କୁସୁବେଣ୍ଟି ସେବା ସମବାୟ ସମିତିର ନବନିର୍ବାଚିତ ସଭ୍ଯମାନଙ୍କ ମନ୍ତ୍ରୀ ସଞ୍ଜୟ କୁମାର ଦାସ ବର୍ମାଙ୍କୁ ସୈାଜନ୍ୟ ମୂଳକ ସାକ୍ଷାତ
![](https://teerthkhetra.com/wp-content/uploads/2022/08/WhatsApp-Image-2022-08-06-at-1.08.22-PM-1024x1024.jpeg)
ବ୍ରହ୍ମଗିରି ବ୍ଲକ କୁସୁବେଣ୍ଟି ସେବା ସମବାୟ ସମିତିର ନବନିର୍ବାଚିତ ସଭାପତି ନିର୍ମଳ ପ୍ରଧାନ ଏବଂ 15 ଜଣ ବୋର୍ଡ ମେମ୍ବର ଆଜି ପୂର୍ବତନ ମନ୍ତ୍ରୀ ସଞ୍ଜୟ କୁମାର ଦାସ ବର୍ମାଙ୍କୁ ସୈାଜନ୍ୟ ମୂଳକ ସାକ୍ଷାତ କରିବା ସହିତ ଅଞ୍ଚଳର ଚାଷୀମାନଙ୍କ ସମସ୍ୟା ସମ୍ପର୍କରେ ଜଣାଇଛନ୍ତି। ଏତଦ୍ ବ୍ୟତୀତ ଆଗାମୀ ଦିନରେ କୁସୁବେଣ୍ଟି ସେବା ସମବାୟ ସମିତିରେ ଅଧିକ ଧାନ ବିକ୍ରି, ଚାଷୀ ମାନେ ଯେଉଁ ଭଳି ସୁବିଧା ରେ ବ୍ୟାଙ୍କ ସେବା ପାଇପାରିବେ ଏବଂ କୁସୁବେଣ୍ଟି ସମବାୟ ସମିତି ପାଇଁ ନୂତନ ସ୍ଥାୟୀ ଅଫିସ ଓ ଗୋଦାମ ଗୃହ ନିର୍ମାଣ ପାଇଁ ଦାବି କରିଛନ୍ତି। ଶ୍ରୀ ଦାସବର୍ମା ସମସ୍ୟାର ସମାଧାନ କରିବା ପାଇଁ ବିଭାଗର ଉଚ୍ଚ ପଦାଧିକାରୀଙ୍କ ସହିତ କଥା ହୋଇ ସଭାପତି ନିର୍ମଳଙ୍କ ସମେତ ଚାଷୀ ନେତା ମାନଙ୍କୁ ନିର୍ଭର ଯୋଗ୍ୟା ପ୍ରତିଶ୍ରୁତି ଦେଇଛନ୍ତି। ଏହି ଅବସରରେ କୁସୁବେଣ୍ଟି ପଞ୍ଚାୟତ ସରପଞ୍ଚଙ୍କ ପ୍ରତିନିଧି ରାଧାକାନ୍ତ ସାହୂ, ସମିତି ସଭ୍ୟାଙ୍କ ପ୍ରତିନିଧି ବୃନ୍ଦାବନ ପ୍ରଧାନ, ଚାଷୀ ନେତା ଜମ୍ବେଶ୍ଵର ପ୍ରଧାନ, ପର୍ଶୁରାମ ପ୍ରଧାନ,ସିବତ୍ସ ନାୟକ, ସଦାଶିବ ନାୟକ, ରାମଚନ୍ଦ୍ର ସାହୁ, ଦେବରାଜ ପାଟ୍ଟଶାଣୀ, ସୁବାସ ଚନ୍ଦ୍ର ସାହୁ ଓ କୁସୁବେଣ୍ଟି ସମବାୟ ସମିତିର ସେକ୍ରେଟାରୀ ସତ୍ୟପ୍ରିୟ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ