ଲକ୍ଷ୍ମୀ ମାଝୀଙ୍କୁ ନ୍ୟାୟ ଦାବିରେ ଜେକେପୁର ବନ୍ଦ ସଫଳ

ଲକ୍ଷ୍ମୀ ମାଝୀଙ୍କୁ ନ୍ୟାୟ ଦାବିରେ ଜେକେପୁର ବନ୍ଦ ସଫଳରାୟଗଡାତା ୦୫-୦୧-୨୪ କାଶିପୁର ବ୍ଲକର ଲକ୍ଷ୍ମୀ ମାଝୀଙ୍କ ରହସ୍ୟ ଜନକ ମୃତ୍ୟୁ ୧୫ଦିନ ବିତିଯାଇଥିଲ ମଧ୍ଯ ପୋଲିସର ହାତ ଖାଲି ପ୍ରତିବାଦରେ ଜିଲ୍ଲା ଆଦିବାସୀ ମହାସଂଘ ପକ୍ଷରୁ ତୁରନ୍ତ ନ୍ୟାୟ ପାଇବା ଦାବିରେ ରାୟଗଡା ଜିଲ୍ଲା ବନ୍ଦ ଡାକରା ଜେକେପୁରରେ ସଫଳ ହୋଇଛି । ସମସ୍ତ ଦୋକାନ ବଜାର ବନ୍ଦ ରହିବା ସହିତ ଜାତୀୟ ରାଜପଥରେ ଗାଡି ଚଳାଚଳ ବନ୍ଦ ରହିଥିବା ଜଣାପଡିଛି । ଆଦିବାସୀ ମହସଂଘ ନେତା ଶ୍ରୀ ସୁବା ରାଓ କୁଲସିକା , ବସନ୍ତ ପେଦେଣ୍ଟି, ମୋହନ ମାଣ୍ଡିଙ୍ଗି ପ୍ରମୁଖଙ୍କ ସମେତ ବିଭିନ୍ନ ଗ୍ରାମରୁ ଆସିଥିବା ଆଦିବାସୀ ଭାଇ ଭଉଣୀମାନେ ଏହି ବନ୍ଦ ପାଳନକୁ ସଫଳକରିବାପାଇଁ ସହଯୋଗ କରିଥିଲେ । ଜାତୀୟ ରାଜପଥର ଉଭୟ ପାର୍ଶ୍ଵରେ ଟ୍ରକ, ବସ ଅଟକି ରହିଥିଲା । ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ଚାନ୍ଦିଲି ଥାନା ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଥିଲା ।

ରାୟଗଡ଼ାରୁ ନୀଳାମ୍ବର ମିଶ୍ରଙ୍କ ରିପୋର୍ଟ ।

Leave a Reply

Your email address will not be published. Required fields are marked *