ଖୋର୍ଦ୍ଧା ରୋଡ଼ ମଣ୍ଡଳ ଶ୍ରମିକ କଂଗ୍ରେସ ପକ୍ଷରୁ ୨୦ ଦଫା ଦାବି ନେଇ ବିଶାଳ ଶୋଭାଯତ୍ରା।

ଜଟଣୀ ତା ୧୦/୮ ସ୍ଥାନୀୟ ଖୋର୍ଦ୍ଧାରୋଡ଼ ମଣ୍ଡଳ କାର୍ଯାଳୟ ସମୁଖରେ ପୂର୍ବତଟ ରେଳପଥ ଶ୍ରମିକ କଂଗ୍ରେସ ପକ୍ଷରୁ ନୂତନ ପେନସନ ରଦ ଏବଂ ପୁରୁଣା ପେନସନ ଲାଗୁ ସହିତ ୨୦ ଦଫା ସମ୍ବଳିତ ଦାବିକୁ ନେଇ ଶ୍ରମିକ କଂଗ୍ରେସର ସାଧାରଣ ସମ୍ପାଦକ ଶ୍ରୀ ରମେଶ ଚନ୍ଦ୍ର ସାହୁ, କୋ ଅଡିନେଟର ଶ୍ରୀ ସୁନୀଲ କୁମାର ଭଂଜ ଏବଂ କିଛି ସାମ୍ନା ଧାଡିର କାର୍ଯ୍ୟକର୍ତା ମାନଙ୍କୁ ନେଇ ଏକ ମହାସମାରୋହର ଡାକରା ଦେଇଥିଲେ। ଏହି ସମାରୋହରେ ଶ୍ରମିକ କଂଗ୍ରେସର ଶତାଧିକ ରେଳ କର୍ମଚାରୀ ଖୋର୍ଦ୍ଧା ରୋଡ ମଣ୍ଡଳ ମୁଖ୍ୟ କାର୍ଯ୍ୟାଳୟ ସମ୍ମୁଖରେ ରଣ ହୁଙ୍କାର ଦେଇଥିଲେ। ଅଗଷ୍ଟ ୧୦ ଗୁରୁବାର ସକାଳ ଦଶଟାରେ ଖୋର୍ଦ୍ଧାରୋଡ଼ ଶ୍ରମିକ କଂଗ୍ରେସର ସମସ୍ତ ଶାଖାରୁ ଶତାଧିକ କର୍ମଚାରୀ ପୁରୁଣା ପେନସନ ଦାବିରେ ଏକ ବିରାଟ ପଟୁଆର ସୀତାରାମ ଛକ ରୁ ବାହାରି ରେଳ ଷ୍ଟେସନ ସମ୍ମୁଖ ହୋଇ ମେଡିକାଲ ଛକ ଦେଇ ମଣ୍ଡଳ ମୁଖ୍ୟ କାର୍ଯ୍ୟାଳୟ ଠାରେ ପହଞ୍ଚିଥିଲା। ସେଠାରେ ଏକ ପଥପ୍ରାନ୍ତ ସଭା ଅନୁଷ୍ଠିତ ହୋଇଥିଲା। ପେନସନ ଜଣେ କର୍ମଚାରୀ ର ମୌଳିକ ଅଧିକାର, ଯଦି ଜଣେ ରାଜନେତା ଯେତେ ଥର ସାଂସଦ, ବିଧାୟକ ହେଉଛନ୍ତି ସେମାନେ ମଧ୍ୟ ବାରମ୍ବାର ପେନସନ ପାଉଛନ୍ତି। ତାହାଲେ ଜଣେ କର୍ମଚାରୀ ୩୦/୪୦ ବର୍ଷ ରେଳରେ ସେବା ଦେଲାପରେ କାହିଁକି ପେନସନ ପାଇବାନି? ଅବସର ଏବଂ ପରିଣତ ବୟସରେ ପେନସନ ବାଧ୍ୟତାମୂଳକ ଅଧିକାର। ତେଣୁ ନୂତନ ପେନସନ କୁ ବାତିଲ କରି ଯଥାଶୀଘ୍ର ପୁରୁଣା ପେନସନ ଲାଗୁ କରିବାକୁ ସାଧାରଣ ସମ୍ପାଦକ ଶ୍ରୀ ସାହୁ ଦାବି କରିଥିଲେ। ଯେଉଁବଳି ଅଗଷ୍ଟ ୯ ରେ ମହାତ୍ମା ଗାନ୍ଧୀଙ୍କ ଡାକରାରେ ଭାରତ ଛାଡ ଆନ୍ଦୋଳନ ଆରମ୍ଭ ହୋଇଥିଲା ଏବଂ ତାହା ସଫଳ ହୋଇଥିଲା। ପୂର୍ବ ପ୍ରସ୍ତୁତି ଅଗଷ୍ଟ ୧୦ ସାରା ଭାରତ ବର୍ଷରେ ଦେଶର ସମସ୍ତ ମଣ୍ଡଳ ମୁଖ୍ୟ କାର୍ଯ୍ୟାଳୟ , ୱାର୍କସପ, ମେଟ୍ରୋ , ଜୋନାଲ ମୁଖ୍ୟ କାର୍ଯ୍ୟାଳୟ ଠାରେ ଏନ୍ ଏଫ୍ ଆଇ ଆର୍ ସାଧାରଣ ସମ୍ପାଦକ ଡ଼ଃ ଏମ ରାଘବେୟାଙ୍କ ଡାକରାରେ ଆନ୍ଧୋଲାନ ଓ ବିକ୍ଷୋଭ ପ୍ରଦର୍ଶନ କରାଯାଉଛି। ଏହାକୁ କର ବା ମର ୨୦୨୪ ନିର୍ବାଚନ ପୂର୍ବରୁ ଶେଷ ଲଢେଇ ବୋଲି ଶାଖା ସମ୍ପାଦକ ଶ୍ରୀ ଏଲ ଡି ମହାନ୍ତି ନିଜ ବକ୍ତବ୍ୟରେ କହିଛନ୍ତି। ପୁରୁଣା ପେନସନ ଦାବି ସହିତ ପ୍ରମୁଖ ୨୦ ଗୋଟି ଦାବି ସମ୍ଭଳିତ ଏକ ଦାବିପତ୍ର ମଣ୍ଡଳ ପ୍ରଭନ୍ଧକ ଶ୍ରୀ ହରବିନ୍ଦର୍ ସିଂ ବାଜ୍ୱା ଙ୍କୁ ପ୍ରଦାନ କରିଥିଲେ। ଅର୍ବାନ ବ୍ୟାଙ୍କ ଲାଭାଂଶ ଅଂଶୀଦାର ମାନଙ୍କୁ ମିଳିବ ଚଳିତ ବର୍ଷର ବଡ ଉପଲବ୍ଧି ବୋଲି ସହ ସଂଯୋଜକ ଶ୍ରୀ ସୁନୀଲ କୁମାର ଭଞ୍ଜ କହିଥିଲେ। ପୂର୍ବତନ ମଣ୍ଡଳ ସଂଯୋଜକ ଶ୍ରୀ ମହେନ୍ଦ୍ର କୁମାର ମହାନ୍ତି, କେନ୍ଦ୍ରୀୟ ପଦାଧିକାରୀ ଶ୍ରୀ ଏମ ଜି କେ ରାଓ, ଭି ଏସ ପ୍ରସାଦ, ନିରଞ୍ଜନ ମିଶ୍ର, ସୁବ୍ରତ ପଣ୍ଡା, ତ୍ରିଲୋଚନ ମହାନ୍ତି, ଶରତ କୁମାର ପଣ୍ଡା, ଆଶୁତୋଷ ବ୍ରହ୍ମା, ଏ ଶ୍ରୀନିବାସ, ସି ଏସ ସିଂ, ସଞ୍ଜୟ ଦାସ, ନାରୀ ନେତ୍ରୀ ସୁମିତ୍ରା ପଣ୍ଡା, ଦ୍ରୌପଦୀ ମହାରଣା (କୁହୁକ), ରୁନି ବେହେରା, ଅର୍ପିତା ମହାନ୍ତି, ବି ଜାନକୀ, ବିଜୟଲକ୍ଷ୍ମୀ ଦାଶ ସମେତ ସମସ୍ତ ଶାଖାର ନେତୃବୃନ୍ଦ ଓ ଶତାଧିକ କର୍ମୀ ମାନେ ଏହି ଆନ୍ଦୋଳନ ରେ ଯୋଗ ଦେଇଥିଲେ।

Leave a Reply

Your email address will not be published. Required fields are marked *