ନୂତନ ବର୍ଷର ଆରମ୍ଭରେ ଲିଭି ଗଲା ଏକ ଜୀବନ ଦୀପ

ଚିଲିକା (01/01)ଚଳିତ ବର୍ଷ ପହିଲା ଦିନ ଆରମ୍ଭ ହେବାର କେଇ ଘଣ୍ଟା ନ ପୂରୁଣୁ ଦେଖିବାକୁ ମିଳିଛି ଏକ ମର୍ମନ୍ତୁକ ସଡ଼କ ଦୃଘଟଣା l ଜଣେ ମୃତ ଓ ତିନି ଆହତ l ସମସ୍ତେ ନିଜ ନିଜ କର୍ମ ମୟ ଜୀବନ ଭିତରେ ପରିବାରକୁ ଟିକିଏ ଖୁସି ଦେବା ପାଇଁ ଯେକୌଣସି କର୍ମ କରିଥାନ୍ତି l ନୂତନ ବର୍ଷ ପାଇଁ ସବୁ ପରିବାରରେ ହସଖୁସି ମନାଉ ଥିବାବେଳେ, ଏକ ଦୁଃଖଦ ଖବର ଦେଖିବାକୁ ମିଳିଛି ବଡକୁଳ ବାଇପାସ ଷୋହଳ ନମ୍ବର ଜାତୀୟ ରାଜପଥ ରେ, ଏକ ଲୁହା ବାଇଣ୍ଡିଙ୍ଗ ରଡ଼ ବୋଝେଇ ଟ୍ରକ ବ୍ରେକପ ହୋଇଯାଇଥିବା ବେଳେ ମଝିରାସ୍ତାରେ ଛିଡା ହୋଇଥିଲା ବ୍ରହ୍ମପୁର ଅଭିମୁଖେ ଯିବାପାଇଁ, କିନ୍ତୁ ସେହି ରାସ୍ତା ଦେଇ କେନ୍ଦୁଝର ରୁ ଗୋପାଳପୁର ଅଭିମୁଖେ ଏକ ଆଇରନ ବୋଝେଇ ଟ୍ରକ ପଛପଟୁ ଏକ ଶକ୍ତ ଧକା ଦେବାରୁ ପିଟିଥିବା ଗାଡି ଡ୍ରାଇଭର ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ସେହିଗାଡିର ହେଲ୍ପର ସମେତ ଛିଡା ହୋଇଥିବା ଗାଡି ଲୋକମଧ୍ୟ ଗୁରୁତର ଆହତ ହୋଇଥିବା ଜଣାପଡିଛି l ଉକ୍ତ ଘଟଣାଟି ସକାଳ ଭୋର ଚାରିଟା ତିରିଶ ସମୟରେ ଘଟିଥିବା ଯାହା ସୂଚନା ମିଳିପାରିଛି l କେନ୍ଦୁଝର ରୁ ଆସୁଥିବା ଲୁହା ପଥର ବୋଝେଇ ଟ୍ରକ ଡ୍ରାଇଭରଙ୍କ ନିଦରେ ଆଖି ଲାଗି ଯାଇଥିବାରୁ ଏତେବଡ଼ ଦୃଘଟଣା ଘଟିଛି ଵୋଲି ଯାହା ସୂଚନା ମିଳିପାରିଛି l ତେବେ ଘଟଣାର ଖବର ପାଇ ନାଭlଲ ଆଉଟ ପୋଷ୍ଟ ଅଧିକାରୀ ଓ ପୋଲିସ କର୍ମଚାରୀ ପହଂଚି ବାଲୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆମ୍ବୁଲାନ୍ସ ଯୋଗେ ଆହତ ବ୍ୟକ୍ତି ମାନଙ୍କୁ ତୁରନ୍ତ ଚିକିତ୍ସା ନିମନ୍ତେ ପଠାଇ ଥିଲେ କିନ୍ତୁ ଅବସ୍ଥା ଗୁରୁତ୍ୱ ର ଥିବାରୁ ସେମାନଙ୍କୁ ବ୍ରହ୍ମପୁର ବଡ଼ ମେଡିକାଲ ପଠାଇ ଦିଆଯାଇଥିବା ଜଣାପଡିଛି l

ଚିଲିକାରୁ ବିରଞ୍ଚି ନାରାୟଣ ପ୍ରଧାନ reporter

Leave a Reply

Your email address will not be published. Required fields are marked *