ଆମ୍ପୋର ଗ୍ରାମ ରେ ପାଞ୍ଚ ଦିନ ବ୍ୟାପୀ ଲକ୍ଷ୍ମୀପୂଜା ଅନୁଷ୍ଠିତ

ନିମାପଡ଼ା – ଚାରିଛକ ସନ୍ନିକଟ ଛଣିଜଙ୍ଗ ପଞ୍ଚାୟତ ଅଧୀନ ଆମ୍ପୋର ଗ୍ରାମରେ ମା ଲକ୍ଷ୍ମୀ ଙ୍କ ପୂଜା ଅନୁଷ୍ଠିତ ହୋଇଯାଇଛି ।ପାଞ୍ଚ ଦିନ ବ୍ୟାପୀ ମା ଙ୍କ ପୂଜା ରେ ପ୍ରତିଦିନ ସନ୍ଧ୍ୟାରେ ଭଜନ କୀର୍ତ୍ତନ ସହିତ ପ୍ରସାଦ ସେବନ ର ବ୍ୟବସ୍ଥା କରାଯିବା ସହିତ ଗ୍ରାମର ମହିଳା ମାନଙ୍କ ଦ୍ଵାରା ଲକ୍ଷ୍ମୀ ପୁରାଣ ପଠନ କରାଯାଇ ସମସ୍ତ ଙ୍କ ମଙ୍ଗଳ ନିମନ୍ତେ ବିଧି ବିଧାନ ଭାବେ ପୂଜା କାର୍ଯ୍ୟ କରାଯାଇଛି ।ମା ଙ୍କ ପୂଜାରେ କର୍ତା କତ୍ରି ଭାବେ ପ୍ରକାଶ ନାୟକ,ଲିଲି ନାୟକ କାର୍ଯ୍ୟ ତୁଲାଇ ଥିବା ବେଳେ ପୂଜକ ଭାବେ ବେଣୁଧର ପାଢ଼ୀ,ଅଧିରଥ ପାଢ଼ୀ ,ସୁଧାକର ପାଢ଼ୀ, ରମେଶ ଚନ୍ଦ୍ର ମିଶ୍ର ନିଜର ଦାୟିତ୍ଵ ନିର୍ବାହ କରିଥିଲେ ।ପୂଜା ପରିଚାଳନା ରେ ରବୀନ୍ଦ୍ର ବିଶ୍ୱାଳ ,ଗୋବିନ୍ଦ ବିଶ୍ଵାଳ , ଜଚିନ୍ଦ୍ର ନାୟକ , ବାନମ୍ବର ପରିଡ଼ା,କାଳନ୍ଦୀ ପରିଡ଼ା ,ଭଗବାନ ବିଶ୍ଵାଳ ,ପାପିନା ବିଶ୍ଵାଳ , ଦିଲ୍ଲୀପ ବାରିକ ,ସମୀର ବାରିକଙ୍କ ସମେତ ସମସ୍ତ ସଭ୍ୟ ନିଜ ନିଜ ର ଦାଇତ୍ୱ ତୁଲାଇ ଥିବା ବେଳେ ଗ୍ରାମ ର ମହିଳା ମାନ ଙ୍କ ଦ୍ଵାରା ପ୍ରସାଦ ପରିବେଷଣ ସମସ୍ତ ଲକ୍ଷ୍ମୀ ଭକ୍ତ ଙ୍କୁ ବିମୋହିତ କରିଥିଲା ।