ସୋରଡ଼ା ବିଚାରାଳୟରେ ଶ୍ରମିକ ଦିବସ ପାଳିତ
![](https://teerthkhetra.com/wp-content/uploads/2023/05/IMG-20230502-WA0012-1024x768.jpg)
ସୋରଡ଼ା -୦୨/୦୫/୨୩- ସ୍ଥାନୀୟ ,କୋର୍ଟ ସଭାଗୃହରେ ଆଜି ଆନ୍ତର୍ଜାତୀୟ ଶ୍ରମିକ ଦିବସ ଅବସରରେ ସୋରଡା ତାଲୁକ ଆଇନ ସେବା କମିଟି ଆନୁକୁଲ୍ୟରେ ଏକ ଆଇନ ସଚେତନତା ଶିବିର ଅନୁଷ୍ଠିତ ହୋଇଥିଲା, ଏଥିରେ ସୋରଡା ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ଶ୍ରୀ ସନ୍ଦୀପ କୁମାର ମହାନ୍ତି, ଅଧ୍ୟକ୍ଷତା କରିଥିଲେ,ସୋରଡା ବିଜ୍ଞାପିତ ଅଞ୍ଚଳ ପରିଷଦର କାର୍ଯ ନିର୍ବାହୀ ଅଧିକାରୀ ଦୁତିକୃଷ୍ଣ ପାତ୍ର ମୁଖ୍ୟବକ୍ତା ରୂପେ ଯୋଗଦେଇ ଶ୍ରମିକ ମାନଙ୍କ ବିଭିନ୍ନ ମୌଳିକ ଅଧିକାର ଓ ସେମାନଙ୍କ ପାଇଁ ରହିଥିବା ସରକାରୀ ଯୋଜନା ବିଷୟରେ ଅବଗତ କରାଇଥିଲେ, ସୋରଡା ଆଇନ ଯିବି ସଂଘର ବରିଷ୍ଠ ଆଇନଜୀବୀ, ଗଣେଶ ପାଣିଗ୍ରାହୀ ଶ୍ରମ ଆଇନର ବିଭିନ୍ନ ଦିଗ ସମ୍ପର୍କରେ ଆଲୋକପାତ କରିଥିଲେ,ଶେଷରେ ଆଇନଜୀବୀ, ପ୍ରଭାତ କୁମାର ପାଢ଼ୀ,ଉପସ୍ଥିତ ଶ୍ରମିକ ଓ ବୁଦ୍ଧିଜୀବୀ ମାନଙ୍କୁ ସ୍ଵରଚିତ କବିତା ମାଧ୍ୟମରେ ସଚେତନ କରିବା ସହ ଧନ୍ୟବାଦ ଅର୍ପଣ କରିଥିଲେ, ଏହି ଶିବିରରେ, ସୋରଡା ଆଇନଜୀବୀ ସଂଘର ସଭାପତି ମନୋଜ କୁମାର ଖାଡଙ୍ଗା,ସମ୍ପାଦକ ମନୋଜ କୁମାର ପାତ୍ର, ସରକାରୀ ଓକିଲ ରଜନୀ କୁମାର ପଟ୍ଟନାୟକ, ଅରୁଣ କୁମାର ଦାସ, ଶ୍ରୀବତ୍ସ କୁମାର ସାହୁ, ମଧୁସୂଦନ ସ୍ୱାଇଁ,ଶକ୍ତି ପ୍ରକାଶ ସୁଆର,ପ୍ରଦୀପ ଶେଖର ପାଳ, ବିଜନ ଦାସ,ରବୀନ୍ଦ୍ର କୁମାର ବେବର୍ତ୍ତା ପଟ୍ଟନାୟକ, ମହମ୍ମଦ ଆସଲମ୍ ଶରିଫ,କୁମାରୀ ଶ୍ରାବଣୀ ଦାସ,ସୋରଡା ବିଚାରାଳୟର ସମସ୍ତ କର୍ମଚାରୀ, ବିଜ୍ଞାପିତ ଅଞ୍ଚଳର ସମସ୍ତ ଶ୍ରମିକ ସଫେଇ କର୍ମଚାରୀ, ସ୍ଥାନୀୟ ବୁଦ୍ଧିଜୀବୀ,ଓ ସ୍ବେଛାସେବୀ ଅନୁଷ୍ଠାନର କର୍ମକର୍ତା ଯୋଗଦେଇ ଥିଲେ।
ରିପୋର୍ଟ :-କୋରେଶ ମହାପାତ୍ର, ସୋରଡା।