୍ରାମବାସୀଙ୍କ ଆମନ୍ତ୍ରଣ ରେ ଏହି ଯାଗାରେ ପହଞ୍ଚି ତାଙ୍କ ଭବ୍ୟ ପ୍ରବଚନ ଉପସ୍ଥାପନ କରିଥିଲେ । ପଣ୍ଡିତ କେଶବ ଦାସ ଦ୍ଵିତି କୃଷ୍ଣ ଙ୍କ ବୟସ ମାତ୍ର ବାର ବର୍ଷ ସେ ବର୍ତ୍ତମାନ ସପ୍ତମ ଶ୍ରେଣୀରେ ପାଠ ପଢ଼ୁଛନ୍ତି ସେ ଭୁବନେଶ୍ୱର ରେ ତାଙ୍କ ପରିବାର ସହ ରହନ୍ତି । ତାଙ୍କ ଏହି ପ୍ରବଚନ ରେ ଗ୍ରାମ ବାସି ତଥା ଆଖପାଖ ରୁ ଆସିଥିବା ଶତାଧିକ ଭକ୍ତ ଏହି ପ୍ରବଚନ ସଭା ରେ ପ୍ରବଳ ଥଣ୍ଡା ଶିତ ହେବା ସତ୍ବେ ମଧ୍ୟ ପ୍ରବଚନ ର ଆନନ୍ଦ ନେଉଥିଲେ । ଉକ୍ତ କାର୍ଯ୍ୟକ୍ରମ ରେ ଅତିଥି ଭାବେ ଟିଟିଲାଗଡ଼ ର ପୁର୍ବତନ ବିଧାୟକ ଶ୍ରୀ ସୁରେନ୍ଦ୍ର ସିଂ ଭୋଇ ତଥା ମହାଲକ୍ଷ୍ମୀ ପୂଜା କମିଟି ର ସଭାପତି ମଳୟ କୁମାର ବିଶି , ସମିତି ସଭ୍ୟ ସିମାଞ୍ଚଳ ବେନୁଆ ,କୁନୁ ସାହା , ଅରବିନ୍ଦ ମହାନ୍ତି , ସୁମିତ୍ କୁମାର୍ ବିଶି ,ରୁଟୁ ମାଝୀ ,ରୋଶନ ବିଶି , ହରି ମହଲା ,ମିତ୍ରସେନ ବିଶି , ପ୍ରଫୁଲ୍ଲ ବିସି , ନରହରି ବିସି , ସନ୍ତୋଷ ବିସି , ନୃସିଂହ ବିସି,ଗଲୁ ବିସି, ବରୁଣ ବିସି ,ଟଙ୍କ ବିଷି ପ୍ରମୁଖ ଉପସ୍ଥିତ ଥିଲେ ।